Posted inଜାତୀୟ

ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର

ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍‌କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍‌ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି। ଉକ୍ତ ଡାଇକ୍ରାଓସାଉରିଡ୍‌ ଡାଇନୋସରର ବେକ ଲମ୍ବା ଓ ଏହା ତୃଣଭୋଜୀ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତ ଡାଇନୋସର ବିବର୍ତ୍ତନର ଏକ ବଡ଼ କେନ୍ଦ୍ର ଥିଲା ବୋଲି ଉକ୍ତ ଆବିଷ୍କାରରୁ ସ୍ପଷ୍ଟ ହୋଇଛି। ‘ନେଚର’ର ଅନ୍ତର୍ଜାତୀୟ ପତ୍ରିକା ‘ସାଇଣ୍ଟିଫିକ୍‌ ରିପୋର୍ଟ’ରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଜୀବାଶ୍ମ ୧୬୭ ନିୟୁତ ବର୍ଷର ପୁରୁଣା ଓ ଏକ ନୂଆ ପ୍ରଜାତି, ଯାହା ଏପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କୁ ଜଣା ନ ଥିଲା। ଥର୍‌ ମରୁଭୂମିରୁ ଏହି ଜୀବାଶ୍ମ ମିଳିଥିବାରୁ ସେଥିରେ ଦେଶର ନାଁକୁ ଯୋଡ଼ାଯାଇ ଏହାର ନାମକରଣ ‘ଥରୋସୌରସ୍‌ ଇଣ୍ଡିସସ୍‌’ କରାଯାଇଛି।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଡାଇକ୍ରାଓସାଉରିଡ୍‌ ଡାଇନୋସରର ଜୀବାଶ୍ମ ପୂର୍ବରୁ ଉତ୍ତର ଓ ଦକ୍ଷିଣ ଆମେରିକା, ଆଫ୍ରିକା ଏବଂ ଚାଇନାରେ ମିଳିଥିଲା। ଏଭଳି ଫସିଲ ଭାରତରେ ଥିବା ଜଣା ନ ଥିଲା। ରାଜସ୍ଥାନର ଜୟସାଲମେର ଅଞ୍ଚଳରେ ଜିଏସ୍‌ଆଇ ପକ୍ଷରୁ ୨୦୧୮ରେ ବ୍ୟବସ୍ଥିତ ଭାବେ ଜୀବାଶ୍ମ ଆବିଷ୍କାର ଓ ଖନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୋଲି ପ୍ରଫେସର ସୁନିଲ ବାଜପାୟୀ କହିଛନ୍ତି। ସେ ଆଇଆଇଟି-ରୁର୍‌କୀରେ ଭୂବିଜ୍ଞାନ ବିଭାଗର ଭର୍ଟେବ୍ରେଟ୍‌ ପାଲାଓଣ୍ଟୋଲୋଜିର ମୁଖ୍ୟ ପ୍ରଫେସର ଅଛନ୍ତି। ସେ ତାଙ୍କ ସହକର୍ମୀ ଦେବଜିତ ଦତ୍ତଙ୍କ ସହ ୫ ବର୍ଷ ହେଲା ଜୀବାଶ୍ମ ଉପରେ ସବିଶେଷ ଅଧ୍ୟୟନ ଚଳାଇଥିଲେ। ଏହା ପୂର୍ବରୁ ଉକ୍ତ ପ୍ରଜାତିର ଅନ୍ୟ ଯେଉଁ ଡାଇନୋସର ଜୀବାଶ୍ମ ଠାବ ହୋଇଥିଲା, ତାହା ତୁଳନାରେ ଭାରତରୁ ମିଳିଥିବା ଜୀବାଶ୍ମ ସବୁଠୁ ପୁରୁଣା ବୋଲି କୁହାଯାଉଛି। ଚାଇନାରୁ ମିଳିଥିବା ଜୀବାଶ୍ମ ପୂର୍ବରୁ ସବୁଠୁ ପୁରାତନ କୁହାଯାଉଥିଲା, ଯାହା ୧୬୬ରୁ ୧୬୪ ନିୟୁତ ବର୍ଷ ତଳର ବୋଲି ଆକଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri