ଏଇ ଭାରତରେ

ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି କରାଇ ଦିଏ। ହେଲେ ଆଜିର ସମାଜରେ ଏମିତି କେତେଜଣ ଭଦ୍ର ଓ ସଚ୍ଚୋଟପଣିଆର ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟର ଅର୍ଥକୁ ପାଇଲେ ବି ଲୋଭ କରନ୍ତି ନାହିଁ ଓ ହଜାଇଥିବା ବ୍ୟକ୍ତିଙ୍କୁ ଖୋଜି ତାଙ୍କୁ ହସ୍ତାନ୍ତର କରନ୍ତି। ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନ ଅଲୱର ଜିଲାର କିଶନଗଡ ଅଞ୍ଚଳରେ। ଏହି ଅଞ୍ଚଳର ମୋତିଲାଲ୍‌ ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଏକ ବ୍ୟାଗ୍‌ ପାଇଥିଲେ। ବ୍ୟାଗରେ କ’ଣ ଅଛି ଭାବି କୌତୂହଳରେ ତାକୁ ଖୋଲିବା ବେଳକୁ ସେ ପ୍ରଥମେ ଚମକି ପଡ଼ିଥିଲେ। କାରଣ ସେଥିରେ କେବଳ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ଭର୍ତ୍ତି ହୋଇ ରହିଥିଲା। ଏତେଗୁଡ଼ିଏ ସୁନା କାହାର ହଜିଥିବ ଭାବି ସେ ଭାରି ବ୍ୟସ୍ତ ହୋଇପଡ଼ିଲେ। ତେଣୁ ତୁରନ୍ତ ସେ ନିକଟସ୍ଥ ଥାନାକୁ ଯାଇ ଜମା କରିଥିଲେ। ସେହିଠାରେ କିଛି ସମୟ ରହିବା ଭିତରେ ଗହଣା ହଜାଇଥିବା ମାଲିକ ମଧ୍ୟ ପହଞ୍ଚି ଯାଇଥିଲେ। ଗହଣା ହଜିବା ନେଇ ଥାନାରେ ରିପୋର୍ଟ ଲେଖାଇବାକୁ ଯିବାବେଳେ ସେ ନିଜର ପର୍ସ ପାଇ ବହୁତ ଖୁସି ହୋଇଯାଇଥିଲେ। ପର୍ସ ଭିତରେ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ରହିଥିଲା ଓ ଏତେ ସବୁ ସୁନା ଗହଣାକୁ ନେଇ ସେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ତେବେ ସୁନା ଗହଣାକୁ ଫେରି ପାଇଥିବାରୁ ସେ ମୋତିଲାଲ୍‌ଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ପୋଲିସ ମଧ୍ୟ ତାଙ୍କୁ ମିଠା ଖୁଆଇ ତାଙ୍କ ସଚ୍ଚୋଟପଣିଆକୁ ଖୁବ୍‌ ପ୍ରଶଂସା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri