୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। ଫଳରେ ସକାଳ ୬ଟାରୁ ଜିଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ୨୬ ନମ୍ବର ଜାତୀୟ ରାଜପଥ ସମେତ ସମସ୍ତ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ। କୋକସରା ବ୍ଲକର ମୋଟେର ଛକଠାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବେଣୁପାଣି ଦୁର୍ଗା, ଲିଙ୍ଗରାଜ ବେହେରା, ସୁଶୀଲ କୁମାର ଶବର, ବଙ୍କିମ ଦାସ, ସୁଦର୍ଶନ ବେହେରା, ଘେନୁ ବେହେରା, ରାଜ କୁମାର ବାଗ, କ୍ଷୀରସିନ୍ଧୁ ସୁନାନୀ, କୋକସରା ପୋଲିସ ଥାନା ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ପୁରୁଷୋତ୍ତମ ଗୁପ୍ତା, ଜିଲା ପରିଷଦ ସଭ୍ୟ, ତ୍ରିନାଥ ବାଗ୍‌, ପେନ୍‌ସନ୍‌ଗ୍ରାହୀ ସଂଘ ସମ୍ପାଦକ ମୀନକେତନ ପ୍ରଧାନୀ, କଂଗ୍ରେସ ନେତା ରାଜେନ୍ଦ୍ର ନାଏକ, ତ୍ରିଭୂବନ ନାଏକ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, କୀର୍ତ୍ତନ ଶବର, ଘନଶ୍ୟାମ ଜାଲ ପ୍ରମୁଖ ସାମିଲ ରହିଥିଲେ। ଆମପାଣି ବସ୍‌ଷ୍ଟାଣ୍ଡ ନିକଟରେ ଜିଲାପରିଷଦ ସଭ୍ୟ ହେମନ୍ତ ମାଝି, ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧାଙ୍ଗଡ଼ାମାଝି, କଂଗ୍ରେସ ନେତା ହରିଶ୍ଚନ୍ଦ୍ର ନାଏକ, ବିଡୁ ନାଏକ, କେଶବ ବେଣୁପାଣି, ରାଜୁ ପଟେଲ, ତାପସ ରଞ୍ଜନ ରାୟ, ଅଜୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରୁଷି ପୂଝାରୀ, ଦୟାନିଧି ନାଏକ, ଭାସ୍କର ରାଓ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଫଳରେ ଧର୍ମଗଡ଼ ଉପଖଣ୍ଡ ସମେତ ଭବାନୀପାଟଣା ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଥିଲା। ତେବେ ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ହେବାକୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ମୁତୟନ ରହିଥିଲେ। କୋକସରାଠାରେ ଅଲ୍‌ ଓଡ଼ିଶା ସିଡ୍ୟୁଲ୍‌ କାଷ୍ଟ ଫେଡେରେଶନ ପକ୍ଷରୁ କର୍ମକର୍ତ୍ତାମାନେ ମଧ୍ୟ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri