୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା ୮୮ବର୍ଷରେ ବି ଆଜି ଓଡ଼ିଆ ଚଳଚ୍ଚିତ୍ରକୁ ଅନେକ ପ୍ରଶ୍ନ ଘେରି ରହିଛି। ନିମ୍ନମାନର ଚଳଚ୍ଚିତ୍ର, ବିଷୟବସ୍ତୁ, କପି ଆଦିର ଅପବାଦରୁ ଧୀରେ ଧୀରେ ପୁନଃ ମୁଣ୍ଡ ଟେକୁଛି ଚଳଚ୍ଚିତ୍ର ଜଗତ। ସମ୍ପ୍ରତି ଯୁବ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ସିନେମା। ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି। ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି। ଅର୍ଥ ଅଭାବରୁ କଳାକାରଙ୍କୁ ମୂଲ୍ୟ ଦେଇପାରୁ ନାହାନ୍ତି ପ୍ରଯୋଜକ। ଫଳରେ ଟଙ୍କା ମିଳୁ ନ ଥିବା ଏବଂ ନିମ୍ନମାନର ବଜେଟ ପାଇଁ କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଚଳଚ୍ଚିତ୍ର ପ୍ରତି ସରକାର, ସଂସ୍କୃତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସେତେଟା ଧ୍ୟାନ ଦେଉ ନ ଥିବା ଜଣାପଡ଼ିଛି। ପ୍ରେକ୍ଷାଳୟ ସମସ୍ୟା, ସବ୍‌ସିଡି, ଆର୍ଥିକ ସହାୟତା ଭିତରେ ଏବେ ବି ଓଡ଼ିଆ ଚଳଚ୍ଚିତ୍ର ଜଗତ ଛନ୍ଦି ହୋଇ ରହିଛି।

ଦୂରଦୃଷ୍ଟି ବିଚାରଯୋଗ୍ୟ

ଅନ୍ୟ ରାଜ୍ୟରେ ସିନେମା ଭଲ ଚାଲିଛି। କାରଣ ସେଠି ପ୍ରଯୋଜକଙ୍କୁ ସବ୍‌ସିଡି ଯୋଗାଇ ଦିଆଯାଉଛି। ଆମର ଏଠାରେ ବର୍ଷବର୍ଷ ଧରି ପ୍ରଯୋଜକମାନେ ଆର୍ଥିକ ସହାୟତାରୁ ବଞ୍ଚତ୍ତ ଅଛନ୍ତି। ସେହିପରି ଯେତେବେଳେ ତେଲୁଗୁର ବଡ଼ ବଜେଟର ଚଳଚ୍ଚିତ୍ର ପୁଷ୍ପା-୨ ଓଡ଼ିଶାର ପ୍ରାକୃତିକ ପରିବେଶ ଘେରରେ ନିର୍ମାଣ ଚାଲିଛି, ସେଠି ଆମ ସରକାର ଷ୍ଟୁଡିଓ ନିର୍ମାଣ ପାଇଁ ମାତ୍ର ୨୦୦କୋଟି ବିନିଯୋଗ କରିଛନ୍ତି। ତାହା ପୁଣି ଆଜିଯାଏ ହୋଇପାରୁନି। ତେଣୁ ବର୍ତ୍ତମାନ ବିଭାଗ, ନିଗମ ଓ ସରକାରଙ୍କ ଦୂରଦୃଷ୍ଟି ବିଚାରଯୋଗ୍ୟ। ପ୍ରଯୋଜକ ଯେତିକି ଟଙ୍କାରେ ଚଳଚ୍ଚିତ୍ର କରୁଛି ସେତିକି ମଧ୍ୟ ପାଉନି। ଏଭଳିସ୍ଥିତିରେ ପ୍ରଯୋଜକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଭୟ କରୁଛି।
– ଦିଲ୍ଲୀପ ହାଲି, ସିନେ ସମୀକ୍ଷକ

ସରକାରୀ ସ୍ତରରେ ଆର୍ଥିକ ସହାୟତା ଲୋଡ଼ା

ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ପୁଣି ନିଜ ଅସ୍ତିତ୍ୱ ବଜାୟ ରଖିବାକୁ ଚେଷ୍ଟା ଚଳାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସରକାରୀସ୍ତରରେ ଆର୍ଥିକ ସହାୟତା ଯୋଗାଇବା ସହ ଚଳଚ୍ଚିତ୍ରକୁ ଘେରି ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା। ନିକଟରେ ପ୍ରଯୋଜକ ସଂଘ ପକ୍ଷରୁ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କ ସହ ଆଲୋଚନା କରାଯାଇଥିଲା। ପୂର୍ବରୁ ନିଷ୍ପତ୍ତି ହୋଇଥିଲା ନିଗମ ଚଳଚ୍ଚିତ୍ର ବିତରଣରେ ସାହାଯ୍ୟ କରିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ। ନିଗମ ଏହା ବୁଝିବା ସହ ପ୍ରଯୋଜକ, ବିତରକ ଓ ପ୍ରେକ୍ଷାଳୟ ମାଲିକଙ୍କ ସହ ସହଯୋଗ ରଖିବା ଆବଶ୍ୟକ। ଏପରି କି ଚଳଚ୍ଚିତ୍ରର ଉନ୍ନତି ପାଇଁ ବୈଠକ, ପ୍ରେକ୍ଷାଳୟକୁ କମ୍ପ୍ୟୁଟରୀକରଣ, କଟକଠାରେ ଥିବା ସିଣ୍ଡିକେଟରେ ୱେବ୍‌ସାଇଟ ଖୋଲିବା, ନିୟମିତ ଚଳଚ୍ଚିତ୍ର କରୁଥିବା ବ୍ୟକ୍ତିବିଶେଷଙ୍କୁ ନିଗମର ପଦପଦବୀରେ ମନୋନୀତ କରିବା ଆଦି ପ୍ରସ୍ତାବ ପ୍ରଯୋଜକ ସଂଘ ପକ୍ଷରୁ ଦିଆଯାଇଛି।
-ସ୍ଥିତ ପଟ୍ଟନାୟକ,
ପ୍ରଯୋଜକ ତଥା ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri