୭୩ ବର୍ଷରେ ସୁନା ୧୦ ଗ୍ରାମ୍‌ ଦାମ୍‌ ବଢ଼ିଛି ୬୦୦ ଗୁଣା: ୧୯୪୭ରେ ଥିଲା ୮୮ ଟଙ୍କା…

ନୂଆଦିଲ୍ଲୀ,୧୫।୮: ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିଲା। ଇତିମଧ୍ୟରେ ୭୩ ବର୍ଷ ବିତି ଯାଇଛି। ଏହି ସମୟ ମଧ୍ୟରେ ଦେଶର ଜନସଂଖ୍ୟା ବଢ଼ି ୧୩୦ କୋଟିରୁ ଅଧିକରେ ପହଞ୍ଚିିଛି। ୧୯୪୭ରେ ଜନସଂଖ୍ୟା ୩୪ କୋଟି ଥିଲା। ୧୯୫୧ ଜନଗଣନା ସମୟରେ ଏହା ୩୬ କୋଟି ଥିଲା। ସେହିପରି ଏହି ସମୟ ମଧ୍ୟରେ ଦେଶର ଜିଡ଼ିପି ୫୫ ଗୁଣା ବଢ଼ିଛି। ୧୯୫୦-୫୧ରେ ଜିଡ଼ିପି ୨.୭୯ ଲକ୍ଷ କୋଟି ଥିବାବେଳେ ଏବେ ୨୦୧୯-୨୦ରେ ଏହା ୧୪୭.୭୯ କୋଟିରେ ପହଞ୍ଚିଛି। ସେହିପରି ମୁଣ୍ଡପିଛା ଆୟ ୫୪୨ ଗୁଣା ବଢ଼ିଛି। ୧୯୪୭-୪୮ରେ ଏହା ୨୪୯ ଟଙ୍କା ଥିବାବେେଳେ ୨୦୧୯-୨୦ରେ ଏହା ଲକ୍ଷେ ୩୫ ହଜାର ୫୦ ଟଙ୍କାରେ ପହଞ୍ଚିଛି। ୧୯୪୭ରେ ସୁନା ଭରି(୧୦ ଗ୍ରାମ୍‌) ୮୮ଟଙ୍କା ୬୨ ପଇସା ଥିଲା। ଏବେ ଏଥିରେ ୬୦୦ ଗୁଣା ବୃଦ୍ଧି ପାଇଛି। ୨୦୨୦ରେ ସୁନା ଭରି ଦାମ ୫୪ ହଜାର ୪୭୦ ଟଙ୍କାରେ ପହଞ୍ଚିଛି। ଏବେ ପୂର୍ବରୁ ସୁନା ଭରି ଦାମରେ ଦୁଇ ଲିଟର କ୍ଷୀର କିଣିବା ସମ୍ଭବ ହେଉଛି।

Share