ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା ଆରମ୍ଭ କରିଛନ୍ତି ସତ୍‌ପାଲ ଅରୋରା। ରାଜସ୍ଥାନ ଚିତ୍ତୋରଗଡ଼ର ପ୍ରତାପଗଡ଼ ଗ୍ରାମରେ ତାଙ୍କ ଘର। କିଛି ଦିନ ତଳେ ସେ ଏଲ୍‌ଏଲ୍‌ବି ଡିଗ୍ରି କରିବା ପାଇଁ କଲେଜରେ ନାମ ଲେଖାଇଛନ୍ତି। ୮୧ ବର୍ଷୀୟ ସତ୍‌ପାଲ ଏବେ ଅନ୍ୟ ଛାତ୍ରୀଛାତ୍ରଙ୍କ ସହିତ ଏକାଠି ବସି ନିୟମିତ କ୍ଲାସ କରୁଛନ୍ତି। ପାଠ ବିଷୟରେ ଅନ୍ୟ ଛାତ୍ରଙ୍କ ସହିତ ଚର୍ଚ୍ଚା ବି କରୁଛନ୍ତି। ନୂଆ ପିଢିର ପିଲାଙ୍କ ସହିତ ବସି ପାଠ ପଢ଼ିବା ପାଇଁ ତାଙ୍କର ଆଦୌ ସଙ୍କୋଚ ନାହିଁ। ୪୦ ବର୍ଷ ପରେ ପୁଣି ଥରେ ପାଠ ପଢ଼ା ଆରମ୍ଭ କରି ସେ ବେଶ୍‌ ଉତ୍ସାହିତ ଅଛନ୍ତି। ସତ୍‌ପାଲଙ୍କୁ କଲେଜରେ ପଢୁଥିବାର ଦେଖି ଅନ୍ୟ ଛାତ୍ର ତଥା ଷ୍ଟାଫ୍‌ମାନେ ବି ବେଶ୍‌ ଉତ୍ସାହିତ ଅଛନ୍ତି। ଡିଗ୍ରୀ କରିବା ପୂର୍ବରୁ ସତ୍‌ପାଲ ପ୍ରଥମେ ତାଙ୍କର ଜଣେ ଅଧ୍ୟାପକ ବନ୍ଧୁଙ୍କ ସହ ପରାମର୍ଶ କରିବା ପରେ ନାମ ଲେଖାଇଛନ୍ତି। ତାଙ୍କ କହିବା ଅନୁସାରେ ବୟସ କେବେ ହେଲେ କୌଣସି କାମରେ ବାଧା ସୃଷ୍ଟି କରିପାରେ ନାହିଁ। ମନର ଉତ୍ସାହ ଥିଲେ ସବୁ କାମ କରିହେବ। ସବୁ ମଣିଷ ପ୍ରତି ମୁହୂର୍ତ୍ତରେ ନୂଆ କିଛି ଶିଖିବା ପାଇଁ ଚେଷ୍ଟା ଜାରି ରଖିବା ଦରକାର। ତେବେ ତାଙ୍କର ଏଭଳି ଏକ ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri