Posted inଜାତୀୟ

ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି ଯେ କୌଣସି ଭୂକମ୍ପ କ୍ରିୟାର କିଛି ରିପୋର୍ଟ ନାହିଁ।

ବୁଧବାର ସହରର ବିବେକାନନ୍ଦ ଚକ ଅଞ୍ଚଳରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ରୁ ୧୧ଠା ୪୫ ମଧ୍ୟରେ ମାଟି ତଳୁ ରହସ୍ୟମୟ ଶବ୍ଦ ଶୁଣା ଯାଇଥିଲା। ଲୋକମାନେ ଅନୁଭବ କରିଥିଲେ ଯେ ଏହା ଭୂକମ୍ପ କାର୍ଯ୍ୟକଳାପର ଶବ୍ଦ ହୋଇପାରେ ଏବଂ ଏହା ପରେ ଏକ ଭୂକମ୍ପ ହୋଇପାରେ। ଏହା ପରେ ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଦଳକୁ ସତର୍କ କରା ଯାଇଛି।

ଜିଲା ପ୍ରଶାସନ ଲାଟୁର ସହର ତଥା ଅରଦ ଶାହାଜାନି ଏବଂ ଆଶିଭ ଜିଲାର ଭୂକମ୍ପ ମନିଟରିଂ ସେଣ୍ଟରରୁ ସୂଚନା ନେଇଛି, କିନ୍ତୁ ଭୂକମ୍ପ ହେବାର ସମ୍ଭାବନା କୌଣସି ସ୍ଥାନରୁ ଜଣାପଡ଼ି ନାହିଁ।

୧୯୯୩ ମସିହାରେ ଲାଟୁର କିଲାରି ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଭୂକମ୍ପ ଘଟିଥିଲା ଯେଉଁଥିରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାର ତୀବ୍ରତା ୬.୨ ଥିଲା। ଏହି ଅଞ୍ଚଳର ଦଶଟି ଗାଁ ଧ୍ୱଂସ ହୋଇଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସାକିବ ଉସମାନି କହିଛନ୍ତି ଯେ ମରାଠୱାଡା ଅଞ୍ଚଳରେ ସମୟ ସମୟରେ ରହସ୍ୟମୟ ଶବ୍ଦ ମାଟି ତଳୁ ଶୁଣାଯାଇଥାଏ।

ସେପ୍ଟେମ୍ବର ୨୦୨୨ ରେ କିଲାରୀ ଏବଂ ହାସୋରୀ ଗ୍ରାମରେ ମଧ୍ୟ ସମାନ ଶବ୍ଦ ଶୁଣାଯାଇଥିଲା। ଏହା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଜିଓମ୍ୟାଗ୍ନେଟିଜମର ବିଶେଷଜ୍ଞମାନେ ମଧ୍ୟ ଗାଁ ପରିଦର୍ଶନ କରିଥିଲେ। ନିକଟରେ ଫେବୃଆରୀ ୪ ରେ ଜିଲାର ନୀଲାଙ୍ଗା ତହସିଲର ନିତୁର ଡାଙ୍ଗୱାଡି ଅଞ୍ଚଳରେ ସମାନ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ବିଶେଷ କଥା ହେଉଛି ଲାଟୁର ସହର କୌଣସି ପୃଥିବୀ ପ୍ଲେଟର ସୀମାରେ ଅବସ୍ଥିତ ନୁହେଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏଠାରେ ମାଟିତଳୁ ଆସୁଥିବା ଶବ୍ଦ ବିଷୟରେ ସ୍ପଷ୍ଟ ଭାବରେ କିଛି କହିବାକୁ ସକ୍ଷମ ହେଉ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri