ଗଞ୍ଜାମ ଜିଲାରେ ଖାତା ଖୋଲିନି କଂଗ୍ରେସ

ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ୨୫୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଥିରୁ ବିଜେଡିରୁ ୬୭ ଏବଂ ଭାଜପାରୁ ମାତ୍ର ୨ ଜଣ ନିର୍ବାଚିତ ହୋଇଛନ୍ତି। ଅନ୍ୟ ୧୮୭ ଜଣ ପରାଜିତ ହୋଇଛନ୍ତି। ତେବେ ଜଣେ ବି ନିର୍ବାଚିତ ନ ହୋଇ କଂଗ୍ରେସ ମୂଳପୋଛ ହୋଇଯାଇଛି। ଶତାଧିକ ବର୍ଷର ପୁରୁଣା ଦଳର ଏହି ଦୁର୍ଦ୍ଦଶା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ଦଳ ଆତ୍ମସମୀକ୍ଷା କରିବାର ବେଳ ଆସିଛି ବୋଲି ସଂଖ୍ୟାଧିକ କର୍ମୀ ଓ ନେତା ମତ ପ୍ରକାଶ ସହ ଜିଲା ନେତୃତ୍ୱ ପରିବର୍ତ୍ତନ କରାଯିବାକୁ ଗୁରୁତ୍ୱ ଦେଇଛନ୍ତି।
ଜିଲା ପରିଷଦ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ଘଟି ୬୯ ରୁ ୬୭ ଜୋନରେ ବାଜିମାତ କରିଛି। ବେଲଗୁଣ୍ଠା ବ୍ଲକର ୪୭ନଂ ଏବଂ ପାତ୍ରପୁର ବ୍ଲକର ୩୪ନଂ ଜୋନ୍‌ରୁ ଭାଜପା ପ୍ରାର୍ଥୀ ଦ୍ୱୟ ଜିତି ବଂଶରକ୍ଷା କରିଛନ୍ତି। ଅପରପକ୍ଷରେ ଏଥର ନିର୍ବାଚନ ରୋଚକ ହୋଇଛି ଏବଂ ଦୁଇ ତିନୋଟି ଛାଡ଼ିଦେଲେ ଅନ୍ୟ ଜୋନଗୁଡ଼ିକରେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିର୍ବାଚନମଣ୍ଡଳୀର ଧରାକୋଟ ବ୍ଲକର ୩ ଏବଂ ସାନଖେମୁଣ୍ଡି ବ୍ଲକର ୪ ଜୋନ ମଧ୍ୟରୁ ଗୋଟିଏରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତି ନାହାନ୍ତି। ଅପରପକ୍ଷରେ ୨୦୧୭ ନିର୍ବାଚନରେ ଭାଜପାର ଗଞ୍ଜାମ ସାଙ୍ଗଠନିକ ଜିଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ, ଗଞ୍ଜାମ ବ୍ଲକର ୧୫ନଂ ଏବଂ କୁକୁଡ଼ାଖଣ୍ଡି ବ୍ଲକର ୧୦ନଂ. ଜୋନରେ ଦଳୀୟ ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିଲେ। ସେହିପରି ଘୁମୁସର ସାଙ୍ଗଠନିକ ଜିଲା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ୬୨ନଂ. ଜୋନ ଭାଜପା ଦଖଲରେ ଥିଲା। ଏଥର ନିର୍ବାଚନରେ ଏହି ୪ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ନିର୍ବାଚିତ ହୋଇଛନ୍ତି। ଫଳରେ ଭାଜପାର ନିର୍ବାଚନୀ ପ୍ରଚାରରେ କେବଳ ମୋଦି ମନ୍ତ୍ରକୁ ଗ୍ରାମାଞ୍ଚଳ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ପ୍ରମାଣିତ ହୋଇଛି। ଜିଲାର ବିଭିନ୍ନ ବ୍ଳକରେ ସିପିଏମ୍‌ର ୩ ଏବଂ ସିପିଆଇର ୬ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ହାତୀ ଚିହ୍ନରେ ଲଢ଼ିଥିବା ବିଏସ୍‌ପିର ୫, ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇଥିବା ୩୭ ଜଣଙ୍କ ସମାନ ଦୁର୍ଦ୍ଦଶା ହୋଇଛି। ଗତ ନିର୍ବାଚନରେ ବିଜେଡି ୬୪ ଜୋନରେ ନିର୍ବାଚିତ ହୋଇଥିବା ବେଳେ ଏଥର ଅଧିକ ୩ ଜୋନ ଦଖଲ କରିଛି। ଭାଜପାର ୪ ଏବଂ କଂଗ୍ରେସର ଗୋଟିଏ ଜୋନ ହାତଛଡ଼ା ହୋଇଛି। ତେଣୁ ଚଳିତ ରାଜନୀତିରେ ଏହା ଚର୍ଚ୍ଚାକୁ ଆସିଛି।
ଗଞ୍ଜାମ ଜିଲା ପରିଷଦ ଜୋନ ନିର୍ବାଚନର ଭୋଟ ଫଳାଫଳ ଏକପାଖିଆ ସଫଳତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ଓ ବିପଦ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଡ.ବିଷ୍ଣୁ ଚରଣ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରୋଧୀ ବିନା ଶାସକ ଗୋଷ୍ଠୀ ଏକଚ୍ଛତ୍ରବାଦ ହୋଇଯିବାର ସେ ଦର୍ଶାଇଛନ୍ତି। ତେଣୁ ଯେକୌଣସି ଶାସନ ବ୍ୟବସ୍ଥାରେ ବିରୋଧୀ ଦଳର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜିଲା ପରିଷଦର ୬୯ ଜୋନରୁ ୬୭ରେ ବିଜେଡିର ବାଜିମାତକୁ ଲକ୍ଷ୍ୟ ରଖି ଏହା କହିଛନ୍ତି। ଆଲୋଚନା ପ୍ରସଙ୍ଗରେ ଧରିତ୍ରୀକୁ ପ୍ରଫେସର ଚୌଧୁରୀ ଆହୁରି ସୂଚାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ତାଙ୍କ ନେତୃତ୍ୱରେ ଗଠିତ ବିଜୁ ଜନତା ଦଳକୁ ଲୋକେ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ତେବେ ବିରୋଧୀ ଦଳ ନିଶ୍ଚିହ୍ନ ହୋଇଗଲେ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ହେବ ଓ ଶାସକ ଦଳ ମନଇଚ୍ଛା ନିଷ୍ପତ୍ତି ନେବ। ତେଣୁ ବିରୋଧୀ ଦଳ ରହିବା ଏବଂ ସେମାନେ ସାମ୍ବିଧାନିକ ପଦ୍ଧତିରେ ନିଜ ଦାୟିତ୍ୱ ତୁଲାଇବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri