ଚାଇନା ସ୍ବାର୍ଥରେ, ମାକ୍‌ରଁ ନିରାଶ

ବେଜିଂ/ପ୍ୟାରିସ୍‌/ଓ୍ବାଶିଂଟନ୍‌,୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଗୁରୁବାର ୟୁକ୍ରେନ୍‌ ଶାନ୍ତି ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ବେଜିଂ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ଆଲୋଚନା ପରେ ସେ ଏହି ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ରୁଷିଆକୁ ବୁଦ୍ଧି ଶିଖାଇ ମସ୍କୋ ଉପରେ ଚାପ ପକାଇବା ପାଇଁ ଜିନ୍‌ପିଙ୍ଗ୍‌ଙ୍କୁ ମାକ୍‌ରଁ କହିଥିଲେ। କିନ୍ତୁ ଚାଇନା ରାଷ୍ଟ୍ରପତି ସେଭଳି ସଙ୍କେତ ଦେଇ ନ ଥିଲେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ସହ ବେଜିଂର ସମ୍ପର୍କ ପୂର୍ବଭଳି ଅତୁଟ ରହିଥିବା ଏଥିରୁ ମନେକରାଯାଉଛି। ଦୁଇନେତାଙ୍କ ମଧ୍ୟରେ ଆଲୋଚନା ପରେ ଜିନ୍‌ପିଙ୍ଗ୍‌ କହିଥିଲେ, ଯଥାଶ୍ରୀଘ ସମ୍ଭବ ଶାନ୍ତି ଆଲୋଚନା ଆରମ୍ଭ ହେବା ଉଚିତ। ବୈଶ୍ୱିକ ବ୍ୟାପାରରେ ଆମେରିକାକୁ ଦମନ କରିବା ପାଇଁ ମସ୍କୋକୁ ନିଜ ପରମବନ୍ଧୁ ବିବେଚନା କରୁଥିବା ବେଜିଂ ୨୦୨୨ ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ନିରପେକ୍ଷ ରହିବାକୁ ଉଦ୍ୟମ କରିଆସିଥିଲା। କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କୂଟନୈତିକ ସମର୍ଥନ ଦେଇଆସିଥିଲା। ଏଥିଲାଗି ଗତମାସରେ ଜିନ୍‌ପିଙ୍ଗ୍‌ଙ୍କ ରୁଷିଆ ଗସ୍ତ ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଗସ୍ତ ଏକଘରିକିଆ ହୋଇଯାଇଥିବା ରୁଷୀୟ ରାଷ୍ଟ୍ରପତିଙ୍କୁ ରାଜନୈତିକ ଉତ୍ସାହ ପ୍ରଦାନ କରିଥିଲା। ଜିନ୍‌ପିଙ୍ଗ୍‌ ଆହୁରି କହିଥିଲେ, ସବୁ ପକ୍ଷଙ୍କ ବୈଧ ସୁରକ୍ଷା ଚିନ୍ତାକୁ ବିଚାରକୁ ନିଆଯିବା ଉଚିତ। ୟୁରୋପୀୟ ସାମରିକ ମେଣ୍ଟ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ପୂର୍ବ ଆଡ଼କୁ ବିସ୍ତାର ଲାଭ କରୁଥିବାରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଯଥାର୍ଥ ବୋଲି ଯୁକ୍ତି ବାଢ଼ୁଥିବା ରୁଷିଆ ପ୍ରତି ଏହାକୁ ଚାଇନାର ନୀରବ ସମର୍ଥନ ରୂପେ ଧରାଯାଇପାରେ। ସରକାରମାନେ ଏପରି କାର୍ଯ୍ୟାନୁଷ୍ଠାନ ନେବାରୁ ନିବୃତ୍ତ ରହିବା ଉଚିତ, ଯାହାକି ଏହି ସଙ୍କଟକୁ ଆହୁରି ଗମ୍ଭୀର କରିପାରେ। ଏପରି କି ରୁଷିଆ-ୟୁକ୍ରେନ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ଜିନ୍‌ପିଙ୍ଗ୍‌ କହିଛନ୍ତି। ଏଥିସହ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ ଓ ଶକ୍ତି ଯୋଗାଣ ହ୍ରାସ ଏଡ଼ାଇବା ଲାଗି ପାରସ୍ପରିକ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହା