ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି, ଅଭ୍ୟାସର ବ୍ୟାପକ ଢାଞ୍ଚା ରହିବା ଆବଶ୍ୟକ: ଡ. ପି.କେ. ମିଶ୍ର

ଭୁବନେଶ୍ୱର,୩ା୩(ବନ୍ଦନା ସେଠୀ): ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେ କୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ନୂଆଦିଲ୍ଲୀରେ ଆୟୋଜିତ ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ ମନ୍ଥନ ଶିଖର ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହ କଥା ହେବାବେଳେ ଏହା କହିଛନ୍ତି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ସେ କହିଲେ, ସରକାର ଆତ୍ମନିର୍ଭର ହେବା ଉପରେ ଧ୍ୟାନ ଦେଇ କୋଭିଡ୍‌-୧୯ ମହାମାରୀ, ୟୁକ୍ରେନ-ରୁଷ ବିବାଦ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଅସ୍ଥିର ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତୀୟ ଅର୍ଥ ବ୍ୟବସ୍ଥା କିଭଳି ଭାବେ ଅନେକ ଆହ୍ବାନର ସାମ୍ନା କରିଥିଲା ଓ ବଦଳୁଥିବା ପରିସ୍ଥିତିରେ ଦେଖାଦେଉଥିବା ବହୁ ସମସ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ବହୁ ସଂସ୍କାର ପ୍ରବର୍ତ୍ତନ କରିଥିବା ସେ କହିଥିଲେ। ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ଓ ଶକ୍ତିକ୍ଷେତ୍ରରେ ପରିବର୍ତ୍ତନକୁ ଭାରତ ଦୃଢ଼ ଭାବେ ମୁକାବିଲା କରିଥିଲା। କୋଭିଡ୍‌ ସମୟରେ ସମଗ୍ର ବିଶ୍ୱ ଅଶାନ୍ତ ଅବସ୍ଥାରେ ଥିଲାବେଳେ ଭାରତ ଆହ୍ବାନଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ସଫଳତାର ସହ ମୁକାବିଲା କରିପାରିଥିଲା। ଦେଶ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ସମେତ କେତେକ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ସହିତ ଆର୍ଥିକ ସଂସ୍କାର ପାଇଁ ବହୁ ପଦକ୍ଷେପ ନେବାରୁ ଅଭିବୃଦ୍ଧି ଗତି ପୁନଃସ୍ଥାପିତ ହୋଇଥିଲା। ବର୍ତ୍ତମାନ ଚାଲିଥିବା ସଂରକ୍ଷଣବାଦ ଏବଂ ୱାଶିଂଟନ ସର୍ବସମ୍ମତିର ଭାଙ୍ଗିବା ପରିପ୍ରେକ୍ଷୀରେ ଉଲ୍ଲେଖ କରି ଡ. ମିଶ୍ର କହିଲେ, ବିଶ୍ୱ ସହିତ ଭାରତର ଆର୍ଥିକ ସମ୍ପର୍କରେ ଆମର ନୀତିଗତ ଆଭିମୁଖ୍ୟ ଅତ୍ୟନ୍ତ ସୁସଙ୍ଗତ ରହିଛି। ନିକଟରେ ଅଷ୍ଟ୍ରେଲିଆ, ୟୁଏଇ ଏବଂ ଇଏଫ୍‌ଟିଏ ସହିତ ହୋଇଥିବା ଏଫ୍‌ଟିଏର ଉଦାହରଣ ଦେଇ ବ୍ରିଟେନ ଏବଂ ୟୁରୋପୀୟ ସଂଘ ସହିତ ଚାଲିଥିବା ଆଲୋଚନା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏକ ନୂତନ ଆଭିମୁଖ୍ୟ ସହିତ ଅନିଶ୍ଚିତତାର ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠାରେ କେବଳ ବିପଦ ଆକଳନ ନୁହେଁ ବରଂ ଏକ ‘ଅଭଙ୍ଗୁର ବ୍ୟବସ୍ଥା’ ନିର୍ମାଣ କରିବା ଆମର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ଆମେରିକା ଗସ୍ତ ବିଷୟରେ ଉଲ୍ଲେଖ କରି ସେ ଏହାକୁ କେବଳ ସଙ୍କଟ ମୁକାବିଲା ପାଇଁ ଜବାବୀ ପଦକ୍ଷେପ ପରିବର୍ତ୍ତେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଏବଂ ସୁଯୋଗ ଦିଗରେ ଆଗକୁ ବଢିବା ଦୃଷ୍ଟିକୋଣରୁ ଅତ୍ୟନ୍ତ ସକାରାତ୍ମକ ବୋଲି ବର୍ଣ୍ଣନା କରିଥିଲେ। ଭାରତର ବ୍ୟାପକ ଉପଭୋକ୍ତା ଆଧାର ଏବଂ ଜନସାଂଖିକ ଲାଭକୁ ନେଇ ସେ ଆଶା ବ୍ୟକ୍ତ କରିଥିଲେ। ଦେଶର ମୋଟ ଶ୍ରମଶକ୍ତିର ପ୍ରାୟ ୪୬ ପ୍ରତିଶତ କୃଷି କ୍ଷେତ୍ରରେ ରହିଛି। ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି)ରେ ଏହାର ଅଂଶ ୧୯୭୦ ଦଶକରେ ପ୍ରାୟ ୫୦ ପ୍ରତିଶତରୁ ବର୍ତ୍ତମାନ ୧୮ ପ୍ରତିଶତକୁ ହ୍ରାସ ପାଇଛି। କୃଷିରେ ବିବିଧତା ଆଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ପ୍ରଶାସନର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳଦେଇ ପ୍ରଶାସନିକ ସେବା କ୍ଷେତ୍ରର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣ ପାଇଁ ଭାରତ ସରକାର ନିରନ୍ତର ଓ ବିକାଶଶୀଳ ପ୍ରୟାସ ପ୍ରଦର୍ଶନ କରୁଛି। ନିରନ୍ତର ନବସୃଜନ, ଆଜୀବନ ଶିକ୍ଷା ଏବଂ ସ୍ଥିର ବିଶ୍ୱସନୀୟତା ମଧ୍ୟ ଏହି ଆଭିମୁଖ୍ୟରେ ରହିଛି। ‘ମିଶନ କର୍ମଯୋଗୀ’ ଏବଂ ’ସମନ୍ବିତ ସରକାରୀ ଅନ୍‌ଲାଇନ ତାଲିମ’ (ଆଇଜିଓଟି) ମଞ୍ଚ ଭଳି ନୂତନ ପଦକ୍ଷେପଗୁଡ଼ିକ କାର୍ମିକ ପରିଚାଳନା କ୍ଷେତ୍ରରେ ଦକ୍ଷତା ଆଧାରିତ ଏବଂ ସାମଗ୍ରିକ ଆଭିମୁଖ୍ୟ ସ୍ପଷ୍ଟ କରୁଛି। ପ୍ରଶାସନକୁ ଅଧିକ ସୁଗମ୍ୟ, ଦକ୍ଷ ଏବଂ ନାଗରିକ ଅନୁକୂଳ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଭଳି କ୍ଷେତ୍ରରେ ସଂସ୍କାର ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri