କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍‌ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଗତ କିଛିଦିନ ହେଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ବିଭିନ୍ନ ସ୍ଥାନରେ ଏକତ୍ରିତ କରି ବୈଠକ କରି ଓଡ଼ିଶାର ସରକାରୀ ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ହେଉଥିବା ଦୃଶ୍ୟ ଉପରେ ଆନ୍ଧ୍ର ରାଜ୍ୟ ସରକାର ଦୃଷ୍ଟି ଦେବା ନେଇ ଦାବି ଉଠାଇଛନ୍ତି। ଏହିପରି ଦୃଶ୍ୟ ବୁଧବାର ପୁଣି ଉକ୍ତ ପଞ୍ଚାୟତର ସୀମାନ୍ତ ଗ୍ରାମ ଯଥା ଉପର ସେମ୍ବି, ତଳ ସେମ୍ବି ଓ ଧୁଳିପଦର ପ୍ରମୁଖ ଗ୍ରାମରେ ଦେଖିବାକୁ ମିଳିଛି। ଆନ୍ଧ୍ରର ଉକ୍ତ ଦଳର ସେକ୍ରେଟାରୀ ଏମ  ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ତାଡିଙ୍ଗି ସନ୍ନମ, ସେଥାୟା କମୁଳୁ, ଚରଣ ମାରି, ଚୋଡି ପାଲି ବିରସୁ ଓ କୁନେଟି ସୁବା ପ୍ରମୁଖ ଦଳୀୟ କର୍ମୀ ଅଂଶଗ୍ରହଣ କରି ତିନୋଟି ଗ୍ରାମରେ ବୈଠକ କରି ସୀମାନ୍ତବାସୀ କେଉଁ ପ୍ରକାର ସହଯୋଗ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଇ ଚାଲିଛନ୍ତି ସେନେଇ ପଚାରି ବୁଝିଥିଲେ। ଏହିପରି ସ୍ଥିତିରେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସରକାରୀ ଯୋଜନା ଠିକ୍‌ ଭାବେ ପାଉଛନ୍ତି କି ନାହିଁ ସେନେଇ ମଧ୍ୟ ଆଲୋଚନା କରିଥିଲେ।

ଓଡ଼ିଶାର ବିଭିନ୍ନ ସରକାରୀ ଅଧିକାରୀ ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନିଜ ରାଜ୍ୟର ସରକାରୀ ଯୋଜନା ଯୋଗାଇ ଦେବା ଆଳରେ ଯେପରି ନିର୍ଯାତନା ଦେଉଛନ୍ତି ଏହାକୁ ବନ୍ଦ କରିବା ଆବଶ୍ୟକ ରହିଛି। ଏପରିକି ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ରହିଥିବା ପୋଲିସର ନିର୍ଯାତନାକୁ ମଧ୍ୟ ଆମେ ଘୋର ବିରୋଧ କରୁଛୁ ବୋଲି ଦଳର ସେକ୍ରେଟାରୀ ଶ୍ରୀନିବାସ ବୈଠକରେ ପ୍ରକାଶ କରିବା ସହ ଏହିପରି ସୀମାନ୍ତବାସୀଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ଆନ୍ଧ୍ର ସରକାର ବା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମାଡି ସାରାଣୀ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି। ସୀମାନ୍ତ ଗ୍ରାମବାସୀ ଓଡିଶାର ସରକାରୀ ଅଧିକାରୀଙ୍କ ଦ୍ୱାରା ପାଉଥିବା ନିର୍ଯାତନା ସମ୍ପର୍କରେ ଆନ୍ଧ୍ର ସରକାର ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଆମେ ସାକ୍ଷାତ କରି ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବୁ ବୋଲି ଉପରୋକ୍ତ ତିନି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି। ସେପଟେ ଏହିପରି ଅନୁପ୍ରବେଶ ଉପରେ ଓଡ଼ିଶାର ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ ଅସନ୍ତୋଷ ପ୍ରକାଶ କରି ଉକ୍ତ ପଞ୍ଚାୟତ ଗସ୍ତ କରି ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri