ଜୁଲାଇରେ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ

ଝାରସୁଗୁଡ଼ା ଅଫିସ,୧ା୮: ଝାରସୁଗୁଡ଼ା ଜିଲା ପୋଲିସ ପକ୍ଷରୁ ଜୁଲାଇ ମାସରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନ କରିବା ଓ ମୋଟର ଯାନ ଉଲ୍ଲଂଘନ ମାମଲାରେ ୨୧ ଲକ୍ଷ ୭୬ ହଜାର ୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ୧୮୪୭.୬ ଲିଟର ଦେଶୀ ମଦ ଓ ୧୧୮.୯ ଲିଟର ବିଦେଶୀ ମଦ ଜବତ କରାଯାଇଛି।
ସୂଚନା ମୁତାବକ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୧୯ ଲକ୍ଷ ୭୫୦ ଟଙ୍କା, ସାମାଜିକ ଦୂରତା ଅବଲମ୍ବନ କରି ନ ଥିବା ବ୍ୟକ୍ତିଙ୍କ ଠାରୁ ୩୨ ହଜାର ୨୦୦ ଟଙ୍କା ଓ ଯାନବାହନ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୪୩ ହଜାର ଶହେ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଜୁଲାଇ ମାସ ସାରା ଜବତ ହୋଇଥିବା ଦେଶୀ ଓ ବିଦେଶୀ ମଦ ଘଟଣାରେ ୧୫୪ ଟି ମାମଲା ରୁଜୁ ହୋଇଛି।