ଇସଲାମାବାଦ,୨୨ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆ ଉପରେ ଅନେକ କଟକଣା ଲଗାଇଛନ୍ତି। କିନ୍ତୁ ଭାରତ ରୁଷିଆରୁ ତେଲ ଆମଦାନୀ ଜାରି ରଖିଛି। ଇମ୍ରାନ କହିଛନ୍ତି, ଦେଶର ଲୋକଙ୍କ ଉନ୍ନତି ପାଇଁ ଭାରତ ଏପରି ନିଷ୍ପତ୍ତି ନେଇଛି।
ଲାହୋରରେ ଏକ ସାଧାରଣ ସଭାରେ ଯୋଗ ଦେଇ ଇମ୍ରାନ କହିଛନ୍ତି, ଭାରତ ଆମେରିକାର ରଣନୀତିକ ଭାଗିଦାରୀ, କିନ୍ତୁ ଏହା ରୁଷିଆରୁ ତୈଳ ଆମଦାନୀ କରୁଛି। ଭାରତ ସ୍ପଷ୍ଟ ଭାବରେ କହିଛି, ଏହାର ନିଷ୍ପତ୍ତି ଲୋକଙ୍କ ଉନ୍ନତି ଉପରେ ଆଧାରିତ। କିନ୍ତୁ ଆମର ବୈଦେଶିକ ନୀତି ପାଇଁ ଅନ୍ୟ ଲୋକଙ୍କ ଆଗ୍ରହ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାପୂର୍ବରୁ ମାର୍ଚ୍ଚରେ ମଧ୍ୟ ଇମ୍ରାନ ସ୍ବୀକାର କରିଥିଲେ ଯେ, ଭାରତର ବୈଦେଶିକ ନୀତି ସମସ୍ତଙ୍କ ପାଇଁ ମଙ୍ଗଳକର।


