ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା କଥା ଉଠିଛି। ଇମ୍ରାନଙ୍କ ପ୍ରେମ ତାଲିକାରେ ବଲିଉଡ୍‌ ଅଭିନେତ୍ରୀମାନଙ୍କ ଠାରୁ ଦୁନିଆର ସବୁଠାରୁ ଧନୀ ମହିଳା ଅନ୍ତର୍ଭୁକ୍ତ। ଏପରିକି ସେ ୩ଟି ବିବାହ ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ହେଉଛନ୍ତି ସୀତା ହ୍ବାଇଟ୍‌। ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲେ ଇମ୍ରାନ।

ଏହି ଘଟଣା ୧୯୮୭-୮୮ ବେଳର। ସେହି ସମୟରେ ଇମ୍ରାନ କ୍ରିକେଟ ପାଇଁ ବହୁ ପ୍ରସିଦ୍ଧ ଥିଲେ। ପ୍ରେମ ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଏ, ଇମ୍ରାନ ଏବଂ ସୀତା ଲଣ୍ଡନର ଜର୍ମିନ ଷ୍ଟ୍ରିଟ ନାଇଟ୍‌ କ୍ଲବ୍‌ରେ ଭେଟିଥିଲେ। ଉଭୟଙ୍କର କିଛି ମାସ ପାଇଁ ପ୍ରେମ ସମ୍ପର୍କ ଥିଲା ଏବଂ ତା’ପରେ ଇମ୍ରାନ ଏହି ସମ୍ପର୍କକୁ ଶେଷ କରିଦେଇଥିଲେ।

୧୯୯୧ରେ ଇମ୍ରାନ ଏବଂ ସୀତାଙ୍କର ଶେଷ ଥର ପାଇଁ ସାକ୍ଷାତ ହୋଇଥିଲା। ସୀତାଙ୍କ କହିବାନୁଯାୟୀ, ଇମ୍ରାନ ତାଙ୍କଠାରୁ ଏକ ପୁଅ ଚାହୁଁଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଏକ ଝିଅର ପିତା ହେବାକୁ ଯାଉଛନ୍ତି, ସେତେବେଳେ ସେ ହତାଶ ହୋପଡ଼ିଥିଲେ। ଇମ୍ରାନ କହିଥିଲେ, ଝିଅ କ୍ରିକେଟ ଖେଳି ପାରିବ ନାହିଁ। ଏହି କାରଣରୁ ସେ ସୀତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ, କିନ୍ତୁ ସୀତା ରାଜି ହୋଇ ନ ଥିଲେ।

ଇମ୍ରାନଙ୍କ ଝିଅ ଟାୟରିୟନ ଖାନ ହ୍ବାଇଟ୍‌ ୧୫ ଜୁନ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ। ସୀତା ନିଜ ଝିଅର ପିତାଙ୍କ ପରିଚୟକୁ ୩ ବର୍ଷ ଧରି ସମଗ୍ର ବିଶ୍ୱବାସୀଙ୍କୁ ଲୁଚାଇ ରଖିଥିଲେ। ୧୯୯୫ରେ, କ୍ରିକେଟରରୁ ରାଜନେତା ପାଲଟିଥିଲେ ଇମ୍ରାନ।

ସେହି ବର୍ଷ ଇମ୍ରାନ ପ୍ରଥମେ ୪୨ ବର୍ଷ ବୟସରେ ବ୍ରିଟିଶ ବିଲିୟନେୟାର ଜେମ୍ସ ଗୋଲ୍ଡସ୍ମିଥଙ୍କ ଝିଇ ଜେମିମାଙ୍କୁ ବିବାହ କରିଥିଲେ। ଏଥିସହ ଏହି ସମୟରେ ସେ ପାକିସ୍ତାନୀ ରାଜନୀତିରେ ପାଦ ରଖିଥିଲେ। ଇସ୍‌ଲାମଙ୍କ ନାମରେ ଜନସାଧାରଣଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବା ସତ୍ତ୍ୱେ ଇମ୍ରାନ ଟାୟରିୟନଙ୍କୁ ତାଙ୍କ ଝିଅ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ସୀତା ସ୍ଥିର କରିଥିଲେ ଯେ, ସେ ଇମ୍ରାନଙ୍କୁ ଟାୟରିୟନଙ୍କ ପିତା ଭାବରେ ଗ୍ରହଣ କରିବେ। ୧୯୯୭ ଶେଷ ସୁଦ୍ଧା, ଏହି ମାମଲା କାଲିଫର୍ନିଆର ଏକ କୋର୍ଟରେ ପହଞ୍ଚିଥିଲା, ଯେଉଁଠାରେ ଇମ୍ରାନଙ୍କୁ ଟାୟରିୟନଙ୍କ ପିତା ଘୋଷିତ କରାଯାଇଥିଲା। ଅବଶ୍ୟ ଇମ୍ରାନ ଆଜି ପର୍ଯ୍ୟନ୍ତ ଟାୟରିୟନଙ୍କ ପିତା ହେବାକୁ ସର୍ବସାଧାରଣରେ ସ୍ବୀକାର କରିନାହାନ୍ତି। ଅନ୍ୟପକ୍ଷରେ ସୀତା ଇଟାଲୀର ଫଟୋଗ୍ରାଫର ଫ୍ରାନ୍ସିସ୍କୋ ଭେଣ୍ଟୁରୀଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri