ପାନାମା ମାମଲାରେ ନୱାଜ ଶରିଫଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପାଇଁ ବାଜୱା ଦାୟୀ: ଇମ୍ରାନ

ଇସଲାମାବାଦ,୨୩ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ନୱାଜ ଶରିଫ ଓ ତାଙ୍କ ଦଳକୁ ଟାର୍ଗେଟ କରି ଚାଲିଛନ୍ତି । ଏଥିପାଇଁ ସେ କୌଣସି ଗୋଟିଏ ବି ସୁଯୋଗ ହାତଛଡା କରୁ ନାହାନ୍ତି । ଶନିବାର ଇମ୍ରାନ ପୂର୍ବତନ ସେନା ମୁଖ୍ୟ ଜେନରାଲ(ସେବାନିବୃତ୍ତ) କମର ଜାଭେବ ବାଜୱାଙ୍କୁ ପାନାମା ପେପର୍ସ ମାମଲାରେ ପିଏମଏଲ-ଏନ ସୁପ୍ରିମୋ ନୱାଜ ଶରିଫଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାୟୀ ବୋଲି କହିଛନ୍ତି ।

ଏକ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁ ଦାବି କରିଛନ୍ତି କି ଜେନରାଲ ବାଜୱା ଦୁଇ ବ୍ରିଗେଡିୟର ପଠାଇଥିଲେ, ଯେଉଁମାନେ ପ୍ରମାଣ କରିଥିଲେ କି ନୱାଜ ଶରିଫ ପାନାମା ମାମଲାରେ ସାମିଲ ଥିଲେ । ଇମ୍ରାନ ଖାଁ କହିଛନ୍ତି, ଏହାର କାରଣ ହେଉଛି ନୱାଜ ଶରିଫ ବାଜୱାଙ୍କୁ କ୍ଷମା କରି ନାହାନ୍ତି ।

Share