କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ

ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ, କାଙ୍ଗୁ, ଜନା, ସୋରିଷ, ତିଳା, କାନ୍ଦୁଲ, ହଳଦୀ, ଅଦା, ଧୂଆଁପତ୍ର ଭଳି ତେଲ ଜାତୀୟ, ଡାଲି, ମସଲା ଫସଲ ବହୁ ପରିମାଣରେ ଅମଳ ହେଉଥିଲା। ହେଲେ ୧୯୯୦ରେ ଗ୍ଲୋବାଲାଇଜେଶନ ବା ମୁକ୍ତ ବଜାରୀକରଣ ହେବା ପରେ ସମସ୍ତ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସହଜରେ ଉପଲବ୍ଧ ହେଲା। ଥଣ୍ଡା ଠାରୁ ଅଣ୍ଡା ପର୍ଯ୍ୟନ୍ତ ହାତପାହାନ୍ତାରେ ମିଳିବା ପରେ ପାରମ୍ପରିକ ଚାଷରୁ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ପ୍ରତିଯୋଗିତା କରି ନ ପାରି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି।
ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଭଳି କିଛି ଚାଷର ପୁନରୁଦ୍ଧାର ପାଇଁ ଯୋଜନା କରି ଚାଷୀଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ବି ଅନେକ ଚାଷ ପୁନରୁଦ୍ଧାର ହୋଇପାରି ନାହିଁ। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ବେଳେ ସେସବୁ ପ୍ରତି ଜିଲା ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନାହିଁ।
ସେହି ମଧ୍ୟରେ କନ୍ଧମାଳ ଜିଲାରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଧୂଆଁ ପତ୍ର ଚାଷ ଏବେ ହଜିବାକୁ ବସିଛି। କନ୍ଧମାଳର ଧୂଅଆଁପତ୍ର ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିବାହ ଉତ୍ସବ ହେଉ କି ମୃତ୍ୟୁ ସମୟରେ ବନ୍ଧୁ ପରିଜନଙ୍କୁ ଶଙ୍ଖୁଳିବା ପାଇଁ ପୂର୍ବରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବାଡ଼ିରୁ ଅମଳ ହୋଇଥିବା ଧୂଆଁ ପତ୍ରରୁ ପ୍ରସ୍ତୁତ ପିକା(ବିଡ଼ି) ଏବଂ ନାଶ ଦେଇ ଅତିଥିଙ୍କୁ ଆପ୍ୟାୟିତ କରିଥାନ୍ତି। ଏହାର ପ୍ରଥମେ ଆବଶ୍ୟକତା ରହୁଥିଲା। କିନ୍ତୁ ବର୍ତ୍ତମାନ ତାହା ଧୀରେ ଧୀରେ ଲୋପ ପାଇବାକୁ ବସିଛି।
ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏହି ଚାଷ ପୂର୍ବରୁ ବହୁ ପରିମାଣର କରାଯାଉଥିଲା। ଏଥି ଲାଗି ଚାଷୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁ ନ ଥିଲା ବା ନିଜ ବାଡ଼ିରେ ଜୈବିକ ପଦ୍ଧତିରେ ଏହା ସହଜରେ ହେଉଥିଲା। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉ ନ ଥିଲା। କିନ୍ତୁ ଏବେ ଆଉ କେଉଁଠି ଏହି ଚାଷ କରାଯାଉନାହିଁ। ଧୂଅଆଁ ପତ୍ରରୁ ପିକା (ବିଡ଼ି) ସହ ନାଶ ଗୁଣ୍ଡ ପ୍ରସ୍ତୁତ କରି ପୂର୍ବରୁ ଲୋକେ ବ୍ୟବହୃତ କରୁଥିଲେ। ଫଳରେ କୌଣସି ମୃତ୍ୟୁମୁଖରେ ପଡ଼ିବା ଭଳି ରୋଗ ସୃଷ୍ଟି ହେଉ ନ ଥିବା କୁହାଯାଉଛି। ଏବେ ବଜାରୀକରଣ ପରେ ବଜାରରେ ସହଜରେ ଉପଲବ୍ଧ ହେଉଥିବା ଗୁଟ୍‌କା ସହ ରାସାୟନିକ ମିଶ୍ରଣ ନାଶ ଖାଇ ବିଭିନ୍ନ ମୁଖ ଗହ୍ବର ରୋଗ, କ୍ୟାନସର ଆଦି ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ରହିଛି। ଏଥି ପାଇଁ ନିଶା ଦ୍ରବ୍ୟ ଗ୍ରହଣ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନତା କରାଯାଉଛି। ହେଲେ ଲୋକେ ପୂର୍ବଭଳି ପାରମ୍ପରିକ ଚାଷ ଭୁଲି ବଜାର ଉପରେ ନିର୍ଭର କରୁଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ବାସିନ୍ଦା ଡାକ୍ତର ଜୟପାଲ ସେନାପତି କହିଛନ୍ତି, ସେ ପିଲାଦିନେ ଏହି ଅଞ୍ଚଳରେ ଦେଖିଆସିଛନ୍ତି ଧୂଆଁପତ୍ର ଚାଷ। ତାକୁ ବ୍ୟବହାର କଲେ କୌଣସି ରୋଗ ହେଉ ନ ଥିଲା। କିନ୍ତୁ ଏବେ ରାସାୟନିକ ସାମଗ୍ରୀ ବ୍ୟବହାର କରି ଭୟଙ୍କର ରୋଗ ସୃଷ୍ଟି ହେଉଛି। ଏଣୁ ବହୁ ପରିମାଣରେ ଜୈବିକ ପଦ୍ଧତିରେ ଏହି ଚାଷ କରି ନିଜ ଅମଳ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏନେଇ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଅଞ୍ଚଳରେ ଏବେ ମଧ୍ୟ କାଁ ଭାଁ ଲୋକ ଏହି ଚାଷ କରୁଛନ୍ତି। ସହଜ ଉପାୟ ଯୋଗୁ ଲୋକେ ବଜାର ଉପରେ ନିର୍ଭର କରୁଛନ୍ତି। ସେମାନେ ପୁଣି ନିଜ ପାରମ୍ପରିକ ଚାଷକୁ ଗୁରୁତ୍ୱ ଦେବା ସମୟ ଆସିଯାଇଛି ବୋଲି କହିଛନ୍ତିି।

ଅରୁଣ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri