ଛତ୍ରପୁରରେ ନିୟମ ଫୁ: ୭ ଦୋକାନ ୧୫ ଦିନ ପାଇଁ ସିଲ

ଛତ୍ରପୁର,୪।୫(ଡିଏନଏ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ କରୋନା କଟକଣାକୁ ଅମାନିଆ ମାନୁନାହାନ୍ତି । ଅପରପକ୍ଷରେ ଏଠାରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୋକାନୀ ଏବଂ ଗ୍ରାହକ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସ୍‌ି ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଉପରେ ଅତର୍କିତ ଚଢ଼ାଉ କରାଯାଇଛି। କୋଭିଡ ଗାଇଡ୍‌ ଲାଇନ୍‌ ଖିଲାପ ଅଭିଯୋଗରେ ସହରରେ ଥିବା ୭ରୁ ଊଦ୍ଧର୍‌ବ ବିଭିନ୍ନ ଦୋକାନ ସମେତ ଏକ ଗୋଲ୍ଡ ଲୋନ ସଂସ୍ଥାକୁ ୧୫ ଦିନ ପାଇଁ ପ୍ରଶାସନ ସିଲ କରିଛି। ସେହିପରି ଅନେକ ଦୋକାନୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଏଥି ସହିତ ବିଭିନ୍ନ ହୋଟେଲ, ମଲରେ ଚେକିଂ କରାଯିବା ସହ କଡ଼ା ନଜର ରଖାଯାଇଛି ।