ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍‌ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି। ଆଜିର ଚିହ୍ନଟଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଛାଡିଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮୪ ଜଣ ସୁସ୍ଥ ହୋଇଥିବା ବେଳେ ୯୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ୬ ଜଣଙ୍କ ମୃତ୍ୟୁ ଘଟିଛି।