କର୍ଲାମୁଣ୍ଡା,୨୮ା୮(ପ୍ରଦୀପ କୁମାର ସାହୁ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି ସମସ୍ତେ ନବାନ୍ନ ଭକ୍ଷଣ କରିଛନ୍ତି। ଅଧିକାଂଶ ଗ୍ରାମରେ ନୂଆଖାଇ ଭେଟଘାଟ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।


