୧୯୬୭ ନମ୍ବରରେ ଚାଷୀ ଧାନବିକ୍ରି ତଥ୍ୟ ପାଇବେ

 

ଭଞ୍ଜନଗର,୧୦।୧୨(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଭଲ ହୋଇଛି । ଲକ୍ଷ୍ୟଠାରୁ ଅଧିକ ଫସଲ ଅମଳ ଆଶା କରାଯାଉଛି। କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ଉପଦ୍ରବ ଏବଂ ନିମ୍ନମାନର ବିହନ ଯୋଗୁ ଅମଳ କମିବା ସମ୍ଭାବନା ରହିଛି। ସେପଟେ ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବା ବିଳମ୍ବ ହେଉଥିବାରୁ ଚାଷୀମାନେ ଏବେ ଧାନ ଅମଳ କରି ବେପାରୀଙ୍କୁ ବିକିବାରେ ଲାଗିଛନ୍ତି । ଆସନ୍ତା ୧୬ ତାରିଖରେ ଭଞ୍ଜନଗର ଉପଖଣ୍ଡରେ ମଣ୍ଡି ଖୋଲିବ। ଶୁକ୍ରବାର ଭଞ୍ଜନଗର ଉପ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରି ଚାଷୀମାନେ କିଭଳି ଧାନ ବିକ୍ରି ସମୟରେ କୈଣସି ଅସୁବିଧାର ସମ୍ମୁଖିନ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କୌଣସି କର୍ମଚାରୀ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ପରୋକ୍ଷରେ ସୂଚାଇଥିଲେ । ଗତ ବର୍ଷଗୁଡ଼ିକରେ ଚାଷୀମାନେ ଧାନ ବିକ୍ରି ସମୟରେ ପୂର୍ବ ସୂଚନା ଠିକ୍‌ ଭାବେ ପାଇପାରୁ ନଥିଲେ । ଚଳିତବର୍ଷ କେଉଁଦିନ ଧାନ ବିକ୍ରି କରିବେ, କେତେ ଧାନ ବିକ୍ରି କରିପାରିବେ ଆଦି ତଥ୍ୟ ଜାଣିପାରିବେ । ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଥିବା ନମ୍ବରରୁ ଟୋଲଫ୍ରି ନମ୍ବର ୧୯୬୭ କୁ କଲ୍‌ କଲେ ଯେଉଁ ତଥ୍ୟ ଜାଣିବାକୁ ଚାହିଁବେ ପାଇପାରିବେ । ଫଳରେ ଚାଷୀମାନେ ଘରେ ବସି ସମସ୍ତ ତଥ୍ୟ ପାଇପାରିବେ। ଗତବର୍ଷ ୧୬୨ଟି ସୋସାଇଟିରୁ ବିଭିନ୍ନ ମାଧ୍ୟମରେ ଧାନକ୍ରୟ କରାଯାଇଥିଲା। ଚଳିତବର୍ଷ ଡ଼ୁମାକୁମ୍ପା ସ୍ବୟଂ ସହାୟିକା ଗୋଷ୍ଠୀ ଏଥିରୁ ଓହରି ଯାଇଛି। ଗତ ଖରିଫ୍‌ ଋତୁରେ ୧୨ଲକ୍ଷ ୯୯ ହଜାର ୮୨୩ କୁଇଣ୍ଟାଲ ଧାନ ୪୦,୧୯୮ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ କିଣା ଯାଇଥିଲା। ଚଳିତ ବର୍ଷ ତାଠାରୁ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଧାନ ବିକ୍ରି ପାଇଁ ୪୨୦୦୧ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ସେଥିମଧ୍ୟରୁ ୭୪ଜଣ ଚାଷୀଙ୍କ ନାମ ଜମିପଟ୍ଟା ଯାଞ୍ଚ ସମୟରେ କଟି ଯାଇଥିଲା । ବଳକା ୪୧୯୨୭ ଚାଷୀଙ୍କ ଠାରୁ ଧାନ କିଣାଯିବ । ବର୍ତ୍ତମାନ ୯୦ ପ୍ରତିଶତ ଚାଷୀଙ୍କ ପାଖରେ ମେସେଜ୍‌ ଆସି ପହଞ୍ଚି ଯାଇଛି କେବେ କେଉଁ ଚାଷୀଙ୍କ ଠାରୁ ଧାନ କିଣାଯିବ । ଚଳିତ ବର୍ଷ ସାଧାରଣ ଧାନ କୁଇଣ୍ଟାଲ ପିଛା ୨୦୪୦ ଏବଂ ଗ୍ରେଡ଼୍‌ ‘ଏ’ ଧାନ ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୬ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖରିଫ୍‌ ଧାନ କିଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ୍‌ ମହାନ୍ତି ଧାନ କିଣା ନୀତି ନିୟମ ସମ୍ପର୍କରେ କହିଥିଲେ । ଅଭାବି ଧାନ ବିକ୍ରି ରୋକିବା ପାଇଁ ପ୍ରତ୍ୟେକ ତହସିଲ ଅଞ୍ଚଳରେ ତହସିଲଦାରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ବୈଠକରେ ଉପଖଣ୍ଡର ସମସ୍ତ ୮ ବିଡ଼ିଓ, ୮ ତହସିଲଦାର, ମିଲର, ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri