Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥାରେ ଭି ଆକୃତିର ସୁଧାର

ମୁମ୍ବାଇ,୧୫।୩:  ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଭି ଆକୃତିର ସୁଧାର ପରିଲକ୍ଷିତ ହେଉଛି। ବିଭିନ୍ନ କ୍ଷେତ୍ରରେ ସବୁଜ ସଙ୍କେତ ଦେଖିବାକୁ ମିଳୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ସେ କହିଛନ୍ତି, ଭାରତୀୟ ବଜାରରେ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶକ (ଏଫ୍‌ପିଆଇ) ଫେବୃୟାରୀରେ ୨୫,୭୭୮ କୋଟି ଟଙ୍କା ନିବେଶ କରିଛନ୍ତି। ୨ ତ୍ରୈମାସ ଧରି ଜିଡିପି ଖସିବା ପରେ ଅକ୍ଟୋବର- ଡିସେମ୍ବର ତ୍ରୈମାସରେ ଏହା ୦.୪% ଅଭିବୃଦ୍ଧି ହାସଲ କରିଛି। ଗତ କିଛିମାସ ଧରି ବିଦେଶୀ ମୁଦ୍ରାଭଣ୍ଡାରରେ ଧୀରେ ଧୀରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ୨୦୨୧ ଜାନୁୟାରୀରେ ୫୯୦ ବିଲିୟନ ଡଲାର ସ୍ତରରେ ରହିଥିଲା। ଗତ ୮ ମାସରେ ବିଦେଶୀ ମୁଦ୍ରା ଭଣ୍ଡାର ୧୦୦ ବିଲିୟନ ଡଲାର ବଢିଛି। ଭାରତର ଅଭିବୃଦ୍ଧିକୁ ନଜରରେ ରଖି ବିଦେଶୀ ନିବେଶକମାନେ ଭାରତ ଉପରେ ଆଶା ପ୍ରକଟ କରୁଥିବା ସେ ମତ ପ୍ରକାଶ କରିଛନ୍ତି।

Share