ପୂର୍ବରୁ ସମସ୍ତଙ୍କୁ ଆଲୋଚନାର ଟେବୁଲକୁ ଆଣି ରୁଷିଆକୁ ଉଚିତ ଶିକ୍ଷା ଦେବା ପାଇଁ ଜିନ୍‌ପିଙ୍ଗ୍‌ଙ୍କୁ ମାକ୍‌ରଁ ଅନୁରୋଧ କରିଥିଲେ। ମାକ୍‌ରଁ ୟୁନାଇଟେଡ୍‌ ନେସନ୍ସ ଚାର୍ଟରକୁ ଚାଇନାର ସମର୍ଥନ ବିଷୟ ରେଖାଙ୍କିତ କରି କହିଥିଲେ, ଏକ ରାଷ୍ଟ୍ରର କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦିଆଯିବା ଉଚିତ। ବେଲାରୁଷରେ ଆଣବିକ ଅସ୍ତ୍ର ମୁତୟନ କରିବା ନେଇ ପୁଟିନ୍‌ଙ୍କ ଘୋଷଣା ଅନ୍ତର୍ଜାତୀୟ ରାଜିନାମାକୁ ଉଲ୍ଲଂଘନ କରୁଛି ଏବଂ ଜିନ୍‌ପିଙ୍ଗ୍‌ ସରକାରଙ୍କ ପ୍ରତି ମସ୍କୋର ପ୍ରତିଶ୍ରୁତିବଦ୍ଧତାକୁ ପାଣିରେ ପକାଇଦେଇଛି। ତେଣୁ ସ୍ଥାୟୀ ଶାନ୍ତି ଖୋଜିବାକୁ ପଡ଼ିବ, ଯାହାକି ଚାଇନା, ଫ୍ରାନ୍ସ ଓ ୟୁରୋପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ମାକ୍‌ରଁ କହିଥିଲେ। ଚାଇନା ହେଉଛି ରୁଷୀୟ ତୈଳ, ଗ୍ୟାସ୍‌ର ସବୁଠୁ ବଡ଼ କ୍ରେତା। ଏଥିଯୋଗୁ ପାଶ୍ଚାତ୍ୟର ତମାମ କଟକଣା ସତ୍ତ୍ୱେ କ୍ରେମ୍‌ଲିନ୍‌ ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଇନ୍ଧନ ପାଉଛି। ଏହା ବଦଳରେ ତାଇଓ୍ବାନ୍‌କୁ ବଳପୂର୍ବକ ଦଖଲ ଉଦ୍ୟମ ଚଳାଇଥିବା ଚାଇନାକୁ ରୁଷିଆ ସମର୍ଥନ କରୁଛି। ତେଣୁ ଜିନ୍‌ପିଙ୍ଗ୍‌ଙ୍କ ଚତୁର ମନ୍ତବ୍ୟ ମାକ୍‌ରଁଙ୍କୁ ନିରାଶ କରିଛି। ମାକ୍‌ରଁଙ୍କ ସହ ୟୁରୋପିଆନ୍‌ କମିଶନ୍‌ ଅଧ୍ୟକ୍ଷା ଉର୍ସୁଲା ଭୋନ୍‌ ଡେ ଲେୟେନ୍‌ ମଧ୍ୟ ଚାଇନା ଗସ୍ତ କରିଛନ୍ତି। ସେପଟେ ତାଇଓ୍ବାନ୍‌ ଆକାଶରେ ଚାଇନା ଯୁଦ୍ଧବିମାନ ଉଡ଼ାଇ ଏହି ସ୍ବାଧୀନ ଦ୍ୱୀପକୁ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ତାଇଓ୍ବାନ୍‌ ପ୍ରଣାଳୀରେ ଚାଇନା ଏବଂ ଆମେରିକା ଯୁଦ୍ଧବିମାନ ଓ ଯୁଦ୍ଧଜାହାଜ ଚଳାଇ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ଚାଇନାର କଡ଼ା ଚେତାବନୀକୁ ବେଖାତିର କରି ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ବୁଧବାର କାଲିଫର୍ନିଆର ରୋନାଲ୍ଡ ରିଗାନ୍‌ ପ୍ରେସିଡେନ୍ସିଆଲ ଲିବର୍ଟିରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିଥିଲେ। ତାଇଓ୍ବାନ୍‌ ରାଷ୍ଟ୍ରପତି କହିଥିଲେ, ବର୍ତ୍ତମାନ ଗଣତନ୍ତ୍ର ପ୍ରତି ସଙ୍କଟ ଦେଖାଦେଇଛି। ଆମେ ଶାନ୍ତି ଓ ଗଣତନ୍ତ୍ର ବଜାୟ ରଖିବା ଲାଗି ଯେଉଁ ଉଦ୍ୟମ କରିଛୁ, ତାହା ଅଭୂତପୂର୍ବ ଆହ୍ବାନକୁ ସାମ୍ନା କରୁଛି। ତାଇଓ୍ବାନ୍‌କୁ ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ଚାଇନା ଏହି ଗସ୍ତକୁ ସାର୍ବଭୌମତ୍ୱ ପ୍ରତି ବିପଦ ଦର୍ଶାଇ କଡ଼ା ବିରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri