୧୯ ବର୍ଷରେ ୬୬% ଗୋମହିଷାଦି ସଂଖ୍ୟା କମିଛି, ଅର୍ଥନୀତି, ପରିବେଶ ଉପରେ ପକାଉଛି ପ୍ରଭାବ

କେନ୍ଦ୍ରାପଡ଼ା,୧୭ା୧(ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟା ପରେ କେନ୍ଦ୍ରାପଡ଼ା ଜିଲାର ଗୋମହିଷାଦି ପ୍ରାଣୀ ସଂଖ୍ୟା ଉପରେ ଚଡ଼କ ପଡିଛି। ଏକଦା ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରୁଥିବା ଏହି ପ୍ରାଣୀଧନ ୧୯ ବର୍ଷରେ ସଂଖ୍ୟା ହ୍ରାସ ପାଇଛି। ଏହି ଜିଲାର ପ୍ରାଣୀ ବିଭାଗ ତଥ୍ୟ ଅନୁଯାୟୀ ୨୦୦୦ ମସିହାରେ ୯,୨୪,୫୯୦ ଗୋମହିଷାଦି ଥିଲେ। ୨୦୧୯ ଗଣନାରେ ପ୍ରାୟ ୬୬ ପ୍ରତିଶତ ହ୍ରାସ ପାଇଁ ଏମାନଙ୍କ ସଂଖ୍ୟା ୩,୧୩,୭୧୫ ହୋଇଥିଲା। ତେବେ ଆସନ୍ତା ଫେବୃଆରୀରେ ୨୧ତମ ଗୃହପାଳିତ ପ୍ରାଣୀ, ପକ୍ଷୀ ଗଣନା ହେବ। ଏଥିରେ ସଂଖ୍ୟା ହ୍ରାସ ହେବ କି ବଢ଼ିବ ତାହା ଜଣାପଡ଼ିବ। ସଂଖ୍ୟା ହ୍ରାସର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ବୋଲି ଗବେଷକମାନେ କହିଛନ୍ତି। ଅପରପକ୍ଷରେ ଏହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି।
ଏ ସମ୍ପର୍କରେ ଗବେଷଣା କରୁଥିବା ଅଧ୍ୟାପକ କ୍ଷିତୀଶ କୁମାର ସିଂ କହିଛନ୍ତି, ପରିବର୍ତ୍ତିତ ପାଣିପାଗ ଜିଲାର ତଟକ୍ଷୟକୁ ବୃଦ୍ଧି କରିଛି। ୧୯୬୦ରୁ ଅଦ୍ୟାବଧି ସମୁଦ୍ର ଭୂଭାଗ ଆଡ଼କୁ ପ୍ରାୟ ୧୨ କି.ମି. ମାଡ଼ି ଆସିଛି। ୨୦୦୦ ମସିହାରେ ସାତଭାୟା ପଞ୍ଚାୟତର କାନପୁର ରାଜସ୍ବ ଗ୍ରାମ ସମେତ ବହୁ ଭୂଭାଗ ଅଞ୍ଚଳ ଜିଲା ରାଜସ୍ବ ମାନଚିତ୍ରରେ ଥିଲା। ଏବେ ତଟକ୍ଷୟ ପାଇଁ ସାତଭାୟାର ସମସ୍ତ ଅଧିବାସୀଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ଏହି ଅଞ୍ଚଳ ସମେତ ଜିଲାର ୪୮ କିଲୋମିଟର ତଟରୁ ୨୮ କି.ମି.ରେ ତଟବର୍ତ୍ତୀ ଗ୍ରାମାଞ୍ଚଳ ସମୁଦ୍ର ମଧ୍ୟକୁ ଚାଲିଗଲାଣି। ଚାଷ ଓ ବାସ ବିପନ୍ନ ଫଳରେ ଗୋମହିଷାଦି ପାଳନ ସମ୍ଭବ ନୁହେଁ। ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଡ. ଦେବୀପ୍ରସାଦ ସାହୁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ଭୂଗର୍ଭରେ ଏବେ ଲୁଣା ପାଣି ମିଳୁଛି। ସେହିପରି ଲୁଣାପାଣି ଯୋଗୁ ଗୋମହିଷାଦିଙ୍କ ସବୁଜ ଖାଦ୍ୟ ମିଳିବା ସମ୍ଭବ ନୁହେଁ। ଗୋମହିଷାଦି ସଂଖ୍ୟା ହ୍ରାସ ପାଇଁ ଚାରଣଭୂମିର ଅଭାବ ଦାୟୀ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ଜୀବିକା। ଏହି ପରିବାର ପ୍ରାଣୀଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତି। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାରକରି ଚାଷୀ କ୍ଷେତକୁ ଉର୍ବର କରିବା ସହ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି। ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମହାବାତ୍ୟା ପ୍ରାଣୀଧନ ଉପରେ ବିପତ୍ତି ଭାବେ ଉଭା ହୋଇଥିଲା। ଏହା ପରଠାରୁ ଅବାଧ ଭାବେ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ଯୋଗୁ ଚାରଣ ଓ ଚାଷ ଜମି ଲବଣାକ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସ ପ୍ରତି ବିଭାଗୀୟ ଅଧିକାରୀ ଅଧିକ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ତନ୍ତିଆପାଳର ପ୍ରମିଳା ମଲ୍ଲିକ କହିଛନ୍ତି, କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଗୋ ମହିଷାଦିଙ୍କ ଗୁରୁତ୍ୱ ଅଧିକ। ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ। ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଏମାନଙ୍କ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି। ସେହିପରି ସଙ୍କର ଜାତୀୟ ଗାଈ ପାଇଁ ଏହି ଲୁଣା ଜଳବାୟୁ ଠିକ୍‌ ନୁହେଁ। ପାଳନ ସମୟରେ ମରିଯାଉଛନ୍ତି। ଏସବୁ ବିଭିନ୍ନ ବ୍ୟତିକ୍ରମ ଫଳରେ ପ୍ରାଣୀଧନ ହ୍ରାସ ହେଉଛି। ଏଡିଭିଓ ଡା. ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ପଚାରିବାରେ ଆସନ୍ତା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ୨୧ତମ ଗୃହପାଳିତ ପଶୁପକ୍ଷୀ ଗଣନା ଚାଲିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଗୋମହିଷାଦି ସଂଖ୍ୟା ବଢ଼ିବା ଲକ୍ଷ୍ୟ କରାଯାଉଛି। ତେବେ ରିପୋର୍ଟ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri