ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ Jio, Airtel, Vi ପାଇଁ TRAI ନିୟମ… 

ନୂଆଦିଲ୍ଲୀ,୧୨।୮: ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ଦୁଇଟି ସିମ୍‌କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍‌ରୁ ଅଧିକ କଥାବାର୍ତ୍ତା ହେଉଛନ୍ତି, କେବଳ ସେହି ସିମ୍‌କୁ ରିଚାର୍ଜ କରୁଛନ୍ତି ଏବଂ ଅନ୍ୟ ନମ୍ବରଟି ମାସମାସ ଧରି ରିଚାର୍ଜ ବିନା ଛାଡ଼ି ଦେଉଛନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ ଗୋଟିଏ ନମ୍ବରକୁ ଦୀର୍ଘଦିନ ଧରି ରିଚାର୍ଜ କରୁ ନାହାନ୍ତି ତେବେ ଏହି ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ।
ପ୍ରତ୍ୟେକ ସିମ କାର୍ଡର ଏକ ନିର୍ଦ୍ଧିଷ୍ଟ ବୈଧତା ଅବଧି ଥାଏ, ଯେଉଁଥିରେ ଏହା ରିଚାର୍ଜ ବିନା ଆକ୍ଟିଭ ରହିଥାଏ। ଯଦି ଆପଣ ଦୀର୍ଘଦିନ ଧରି ଆପଣଙ୍କ ନମ୍ବରକୁ ରିଚାର୍ଜ ନ କରନ୍ତି, ତେବେ ସେହି ନମ୍ବର ବନ୍ଦ ହୋଇପାରେ ଏବଂ କମ୍ପାନୀ ତାହା ଅନ୍ୟ ଜଣେ ଗ୍ରାହକଙ୍କୁ ଆଲର୍ଟ କରିଦେଇପାରେ। ନିକଟରେ ଏପରି ଏକ ଘଟଣା ଭାରତୀୟ କ୍ରିକେଟର ରଜତ ପାଟିଦାରଙ୍କ ସହ ଘଟିଛି।
କ୍ରିକେଟରଙ୍କ ସହ ଘଟିଥିବା ଘଟଣା
ଦୀର୍ଘଦିନ ଧରି ମୋବାଇଲ ନମ୍ବର ରିଚାର୍ଜ ନ କରିବା ଆପଣଙ୍କ ଗୋପନୀୟତା ପାଇଁ ମଧ୍ୟ ବିପଦଜନକ ହୋଇପାରେ। ଯଦି ଆପଣଙ୍କ ନମ୍ବର ବନ୍ଦ ହୋଇ ଅନ୍ୟ ଜଣଙ୍କୁ ମିଳିଯାଏ, ତେବେ ଆପଣଙ୍କ ନମ୍ବରକୁ ଆସୁଥିବା ବ୍ୟକ୍ତିଗତ କଲ ଓ ମେସେଜ ଅନ୍ୟ ଜଣଙ୍କ ପାଖରେ ପହଞ୍ଚିପାରେ, ଯାହା ଆପଣଙ୍କ ଗୋପନୀୟତାକୁ ବିପଦରେ ପକାଇପାରେ। କ୍ରିକେଟର ରଜତ ପାଟିଦାରଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଥିଲା। ତାଙ୍କ ନମ୍ବର ବନ୍ଦ ହେବା ପରେ ଅନ୍ୟ ଜଣେ ଗ୍ରାହକଙ୍କୁ ମିଳିଯାଇଥିଲା ଏବଂ ତାଙ୍କୁ ଆସୁଥିବା ସମସ୍ତ କଲ ଅନ୍ୟ ଜଣଙ୍କ ପାଖରେ ପହଞ୍ଚୁଥିଲା।
ଯଦି ଆପଣଙ୍କ ନମ୍ବର ଅନ୍ୟ ଜଣଙ୍କୁ ମିଳିଯାଏ ଏବଂ ସେ ତାହାର ଅପବ୍ୟବହାର କରେ, ତେବେ ଆପଣ ବିପଦରେ ପଡ଼ିଯାଇପାରନ୍ତି। ତେଣୁ ଆପଣଙ୍କୁ ନିୟମିତ ଭାବେ ନମ୍ବରଟି ରିଚାର୍ଜ କରି ଆକ୍ଟିଭ ରଖିବା ଉଚିତ।
TRAI ନିୟମ କ’ଣ କହୁଛି?
ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (TRAI) ସିମ କାର୍ଡ ଆକ୍ଟିଭେସନ ସମ୍ପର୍କରେ କିଛି ନିୟମ ପ୍ରଣୟନ କରିଛି। ଏହି ନିୟମ ଅନୁଯାୟୀ, ଯଦି ଜଣେ ଗ୍ରାହକ ନିର୍ଦ୍ଧିଷ୍ଟ ସମୟ ପରେ ମଧ୍ୟ ନମ୍ବର ରିଚାର୍ଜ ନକରନ୍ତି, ତେବେ ସେହି ନମ୍ବର ବନ୍ଦ ହୋଇପାରେ ଏବଂ ଅନ୍ୟ ଗ୍ରାହକଙ୍କୁ ଆଲଟ ହୋଇପାରେ। ଏହି ନିୟମ ଜିଓ, ଏୟାରଟେଲ, ଭିଆଇ ଓ ବିଏସଏନଏଲ ପାଇଁ ବାଧ୍ୟତାମୂଳକ।
ଜିଓ ସିମ କେତେ ଦିନ ଆକ୍ଟିଭ ରହୁଛି?
ଜିଓ ସିମ ବିନା ରିଚାର୍ଜ ପ୍ଲାନ୍‌ରେ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। କିନ୍ତୁ ପ୍ଲାନ ଶେଷ ହେବା ପରେ ଇନକମିଂ କଲ ଏକ ମାସ ବା କିଛି ଦିନ ପରେ ବନ୍ଦ ହୋଇପାରେ। ଯଦି ଆପଣ ୯୦ ଦିନ ବା ତା’ଠାରୁ ଅଧିକ ସମୟ ରିଚାର୍ଜ ନ କରନ୍ତି, ତେବେ ଆପଣଙ୍କ ନମ୍ବର ଅନ୍ୟକୁ ଆଲର୍ଟ ହୋଇପାରେ।
ଏୟାରଟେଲ ସିମ କେତେ ଦିନ ଆକ୍ଟିଭ ରହୁଛି?
ଏୟାରଟେଲ ସିମ ମଧ୍ୟ ବିନା ରିଚାର୍ଜରେ ୯୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। ଏହା ପରେ କମ୍ପାନୀ ୧୫ ଦିନର ଗ୍ରେସ ପିରିୟଡ ଦେଇଥାଏ। ଏହି ୧୫ ଦିନ ମଧ୍ୟରେ ରିଚାର୍ଜ ନ କଲେ ନମ୍ବରଟି ବନ୍ଦ ହୋଇ ଅନ୍ୟ ଗ୍ରାହକଙ୍କୁ ଆଲଟ ହୋଇପାରେ।
ଭିଆଇ ସିମ କେତେ ଦିନ ଆକ୍ଟିଭ ରହୁଛି?
ଭୋଡାଫୋନ ଆଇଡିଆ (ଭିଆଇ) ସିମ୍‌ର ନିୟମ ମଧ୍ୟ ଜିଓ ଓ ଏୟାରଟେଲ ପରି। ୯୦ ଦିନ ରିଚାର୍ଜ ନ କଲେ କମ୍ପାନୀ ନମ୍ବରଟି ବନ୍ଦ କରି ଅନ୍ୟକୁ ଆଲଟ କରିପାରେ। ଭିଆଇ ନମ୍ବରକୁ ଆକ୍ଟିଭ ରଖିବା ପାଇଁ ନ୍ୟୁନତମ ୪୯ ଟଙ୍କାର ପ୍ଲାନ କରିବାକୁ ହେବ।
ବିଏସଏନଏଲ ସିମ କେତେ ଦିନ ଆକ୍ଟିଭ ରହୁଛି?
ବିଏସଏନଏଲ ସିମ ବିନା ରିଚାର୍ଜରେ ପ୍ରାୟ ୧୮୦ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହୁଛି। ସରକାରୀ କମ୍ପାନୀ ଜିଓ, ଏୟାରଟେଲ ଓ ଭିଆଇ ତୁଳନାରେ ଅଧିକ ସୁବିଧା ପ୍ରଦାନ କରୁଛି। ଏହା ସେହି କୋଟି କୋଟି ଉପଭୋକ୍ତାଙ୍କ ପାଇଁ ବହୁ ସୁବିଧା, ଯେଉଁମାନେ ବାରମ୍ବାର ରିଚାର୍ଜର ଝଞ୍ଝଟରୁ ଦୂରେଇ ରହିବାକୁ ଚାହାନ୍ତି।
ତେବେ ଆପଣଙ୍କ ମୋବାଇଲ ନମ୍ବରକୁ ଆକ୍ଟିଭ ରଖିବା ପାଇଁ ନିୟମିତ ରିଚାର୍ଜ କରନ୍ତୁ, ନଚେତ ଏହା ବନ୍ଦ ହୋଇ ଅନ୍ୟକୁ ଆଲର୍ଟ ହେବା ଦ୍ୱାରା ଆପଣଙ୍କ ଗୋପନୀୟତା ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri