ଏଇ ଭାରତରେ

ତାମିଲନାଡୁର ୪୧ ବର୍ଷୀୟ ଥୋକାପ୍ପିୟାନ ଶିବରାଜ ଜଣେ କନ୍‌ଷ୍ଟେବଲ। ଘର ତାମିଲନାଡୁର ଭିଲ୍ଲୁପୁରମା କପ୍ପୁରରେ। ଶିବରାଜ ତାଙ୍କ ଫାର୍ମଲାଣ୍ଡକୁ ଏକ ଫ୍ରି ଏକାଡେମୀରେ ପରିଣତ କରିଦେଇଛନ୍ତି। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ପରେ ଆଗକୁ ପଢ଼ିବାକୁ ତାଙ୍କର ଇଚ୍ଛା ଥିଲେ ବି ଅର୍ଥାଭାବ ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳରେ ରୋଜଗାର ଲକ୍ଷ୍ୟରେ ସେ ସରକାରୀ ଚାକିରିର ପ୍ରସ୍ତୁତି ଆରମ୍ଭ କରିଥିଲେ। ଶେଷରେ ଶିବରାଜ ୨୦୧୦ରେ ତାମିଲନାଡୁ ପୋଲିସରେ କନଷ୍ଟେବଲ ଭାବେ ଭର୍ତ୍ତି ହୋଇଥିଲେ। ସେ ଭୋଗିଥିବା କଷ୍ଟ ଓ ଅଭାବ ଆଉକାହା ଜୀବନରେ ନ ଆସୁ, ସେଥିପାଇଁ ସରକାରୀ ଚାକିରି କରିବାକୁ ଚାହଁୁଥିବା ପିଲାଙ୍କୁ ଶିକ୍ଷା ଓ ବିଭିନ୍ନ ଧନ୍ଦାମୂଳକ ଟ୍ରେନିଂ ବ୍ୟବସ୍ଥା କରିଛନ୍ତି। ସେ ୧ ଏକର ଚାଷ ଜମିକୁ ଟ୍ରେନିଂ ଗ୍ରାଉଣ୍ଡ କରିଦେଇଛନ୍ତି। ଶିବରାଜ ଏହା ପାଇଁ ତାଙ୍କ ସଞ୍ଚିତ ଅର୍ଥରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ଶିବରାଜଙ୍କ ପୂରା ପରିବାର ପିଲାମାନଙ୍କୁ ପଢ଼ାଉଛନ୍ତି। ସେ ଟ୍ରେନିଂ ସେଣ୍ଟରର ନାମ ରଖିଛନ୍ତି ପୁଥିୟା ସିରାଗୁଗଲ ଅର୍ଥାତ୍‌ ‘ନ୍ୟୁ ଓ୍ବିଙ୍ଗସ’। ୨୦୧୩ରେ ଏହାକୁ ପ୍ରତିଷ୍ଠା କରିଥିଲେ। ଏବେ ସୁଦ୍ଧା ୪୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ଯୁବକ ଏଠାରେ ଟ୍ରେନିଂ ନେଇ ସରକାରୀ ଚାକିରି ପାଇ ସାରିଲେଣି। ତାଙ୍କ ଭାଇ ସତ୍ୟରାଜ ଶାରୀରିକ ଟ୍ରେନିଂ ଦେଉଛନ୍ତି। ଶିବରାଜଙ୍କ ଭଉଣୀ ଜୀବିତା ଟାଇପିଂ, କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି । ପ୍ରଥମେ ସେ ୩୩ ପିଲାଙ୍କୁ ଟ୍ରେନିଂ ଦେଉଥିଲେ । ଏବେ ୬୩ ପିଲା ଟ୍ରେନିଂ ନେଉଛନ୍ତି। ପିଲାମାନଙ୍କୁ ସେଠାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା

ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର…

ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ…

ଆମେରିକା ତଦନ୍ତରେ ଭାରତ-ଚାଇନା ଦୋଷୀ ସାବ୍ୟସ୍ତ ହେଲେ କ’ଣ ହେବ? କେଉଁ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରମ୍ପ, ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ପଦକୁ ଫେରିବା ବିଶ୍ୱ ବାଣିଜ୍ୟର ଗତିଶୀଳତାକୁ ଦୋହଲାଇ ଦେଇଛି। ଏଥର, ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି “ଧାରା…

ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…

ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି…

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri