ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା

ଜୁନାଗଡ଼,୧୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍‌ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ୨ ଦିନ ଧରି ଜୁନାଗଡ଼ ଏନ୍‌ଏସି‌ ଅଞ୍ଚଳର ଘର ଘରକୁ ବୁଲି କୋଭିଡ ପରୀକ୍ଷା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।