କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ କରୋନା ଯୋଦ୍ଧା ଅଛନ୍ତି। ଅବଶିଷ୍ଟ ୧୪ ଜଣ ପୂର୍ବରୁ କରନା ସଂକ୍ରମିତଙ୍କ ସଂସ୍ପର୍ଶରେରେ ଆସିଥିବା ସ୍ଥାନୀୟ ଅଞ୍ଚଳର। ସେଥିରୁ ୧୩ ଜଣ ବଡ଼ବିଲରେ ପୂର୍ବରୁ ସଂକ୍ରମିତ ଲୋକାଲ କଣ୍ଟାକ୍ଟ ଥିବା ବେଳେ ଜଣେ କେନ୍ଦୁଝର ସହରର ଲୋକାଲ କଣ୍ଟାକ୍ଟ ଅଛନ୍ତି। ତେଲକୋଇ, ବଂଶପାଳ, ସହରପଡ଼ା, ହାଟଡ଼ିହୀ ବ୍ଲକ ଅଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍‌ର ୧୧ ଜଣ ପ୍ରବାସୀ।
ଏହାକୁ ମିଶାଇ ଜିଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୮୩ରେ ପହଞ୍ଚି ଥିବା ବେଳେ ୨୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୨ ଜଣ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।