ଗଞ୍ଜାମରେ ୩୦ ପ୍ରତିଶତ ଧାନରୁଆ ହୋଇନି

ଛତ୍ରପୁର,୨୧ା୯(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଗତ ୨ଦିନ ହେଲା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଚାଷକାର୍ଯ୍ୟ ପାଇଁ ଏହା ଭଲ ବୋଲି ଚାଷୀମାନେ କହୁଛନ୍ତି। ମାତ୍ର ଧାନଚାଷ ପାଇଁ ଯେଉଁ ସମୟରେ ବର୍ଷା ଓ ଜଳସେଚନର ଆବଶ୍ୟକତା ଥିଲା ତାହା ଅଭାବ ଦେଖାଦେଇଥିଲା। ଫଳରେ ଧାନଚାଷ ଜିଲାରେ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଧାନରୁଆ ପାଇଁ ଶ୍ରାବଣ ମାସରେ ବର୍ଷା ଆବଶ୍ୟକ ଥାଏ। ହେଲେ ଭାଦ୍ରବରେ ଏହି ବର୍ଷା ହେଉଛି। ବର୍ଷା ଓ ଜଳସଚେନ ଅଭାବରୁ ଜିଲାର ୩୦ ପ୍ରତିଶତ ଜମିରେ ଧାନରୁଆ ହୋଇ ନ ଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।

ଜିଲାର ଛତ୍ରପୁର, ଦିଗପହଣ୍ଡି, ଚିକିଟି, ସୋରଡା, ଭଞ୍ଜନଗର, ପାତ୍ରପୁର, ଶେରଗଡ ବ୍ଲକର କେତେକ ଅଞ୍ଚଳରେ ଏବେ ଚାଷ ଜମି ପଡିଆ ପଡିଥିବା କୁହାଯାଇଛି। ୧୫ ନଂ କେନାଲରେ ବର୍ଷାପାଣି ଆସିଲେ ଛତ୍ରପୁର ବ୍ଲକର ଚିକଲଖଣ୍ଡି, ଭିକାରୀପଲ୍ଳୀ ଓ ପୋଡାପଦର ପଞ୍ଚାୟତରେ ଧାନରୁଆ କାର୍ଯ୍ୟ ହୋଇଥାଏ। ଚଳିତବର୍ଷ ଗତ ମାସରେ ବର୍ଷା ଅଭାବ କାରଣରୁ ଉକ୍ତ କେନାଲରେ ପାଣି ଆସି ନଥିଲା। ତେଣୁ ଉକ୍ତ ଅଞ୍ଚଳରେ ହଜାର ହଜାର ଏକର ଜମି ପଡିଆ ପଡିଥିବା ଦେଖିବାକୁ ମିଳିଛି। ବର୍ଷା ଓ ଜଳସେଚନ ଅଭାବ ଲାଗି ଚଳିତବର୍ଷ ଜିଲାରେ ଧାନ ଉପତ୍ାଦନ କମିବା ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଧାନଚାଷ କମିବା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି କୁହାଯାଇଛି। ଚଳିତବର୍ଷ ଧାନ ବିକିବା ପାଇଁ ଜିଲାର ୧ ଲକ୍ଷ ୪୬ ହଜାର ୫୪୧ ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି। ଜିଲାର ୧୦୩ ପ୍ରାଥମିକ ସମବାୟ ସମିତି, ୧୦୩ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଏହି ପଞ୍ଜୀକରଣ କରାଇଛନ୍ତି। ଏବେ ପଞ୍ଜୀକୃତ ଚାଷୀମାନଙ୍କ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଖରିଫ୍‌ ଧାନ ବିକିବା ପାଇଁ ଜିଲାର ୧ ଲକ୍ଷ ୩୧ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ସେଥିରୁ ୨୦ ହଜାର ଚାଷୀ ଧାନ ବିକି ପାରି ନ ଥିଲେ। ଠିକ୍‌ ସମୟରେ ସମିତିଗୁଡିକ ଧାନ କିଣି ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ଧାନକିଣା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଉପରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଚାଷୀ ପଞ୍ଜୀକରଣ ଚାଲିଥିଲା। ଅନ୍ୟପକ୍ଷରେ ଗତବର୍ଷ ଧାନ ବିିକିଥିବା ଆହୁରି ୩୪ ଜଣଙ୍କୁ ତାଙ୍କର ପ୍ରାପ୍ୟ ମିଳି ନ ଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri