ଏଇ ଭାରତରେ

ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର ଅଶୋକ ଚୌଧୁରୀ। ସ୍ଥାନୀୟ ଅଞ୍ଚଳରେ ଥିବା ମଧୁବନ ନର୍ସରିରେ ସେ ଏଭଳି ଏକ ଆମ୍ବଗଛ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଏକ ସମୟରେ ୫୨ କିସମର ସ୍ବାଦିଷ୍ଟ ଆମ୍ବ ଫଳିବା ସମ୍ଭବ ହୋଇପାରିବ। ଗୋଟିଏ ଗଛରେ ଏକ ସମୟରେ ବିଭିନ୍ନ ଭେରାଇଟିର ରଙ୍ଗିନ ଆମ୍ବଫଳ ଧରିବ। ତେଣୁ ଏହା ଦେଖିବାକୁ ଯେମିତି ଆକର୍ଷଣୀୟ ହୋଇପାରିବ ଖାଇବାକୁ ସେମିତି ସ୍ବାଦିଷ୍ଟ ମଧ୍ୟ। ତେବେ ବିଭିନ୍ନ କିସମର ଆମ୍ବକୁ ନେଇ ମଧୁବନ ନର୍ସରିରେ ବହୁଦିନ ଧରି ରିସର୍ଚ୍ଚ ହେଉଛି। ଆଉ ଆମ୍ବଗଛକୁ ନେଇ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିବା କ୍ଷେତ୍ରରେ ସଫଳତା ହାସଲ କରି ଅଶୋକ ମଧ୍ୟ ବିହାରର ମ୍ୟାଙ୍ଗୋ ମ୍ୟାନ୍‌ ପରିଚିତ ହୋଇଛନ୍ତି। ତେବେ ତାଙ୍କ କହିବା ଅନୁସାରେ ଲୋକଙ୍କୁ ଅଧିକ ଭେରାଇଟିର ଆମ୍ବ ଖାଇବା ପାଇଁ ଇଚ୍ଛା ଥିଲେ ଏହି କଲମି ଗଛ ଅଧିକ ଫଳପ୍ରଦ ହୋଇପାରିବ। ଯେଉଁମାନଙ୍କ ପାଖରେ ଗଛ ଲଗାଇବା ପାଇଁ ସ୍ଥାନ କମ୍‌ ଥିବ ସେମାନଙ୍କ ପାଇଁ ମଧ୍ୟ ଏହି ପ୍ରକାରର କଲମି ଗଛ ଅଧିକ ଉପଯୋଗୀ ହୋଇପାରିବ। ତେବେ ଏଭଳି ଗଛ ଲଗାଇବାକୁ ଚାହୁଁଥିଲେ ଏହାର ବିଶେଷ ଭାବରେ ଯତ୍ନ ନେବାକୁ ହେବ ବୋଲି ଜାଣିରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri