ଏଇ ଭାରତରେ

ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି କରାଇ ଦିଏ। ହେଲେ ଆଜିର ସମାଜରେ ଏମିତି କେତେଜଣ ଭଦ୍ର ଓ ସଚ୍ଚୋଟପଣିଆର ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟର ଅର୍ଥକୁ ପାଇଲେ ବି ଲୋଭ କରନ୍ତି ନାହିଁ ଓ ହଜାଇଥିବା ବ୍ୟକ୍ତିଙ୍କୁ ଖୋଜି ତାଙ୍କୁ ହସ୍ତାନ୍ତର କରନ୍ତି। ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନ ଅଲୱର ଜିଲାର କିଶନଗଡ ଅଞ୍ଚଳରେ। ଏହି ଅଞ୍ଚଳର ମୋତିଲାଲ୍‌ ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଏକ ବ୍ୟାଗ୍‌ ପାଇଥିଲେ। ବ୍ୟାଗରେ କ’ଣ ଅଛି ଭାବି କୌତୂହଳରେ ତାକୁ ଖୋଲିବା ବେଳକୁ ସେ ପ୍ରଥମେ ଚମକି ପଡ଼ିଥିଲେ। କାରଣ ସେଥିରେ କେବଳ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ଭର୍ତ୍ତି ହୋଇ ରହିଥିଲା। ଏତେଗୁଡ଼ିଏ ସୁନା କାହାର ହଜିଥିବ ଭାବି ସେ ଭାରି ବ୍ୟସ୍ତ ହୋଇପଡ଼ିଲେ। ତେଣୁ ତୁରନ୍ତ ସେ ନିକଟସ୍ଥ ଥାନାକୁ ଯାଇ ଜମା କରିଥିଲେ। ସେହିଠାରେ କିଛି ସମୟ ରହିବା ଭିତରେ ଗହଣା ହଜାଇଥିବା ମାଲିକ ମଧ୍ୟ ପହଞ୍ଚି ଯାଇଥିଲେ। ଗହଣା ହଜିବା ନେଇ ଥାନାରେ ରିପୋର୍ଟ ଲେଖାଇବାକୁ ଯିବାବେଳେ ସେ ନିଜର ପର୍ସ ପାଇ ବହୁତ ଖୁସି ହୋଇଯାଇଥିଲେ। ପର୍ସ ଭିତରେ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ରହିଥିଲା ଓ ଏତେ ସବୁ ସୁନା ଗହଣାକୁ ନେଇ ସେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ତେବେ ସୁନା ଗହଣାକୁ ଫେରି ପାଇଥିବାରୁ ସେ ମୋତିଲାଲ୍‌ଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ପୋଲିସ ମଧ୍ୟ ତାଙ୍କୁ ମିଠା ଖୁଆଇ ତାଙ୍କ ସଚ୍ଚୋଟପଣିଆକୁ ଖୁବ୍‌ ପ୍ରଶଂସା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri