ଏଇ ଭାରତରେ

କେରଳର ଥାଟେକ୍କଡ ପକ୍ଷୀ ଅଭୟାରଣ୍ୟ ନିକଟରେ ବହିଯାଉଛି ପେରିୟାର ନଦୀ। ୨୦୦୯ରେ ଏହି ନଦୀରେ ଏକ ଡଙ୍ଗାବୁଡ଼ିଯିବା ଯୋଗୁ ୧୫ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା ଏବଂ ଘଟଣା ଜଣେ ସ୍ଥାନୀୟ ଫର୍ନିଚର ଦୋକାନୀ ସାଜି ଭାଲାସେରୀଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ଛୋଟ ପିଲାଙ୍କୁ ମାଗଣାରେ ପହଁରା ଶିଖାଇବା ଆରମ୍ଭ କରିଦେଇଥିଲେ। ସେ ପ୍ରଥମେ ପେରିୟାର ନଦୀରେ ତାଙ୍କର ଏବଂ ତାଙ୍କ ସାଙ୍ଗଙ୍କ ପିଲାଙ୍କୁ ପହଁରା ଶିଖାଇବା ଆରମ୍ଭ କରିଥିଲେ । ପରେ ଆଖପାଖରେ ଥିବା ପିଲାଙ୍କୁ ଏଥିରେ ସାମିଲ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ନଦୀ ନିକଟରେ ପହଁରା ଶିଖିବା ଲାଗି ପିଲା ଓ ବୟସ୍କମାନେ ଭିଡ଼ ଜମାଇଥିଲେ। ତାଙ୍କର ଛୋଟ ପଦକ୍ଷେପଟି ଏବେ ବଡ଼ ଆକାର ଧାରଣ କରିଛି। ସାଜି ‘ଭାଲେସେରିଲି ରିଭର୍‌ ସୁଇମିଂ କ୍ଲବ୍‌’ଗଠନ କରି ଏବେ ସୁଦ୍ଧା ୧୦,୦୦୦ ଲୋକଙ୍କୁ ପହଁରା ଶିଖାଇସାରିଲେଣି; ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୨୦୦୦ ପିଲା। ୧୦ ଜଣ ଦିବ୍ୟାଙ୍ଗ ପିଲା ମଧ୍ୟ ପହଁରା ଶିଖି ନଦୀପାର ହେବାକୁ ସକ୍ଷମ ହୋଇପାରିଛନ୍ତି। ମାତ୍ର ୧୬ ଦିନ ମଧ୍ୟରେ ଜଣେ ବ୍ୟକ୍ତି ପହଁରା ଶିଖି ପାଣି ପ୍ରତି ଭୟ ଦୂର କରିବାରେ ସକ୍ଷମ ହେଉଛନ୍ତି ବୋଲି କହନ୍ତି ୬୦ ବର୍ଷୀୟ ସାଜି। ପ୍ରତିଦିନ ସକାଳ ହେଲେ ପେରିୟାର ନଦୀକୂଳରେ ଲୋକଙ୍କ ଭିଡ଼ ଜମୁଛି ଏବଂ ଏହାକୁ ଦେଖି ସାଜିଙ୍କୁ ସହଯୋଗ କରିବାକୁ ଅନେକ ସ୍ବେଚ୍ଛାସେବୀମାନେ କ୍ଲବରେ ଯୋଗଦେଇଛନ୍ତି। ପ୍ରତିବର୍ଷ କ୍ଲବ ମାଧ୍ୟମରେ ସାଜି ୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପହଁରା ଶଖାଉଛନ୍ତି। ବିଶେଷକରି ନଭେମ୍ବରରୁ ମେ ମଧ୍ୟରେ ଏହି ପ୍ରଶିକ୍ଷଣ ଚାଲୁଛି। ଏହାସହ ସେ ମଧ୍ୟ ଏହା ଉପରେ କେରଳର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri