Posted inଜାତୀୟ

ଭାରତରେ ପ୍ରତି ୫ ଜଣରୁ ୩ କ୍ୟାନ୍‌ସର ରୋଗୀଙ୍କ ହେଉଛି ମୃତ୍ୟୁ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ,୨୫।୨(ପି.ଟି.): ଭାରତରେ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହେଉଥିବା ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ଦେଶରେ କ୍ୟାନ୍‌ସରଜନିତ ମୃତ୍ୟୁ ସଂଖ୍ୟାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ବୋଲି ସୋମବାର ‘ଦି ଲାନ୍‌ସେଣ୍ଟ ରିଜିଓନାଲ ହେଲ୍‌ଥ ସାଉଥ୍‌ ଇଷ୍ଟ ଏସିଆ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି। ବିଶ୍ୱବ୍ୟାପୀ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ୧୦%ରୁ ଅଧିକ ଘଟଣା ଭାରତରୁ ଆସୁଥିବା ଏହି ରିପୋର୍ଟ କହିଛି। କ୍ୟାନ୍‌ସର ମୃତ୍ୟୁରେ ଭାରତ ଚାଇନା ପରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ୪ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ଚାଇନାରେ ପ୍ରତି ୨ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି।

‘ଗ୍ଲୋବାଲ କ୍ୟାନ୍‌ସର ଅବଜର୍‌ଭେଟୋରି (ଗ୍ଲୋବୋକାନ୍‌) ୨୦୨୨’ ଏବଂ ‘ଗ୍ଲୋବାଲ ହେଲ୍‌ଥ ଅବଜର୍‌ଭେଟୋରି (ଜିଏଚ୍‌ଓ)’ର ଡେଟାବେସ୍‌କୁ ବ୍ୟବହାର କରି ଗତ ୨୦ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ବୟସ ବର୍ଗ ଏବଂ ଲିଙ୍ଗ ମଧ୍ୟରେ ୩୬ ପ୍ରକାରର କ୍ୟାନ୍‌ସରକୁ ଅନୁସନ୍ଧାନ କରି ଏହି ଅଧ୍ୟୟନକୁ ପ୍ରସ୍ତୁତ କରାଯାଇଛି। ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ସର୍ବାଧିକ ଦେଖାଦେଉଥିବା ୫ ସାଧାରଣ କ୍ୟାନ୍‌ସର, ଭାରତର ବାର୍ଷିକ କ୍ୟାନ୍‌ସର ମାମଲାର କେବଳ ୪୪% ବହନ କରୁଥିବା ଏହି ଅଧ୍ୟୟନ କହିଛି।
ଭାରତରେ କ୍ୟାନ୍‌ସର ରୋଗରେ ମହିଳାମାନେ ବେଶି ପ୍ରଭାବିତ ହେଉଛନ୍ତି। ଦେଶରେ ସମୁଦାୟ କ୍ୟାନ୍‌ସର ମାମଲାରୁ ୧୩.୮% ସ୍ତନ କର୍କଟ ମାମଲା ହୋଇଥିବା ବେଳେ ୯.୨% ମାମଲା ସର୍ଭାଇକାଲ କ୍ୟାନ୍‌ସର (ଗର୍ଭାଶୟ କର୍କଟ ରୋଗ) ରହିଛି।

ଭାରତରେ ମହିଳାଙ୍କଠାରେ ଦେଖାଯାଉଥିବା କ୍ୟାନ୍‌ସର ମଧ୍ୟରୁ ସର୍ବାଧିକ ୩୦% ସ୍ତନ କର୍କଟ ହୋଇଥିବାବେଳେ ୧୯% ଗର୍ଭାଶୟ କର୍କଟ ହୋଇଥିବା ଏହି ଅଧ୍ୟୟନ କହିଛି। ପୁରୁଷଙ୍କଠାରେ ହେଉଥିବା କର୍କଟ ରୋଗରେ ସର୍ବାଧିକ ୧୬% ମୁଖ ଗହ୍ବର କର୍କଟ ମାମଲା ରହିଛି। ସେହିପରି ଭାରତରେ କ୍ୟାନ୍‌ସରଜନିତ ମୃତ୍ୟୁର ଏକ ବଡ଼ ଭାଗ ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଦେଖାଦେଉଥିବାବେଳେ ସମୁଦାୟ କ୍ୟାନ୍‌ସର ମୃତ୍ୟୁର ୨୦% ମାମଲା ୧୫ରୁ ୪୯ ବର୍ଷ ବୟସ୍କଙ୍କ ମଧ୍ୟରେ ଘଟୁଥିବା ଏହି ଅଧ୍ୟୟନ କହିଛି। ଆଗାମୀ ୨ ଦଶନ୍ଧିରେ କ୍ୟାନ୍‌ସର ସମ୍ବନ୍ଧିତ ମୃତ୍ୟୁ ପରିଚାଳନାରେ ଭାରତକୁ ଏକ କଠିନ ଆହ୍ବାନକୁ ସାମ୍‌ନା କରିବାକୁ ପଡ଼ିପାରେ। ଜନସଂଖ୍ୟାର ବୟସ ବଢ଼ିବା ସହ ବାର୍ଷିକ ୨% ହାରରେ ଭାରତରେ କ୍ୟାନ୍‌ସର ମାମଲାରେ ବୃଦ୍ଧି ଘଟିବ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ପ୍ରକାଶ ଯେ, ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁଯାୟୀ, କ୍ୟାନ୍‌ସରର ସର୍ବାଧିକ ମାମଲା ଥିବା ବିଶ୍ୱର ତୃତୀୟ ଦେଶ ହେଉଛି ଭାରତ। ଏହି ତାଲିକା ଅନୁଯାୟୀ, ଭାରତ ଉପରେ ଆମେରିକା ଓ ଚାଇନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri