ଚର୍ଚ୍ଚାରେ ଇମ୍ରାନ୍‌ ଖାନ୍‌ଙ୍କ ୩ ସ୍ତ୍ରୀ

ଇସ୍‌ଲାମାବାଦ,୬।୧୧: ପାକିସ୍ତାନରେ ତ୍ୱରିତ ନିର୍ବାଚନ ଦାବିରେ ବିକ୍ଷୋଭ ଶୋଭାଯାତ୍ରାବେଳେ ଗୁରୁବାର ଗୁଳିମାଡ଼ର ଶିକାର ହୋଇ ଲାହୋର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ବାର୍ତ୍ତା ଆସୁଛି। ଏହି ପରିପ୍ରେକ୍ଷୀରେ ଇମ୍ରାନ୍‌ଙ୍କ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ (୧୯୯୫-୨୦୦୪) ଓ ରେହମ୍‌ ଖାନ୍‌ (୨୦୧୪-୧୫) ମଧ୍ୟ ପାକିସ୍ତାନ ତେହରିକ୍‌-ଏ-ଇନ୍‌ଶାଫ୍‌ (ପିଟିଆଇ) ମୁଖ୍ୟଙ୍କ ନିରାମୟ ଜୀବନ କାମନା କରିଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ୭୦ ବର୍ଷୀୟ ଇମ୍ରାନ୍‌ଙ୍କ ପୂର୍ବତନ ସ୍ତ୍ରୀମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସୁକତା ଲାଗି ରହିଛି।

ଜେମିମା ଗୋଲ୍ଡସ୍ମିଥ୍‌: ୧୯୯୫ରେ ଲଣ୍ଡନର ଜେମିମା ଗୋଲ୍ଡସ୍ମିଥ୍‌ ପାକିସ୍ତାନର ପୂର୍ବତନ କ୍ରିକେଟର ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଥିବାବେଳେ ବାହାଘରର ୯ ବର୍ଷ ପରେ ମନାନ୍ତର ଯୋଗୁ ୨୦୦୪ରେ ଦୁହେଁ ଅଲଗା ହୋଇଥିଲେ। ବିବାହ ପୂର୍ବରୁ ଜେମିମା ଡକ୍ୟୁମେଣ୍ଟାରି ସାଙ୍ଗକୁ କ୍ଷୁଦ୍ର ଫିଲ୍ମ ନିର୍ମାଣ କରୁଥିଲେ। ଏଥିସହ ସେ ଲଣ୍ଡନର ‘ଦି ନ୍ୟୁ ଷ୍ଟେଟ୍‌ସମ୍ୟାନ୍‌’ ମାଗାଜିନ୍‌ରେ ଆସୋସିଏଟ୍‌ ଏଡିଟର୍‌ ଭାବେ କିଛିଦିନ କାର୍ଯ୍ୟ କରିଛନ୍ତି। ବ୍ରିଟେନ୍‌ର ଓ୍ବେଲ୍ସ୍‌ ରାଜକୁମାରୀ ଡାଏନାଙ୍କ ଖାସ୍‌ ବନ୍ଧବୀ ହେଉଛନ୍ତି ଜେମିମା। ବାହାଘର ପରେ ଜେମିମାଙ୍କୁ ଭେଟିବା ପାଇଁ ଡାଏନା ଲାହୋର ଆସିଥିଲେ। ଇମ୍ରାନ୍‌ଙ୍କଠାରୁ ବିବାହ ବିଚ୍ଛେଦ ପରେ ଜେମିମା ଲଣ୍ଡନ ଫେରିଯାଇଥିଲେ। ବ୍ରିଟିଶ ଆକ୍ଟର ହଗ୍‌ ଗ୍ରାଣ୍ଟଙ୍କ ସହ ସମ୍ପର୍କକୁ ନେଇ ଜାମିମା କିଛିଦିନ ଚର୍ଚ୍ଚାରେ ମଧ୍ୟ ରହିଥିଲେ।

ରେହମ୍‌ ଖାନ୍‌: ଇମ୍ରାନ୍‌ଙ୍କ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ରେହମ୍‌ ଖାନ୍‌। ୨୦୧୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହେଁ ସେମାନଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ନ ଥିଲା। ବାହାଘରର ମାତ୍ର ବର୍ଷେ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ବ୍ରିଟିଶ୍‌ ପାକିସ୍ତାନୀ ରେହମ୍‌ ପେସାରେ ଜଣେ ଖବରଦାତା, ଲେଖିକା ଓ ଅଭିନେତ୍ରୀ। ସେ ଇମ୍ରାନ୍‌ଙ୍କୁ ଦ୍ୱିତୀୟଥର ପାଇଁ ବିବାହ କରିଥିଲେ। ୧୯୯୩ରେ ରେହମ୍‌ ଇଜାଜ୍‌ ରେହମାନଙ୍କୁ ବାହା ହୋଇଥିଲେ। ୨୦୦୫ ରେ ଦୁହେଁ ଅଲଗା ହୋଇଯାଇଥିଲେ। ୩ଟି ପିଲାର ମା’ ହେଉଛନ୍ତି ରେହମ୍‌।

ବୁଶ୍ରା ବିବି: ୨୦୧୮ ଅଗଷ୍ଟ ୧୮ରେ ବୁଶ୍ରା ବିବି ଇମ୍ରାନ୍‌ ଖାନ୍‌ଙ୍କ ହାତ ଧରିଥିଲେ। ପାକିସ୍ତାନ ପଞ୍ଜାବ ପ୍ରଦେଶରେ ବୁଶ୍ରାଙ୍କ ଘର। ବୁଶ୍ରାଙ୍କର ଦ୍ୱିତୀୟ ସ୍ବାମୀ ହେଉଛନ୍ତି ଇମ୍ରାନ୍‌। ୪୮ ବର୍ଷୀୟା ବୁଶ୍ରା ସୁଫିବାଦର ପ୍ରଚାରକ ଭାବେ ଜଣାଶୁଣା। ପାକିସ୍ତାନର ପାକପାଟ୍ଟନରେ ଥିବା ବାବା ଫରିଦଙ୍କ ଶରିନରେ ବୁଶ୍ରା ରହୁଥିବାବେଳେ ସେଠାକୁ ଇମ୍ରାନ୍‌ଙ୍କ ଯିବା ଆସିବା ଲାଗି ରହିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଦୁହିଁଙ୍କ ଭିତରେ ପ୍ରଥମେ ଆଧ୍ୟାତ୍ମିକ ସମ୍ବନ୍ଧ ଗଢ଼ିଉଠିଥିଲା। ୨୦୧୫ରୁ ସେମାନଙ୍କର ରୀତିମତ ଦେଖା ସାକ୍ଷାତ ହେଉଥିଲା। ପରବର୍ତ୍ତୀ ସମୟରେ ସେମାନେ ବିବାହ କରିନେଲେ। ଖାଓ୍ବର ମାନେକା ବୁଶ୍ରାଙ୍କ ପ୍ରଥମ ସ୍ବାମୀ। ସେ ୫ଟି ସନ୍ତାନଙ୍କ ଜନନୀ। ଚଳିତବର୍ଷ ଏପ୍ରିଲ ୧୦ରେ ଦୁହେଁ ଅଲଗା ହେବା ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri