ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତରେ।
ସୂଚନାଯୋଗ୍ୟ, ପଞ୍ଚାୟତରେ ମୋଟ ୯୭୦ ଜଣ ହିତାଧିକାରୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ଊର୍ଦ୍ଧ୍ୱ ଜଣଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା ହେଉଥିଲେ ହେଁ ଆକାଉଣ୍ଟରେ ଆଧାର ସଂଯୋଗ ତଥା କଓ୍ବୋଇସି ଅପ୍‌ଡେଟ ହେଇ ପାରୁ ନ ଥିବାରୁ ଟଙ୍କା ଉଠାଇବାରେ ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ପୂର୍ବ ଭଳି ମାନୁଆଲ ଭତ୍ତା ଯୋଗାଇ ଦେବା ଦାବିରେ ବୁଧବାର ପଞ୍ଚାୟତ ସମ୍ମୁଖରେ ଅନେକ ବୃଦ୍ଧାବୃଦ୍ଧ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।