ଏଇ ଭାରତରେ

ଡ୍ରାଗନ ଫ୍ରୁଟ୍ସ ଚାଷରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଉତ୍ତରପ୍ରଦେଶର ଅନସୁଲ ମିଶ୍ରା। ବହୁ ବର୍ଷ ଧରି ଚାଷ ହେଉ ନ ଥିବା ତାଙ୍କ ପୈତୃକ ଜମିରେ ଏହି ଚାଷ କରି ସେ ଏଭଳି ସଫଳତା ପାଇଛନ୍ତି। ଅନସୁଲ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ା ଶେଷ କରି ଚାକିରି ନ କରି ତାଙ୍କ ଗାଁ ଚିଲାଓ୍ବାକୁ ଫେରି ଏହି ଚାଷ କରିବାକୁ ଯୋଜନା କରିଥିଲେ। ମହାରାଷ୍ଟ୍ର ସୋଲାପୁର ଜିଲାରୁ ୧୬୦୦ ଚାରା ସଂଗ୍ରହ କରି ପ୍ରଥମେ ଏକ ଏକର ଜମିରେ ଲଗାଇଥିଲେ ଓ ୧୮ ମାସ ପରେ ୨୦୨୦ରେ ପ୍ରଥମ ଡ୍ରାଗନ ଫ୍ରୁଟ୍ସ ଉତ୍ପାଦନ କରିଥିଲେ। ୬ ବର୍ଷ ମଧ୍ୟରେ ୪ ଏକରକୁ ଚାଷ ବଢ଼ାଇପାରିଛନ୍ତି। ଏକର ପିଛା ୨୫ରୁ ୩୦ କୁଇଣ୍ଟାଲ ଡ୍ରାଗନ ଫ୍ରୁଟ୍ସ ଉତ୍ପାଦନ କରି କିଲୋପିଛା ୨୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହା ସହ ସେ ଡ୍ରାଗନ ଫ୍ରୁଟ୍ସ ନର୍ସରି କରି ଚାରା ବିକ୍ରି କରି ଲକ୍ଷାଧିକ ଟଙ୍କା ପାଉଛନ୍ତି।

Share
Tags: In India