Posted inଜାତୀୟ

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ ଦିନ ପୂର୍ବରୁ ଏକ ସାକ୍ଷାତ୍‌କାରରେ ଇମ୍ରାନ୍‌ ଏଭଳି କହିଛନ୍ତି। ଇମ୍ରାନ୍‌ ୟୁକ୍ରେନ୍‌ ବିବାଦରେ ରୁଷିଆକୁ ସମର୍ଥନ କରି ମସ୍କୋ ଯାଉଛନ୍ତି। ସେ ଦାବି କରିଛନ୍ତି ଯେ ଏହା ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମତଭେଦ ଦୂର କରିବାରେ ସହାୟକ ହେବ।

ରୁଷିଆ ନ୍ୟୁଜ ଚ୍ୟାନେଲ ରୁଷିଆ ଟିଭି ସହିତ ଏକ ସାକ୍ଷାତକାର ସମୟରେ ଇମ୍ରାନ ତାଙ୍କର ହୃଦୟରୁ ଏହି ଇଚ୍ଛା ପ୍ରକାଶ କରିଛନ୍ତି।

ମଙ୍ଗଳବାର ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ ମୁଁ ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ବିତର୍କ ମାଧ୍ୟମରେ ମତଭେଦର ସମାଧାନ ହୋଇପାରିବ, ତେବେ ଦୁଇ ଦେଶର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ।

ଇମ୍ରାନ ଦାବି କରିଛନ୍ତି ଯେ ତାଙ୍କ ସରକାରଙ୍କ ନୀତି ହେଉଛି ସମସ୍ତ ଦେଶ ସହିତ ବାଣିଜି୍ୟକ ସମ୍ପର୍କ ସ୍ଥାପନ। ଭାରତ ସରକାରଙ୍କ ସହିତ ମଧ୍ୟ ପାକିସ୍ତାନ ବାଣିଜି୍ୟକ ସମ୍ପର୍କରେ ସୁଧାର ଚାହୁଁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

ତେବେ ଇମ୍ରାନ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ପାକିସ୍ତାନୀ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ଯେ, ଏହା ଦ୍ୱାରା ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ଇମ୍ରାନ୍‌ଙ୍କ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri