ଗଞ୍ଜାମରେ ୩,୮୬୦ଜଣ ପାଇବେ ଭତ୍ତା

ଛତ୍ରପୁର,୩ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୩,୮୬୦ ଜଣ କଳାକାର ଭତ୍ତା ପାଇବେ। ଏଥିସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା ଅନୁସାରେ ସମସ୍ତ କଳାକାର ଯେଭଳିି ଭତ୍ତା ପାଇବେ ସେ ନେଇ ତୁରନ୍ତ ରାଜ୍ୟକୁ ତାଲିକା ପ୍ରେରଣ କରିବାକୁ ଜିଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ସଂସ୍କୃତି ଅଧିକାରୀ ଜିତେନ ପରିଡା ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୮ରେ ଗଞ୍ଜାମ ଜିଲାରେ ୩୮୬୦ ଜଣ କଳାକାର ଏହି ଭତ୍ତା ପାଇବା ସକାଶେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହାକି ରାଜ୍ୟର ସବୁ ଜିଲାଠାରୁ ସର୍ବାଧିକ । ସେହି ପ୍ରକାରେ ଉକ୍ତ ବର୍ଷ କଳାକାରମାନଙ୍କ ଆବେଦନ ପରେ ଚୟନ କରାଯାଇ ମୋଟ ୧୭୫୬ ଜଣଙ୍କ ନାମ ସୁପାରିଶ ହୋଇଥିଲା ଓ ସେମାନେ କଳାକାର ଭତ୍ତା ପାଇ ଆସୁଥିଲେ। ବଳକା ୨୧୦୪ ଜଣ ଭତ୍ତା ନେବାକୁ ଥିଲା। କଳାକାରମାନଙ୍କ ମଧ୍ୟରୁ ଅନେକ ବିୟୋଗ ପରେ ପୁନର୍ବାର କଳାକାର ଭତ୍ତା ନିମନ୍ତେ ଆବେଦନ ସଂଗ୍ରହ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରୁ ସମୁଦାୟ ୫୬୬୮ ଜଣ କଳାକାରଙ୍କ ଠାରୁ ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା । ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନ ପତ୍ର ଯାଞ୍ଚ କରାଯିବାରେ ୪୯୮୩ ଜଣଙ୍କ ପ୍ରମାଣପତ୍ର ଠିକ ଥିଲା । ଠିକ ଥିବା ସମସ୍ତ କଳାକାରଙ୍କ ତାଲିକା ସେମାନଙ୍କ ବ୍ଲକ, ଏନ୍‌ଏସି ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଚୟନ ସକାଶେ ପଠାଯାଇଥିଲା। ବ୍ଲକ କଳାକାର ସଂଘର ସଭ୍ୟମାନଙ୍କୁ ସଂପୃକ୍ତ କରାଯାଇ ସେମାନଙ୍କସ୍ତରରେ ଚୟନ କରି ପ୍ରକୃତ କଳାକାରଙ୍କ ନାମ ତାଲିକା ଜିଲା କାର୍ଯ୍ୟାଳୟକୁ ପ୍ରେରଣ ସକାଶେ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା । ପୂର୍ବରୁ ଭତ୍ତା ପାଇଥିବା ୧୭୫୬ କଳାକାର ଏବଂ ନୂତନ ଭାବେ ୨୧୦୪ଜଣ କଳାକାରଙ୍କୁ ମିଶାଯାଇ ଜିଲାକୁ ପ୍ରାପ୍ତ ହୋଇଥିବା ୩୮୬୦ ଜଣ କଳାକାରଙ୍କ ନାମ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବ। ସମସ୍ତ କଳାକାର ଯେପରି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଭତ୍ତା ପାଇବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଏବଂ ଜିଲା କଳା ସଂସ୍କୃତି ସଂଘ ସଭାପତି ସନ୍ତୋଷ କୁମାର ପାଢୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri