ଏଇ ଭାରତରେ

ପରିବେଶ ଭଲ ରହିଲେ ଆମେ ଭଲ ରହିବା। ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ବ୍ୟକ୍ତିଗତ ସ୍ତରରେ କିଛି କରିବା ପାଇଁ କଷ୍ଟକର ମନେକରନ୍ତି। ହେଲେ ଏଭଳି ଆହ୍ବାନକୁ କେତେକ ଜୀବନର ଲକ୍ଷ୍ୟଭାବେ ଗ୍ରହଣ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତି। ଦରକାର ହେଲେ ଅନ୍ୟ ସମସ୍ତଙ୍କୁ ଛାଡି ଦିଅନ୍ତି ପଛେ ଲକ୍ଷ୍ୟରୁ ଓହରନ୍ତି ନାହିଁ। ଠିକ୍‌ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଭରତପୁରର ବଚ୍ଚୁ ସିଂ। ପରିବେଶ ସୁରକ୍ଷା ଦିଗରେ କାମ କରିବା ପାଇଁ ସେ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଛନ୍ତି। ଏବେ ସୁଦ୍ଧା ଦେଢ ଲକ୍ଷ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରି ସାରିଲେଣି। ଏବେ ବି ପ୍ରତିଦିନ ସେ ଗଛ ଲଗାଇବା, ତା’ର ଯତ୍ନ ନେବା ଆଦି ବିଭିନ୍ନ ପ୍ରକାର କାମ କରୁଛନ୍ତି। ଏମିତି କି ଗଛକୁ ସୁରକ୍ଷା ଦେବା ପାଇଁ ସେ ଆମ୍ବୁଲାନ୍ସ ସେବା ମଧ୍ୟ ସୃଷ୍ଟି କରିଛନ୍ତି। ମଣିଷଙ୍କ ଦେହ ଖରାପ ହେଲେ ଯେପରି ଆମ୍ବୁଲାନ୍ସ ସେବା ମିଳେ ଠିକ୍‌ ସେହିପରି ଗଛର କୌଣସି ଅସୁବିଧା ହେଲେ ସେ ତୁରନ୍ତ ସୁରକ୍ଷା ଦେବା ପାଇଁ ଏଭଳି ଏକ ସେବା ସୃଷ୍ଟି କରିଛନ୍ତି। ତାଙ୍କ ମତରେ ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା କରିବା କେବଳ ସରକାର ବା କୌଣସି ଅନୁଷ୍ଠାନର କାମ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ଏଥିପାଇଁ ସଚେତନ ହେବା ଜରୁରୀ। ତେବେ ସବୁ ସମୟରେ ଗଛର ଯତ୍ନ ନେବା ପାଇଁ ସେ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର ମଧ୍ୟ ନେଇଥିଲେ। ଏହାପରେ ସବୁ ସମୟ ଗଛର ଯତ୍ନ ନେବାରେ ସେ କଟାଇ ଦେଉଛନ୍ତି। ଗଛକୁ ନିଜର ସନ୍ତାନ ଭଳି ସେ ଦେଖନ୍ତି, ସବୁ ସମୟରେ ନିରନ୍ତରଭାବେ ଏହି କାମ କରି ସେ ଏବେ ଜଙ୍ଗଲ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଏଭଳି କାମ ପାଇଁ ତାଙ୍କୁ ଏବେ ରାଜ୍ୟ ସରକାରଙ୍କଠାରୁ ସମ୍ମାନ ମଧ୍ୟ ମିଳିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri