Categories: ବାଣିଜ୍ୟ

ଅଗଷ୍ଟରେ ୪,୬୨,୫୨୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩ା୯: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଅଗଷ୍ଟ ମାସର ଗାଡ଼ି ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଗ୍ରାହକମାନଙ୍କର ସକାରାତ୍ମକ ମନୋଭାବ ଓ ଡିଲର୍‌ଶିପ୍‌ରେ ପାର୍ବଣଋତୁର ଉତ୍ସାହ ଯୋଗୁ ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀର ମୋଟ ଡେସ୍‌ପ୍ୟାଚ୍‌ ୭% ବୃଦ୍ଧି ପାଇ ୪,୬୨,୫୨୩ ୟୁନିଟ୍‌ରେ ପହଞ୍ଚିଛି। ସେଥିରେ ଦେଶ ଭିତରେ ୪,୨୩,୨୧୬ ଗାଡ଼ି ବିକ୍ରି ହୋଇଥିବା ବେଳେ କମ୍ପାନୀ ୩୯,୩୦୭ ଗାଡ଼ି ରପ୍ତାନି କରିଛି। ଏପରିକି ଗତ ବର୍ଷ ଅଗଷ୍ଟରେ କମ୍ପାନୀ ମୋଟ ୪,୩୧,୫୯୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା, ଯେଉଁଥିରୁ ଦେଶ ଭିତରେ ୪,୦୧,୪୮୦ ୟୁନିଟ୍‌ ବିକ୍ରି ହୋଇଥିବା ବେଳେ ୩୦,୧୧୪ଟି ରପ୍ତାନି ହୋଇଥିଲା। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ପୂର୍ବ ମାସ ଓ ବର୍ଷକୁ ବର୍ଷ ଭିତିରେ ବଜାର ପ୍ରଦର୍ଶନରେ ଦ୍ରୁତ ଗତିଶୀଳତା ପରିଲକ୍ଷିତ ହୋଇଛି। ସବୁବର୍ଗରେ ଆକର୍ଷଣୀୟ ଉପତ୍ାଦ ବର୍ଗମାଳା ଓ ଉତ୍ସବ ଋତୁକୁ ସ୍ବାଗତ କରିବା ସହ ଆମର ବିଶ୍ୱାସ ରହିଛି ଯେ ଆମର ସମସ୍ତ ଟଚ୍‌ପଏଣ୍ଟରେ ଉପଲବ୍ଧ ଥିବା ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌ ଜରିଆରେ ଏହି ଉତ୍ସବର ଉଲ୍ଲାସ ବହୁଗୁଣିତ ହେବ।
୨୦୨୨ ଅଗଷ୍ଟରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଉଭୟ ବିଗ୍‌ୱିଙ୍ଗ ଓ ରେଡ୍‌ ୱିଙ୍ଗ୍‌ ବର୍ଗରେ ୪ଉପତ୍ାଦ ଯଥା ସିବି୩୦୦ଏଫ୍‌, ଆକ୍ଟିଭା ପ୍ରିମିୟମ୍‌ ଏଡିସନ୍‌, ଡିଓ ସ୍ପୋର୍ଟସ୍‌ ଓ ସାଇନ୍‌ ସେଲିବ୍ରେସନ୍‌ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି।

Share