ଚିଲିକାରେ ପକ୍ଷୀ ସଂଖ୍ୟା ୧୬% କମିଲା

ବାଲୁଗାଁ ,୫ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃର୍ର୍ପକ୍ଷ (ସିଡିଏ) ପକ୍ଷରୁ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ୧୨ଲକ୍ଷ ୪୨ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୬୮ହଜାର ୬୫୩ ପକ୍ଷୀ ଅର୍ଥାତ୍‌ ୧୬ପ୍ରତିଶତ ହ୍ରାସ ପାଇଥିବା ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ୧୫.୫୩ ବର୍ଗ କି.ମି ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟିି ପକ୍ଷୀଙ୍କ ସମାଗମ ହୋଇଛି। ଗତବର୍ଷ ଏଠାରେ ୪ ଲକ୍ଷ ୨୪ହଜାର ୭୮୮ପକ୍ଷୀଙ୍କ ସମାଗମ ହୋଇଥିଲା। ଏଠାରେ ମଧ୍ୟ ଚଳିତ ବର୍ଷ ୬୫ ହଜାର ୮୮୯ଟି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତ ବର୍ଷ ୧୯୦ ପ୍ରଜାତିର ସ୍ଥାନୀୟ ଓ ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୩ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି। ସେଥିମଧ୍ୟରୁ ବିଦେଶାଗତ ୧୦୭ ଓ ସ୍ଥାନୀୟ ୭୬ ପ୍ରଜାତିର ପକ୍ଷୀ ଅଛନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦନ ପିଣ୍ଟେଲ୍‌ ୧ଲକ୍ଷ ୭୨ହଜାର ୨୮୫, ଗଡଓ୍ବାଲ୧ଲକ୍ଷ ୫୩ହଜାର ୯୮୫, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୫୦ହଜାର ୮୪୩ ଏବଂ ଗଡଓ୍ବିଟ୍‌ ୫୫ହଜାର ୩୦୩ ସଂଖ୍ୟାରେ ଅଛନ୍ତି। ତେବେ ଚିଲିକାର ଶୋଭା ବର୍ଦ୍ଧନକାରୀ ସବୁଠାରୁ ଆକର୍ଷଣୀୟ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ କିଛିବର୍ଷ ହେବ ଲୋପ ପାଇ ଗତ ବର୍ଷ ଏହି ପକ୍ଷୀ ମାତ୍ର ୭୧ଟି ଦୃଷ୍ଟିଗୋଚର ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୨୦୪୦ରେ ପହଞ୍ଚତ୍ଛି। ପକ୍ଷୀ ପ୍ରେମୀ ଓ ବିଶାରଦଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ବହୁ ବର୍ଷ ଧରି ଚିଲିକାରେ ଦେଖିବାକୁ ମିଳୁନଥିବା ମଙ୍ଗୋଲଏଡ଼ଗଲ ପ୍ରଜାତିର ପକ୍ଷୀ ଚଳିତ ବର୍ଷ ୨ଟି ଦେଖାଯାଇଛି।
ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା। ନଳବଣରେ କେବଳ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨, ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ତଥା ବାଲିପାଟପୁର ଠାରୁ ସାତ ଭାୟା, ରମ୍ଭା, ମଙ୍ଗଳାଯୋଡ଼ି ଠାରୁ ଭୂଷଣ୍ଡପୁର, ସୋରଣ ଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈ ଠାରୁ ଚନ୍ଦ୍ରାପୁଟ, ସାତପଡ଼ା ଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦ ଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ। ପକ୍ଷୀ ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ମଙ୍ଗଳବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହ୍ରିଷ୍ଟ୍ରି ଅଫ ସୋସାଇଟ୍‌ର ନିର୍ଦ୍ଦେଶକ ଡ.ବିଭାସ ପାଣ୍ଡବ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବ୍ରହ୍ମପୁର ସର୍କଲ ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଜ୍ୟୋତି କୋଟାଲ, ଏସିଏଫ୍‌ ଶରତ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୦୬ ଜଣ ଗଣନା କାର୍ଯ୍ୟରେ ସାମିଲ୍‌ ହୋଇ ଦିଗ୍‌ଦର୍ଶନ ଦେଇଥିଲେ। ତେବେ ସମଗ୍ର ଚିଲିକାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ପିସିସିଏଫ୍‌ ପ୍ରଶାନ୍ତ ମିଶ୍ର କହିଛନ୍ତି, ଚିଲିକାରେ ଜଳସ୍ତର ଅଧିକା ଥିବା ହେତୁ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବିଶେଷକରି ତଟବର୍ତ୍ତୀ ଅଞ୍ଚଳ ଚାଷଜମି ଉପରେ ନିର୍ଭର କରି ସମାଗମ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri