ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା

ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ଏବଂ ଡ୍ରେନେଜ ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ପୌର ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସହରର କେତେକ ମୁଖ୍ୟ ସ୍ଥାନରୁ ପୌର ପ୍ରଶାସନ ପକ୍ଷରୁ ଅଳିଆ ସଫେଇ କରାଯାଉଥିବା ବେଳେ ଗଳକନ୍ଦିରୁ ଅଳିଆ ହଟୁନାହିଁ। ଦୀର୍ଘଦିନ ଧରି ଅଳିଆ ପଡ଼ି ରହି ଦୁର୍ଗନ୍ଧ ହେବା ସହିତ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏପରିକି ଲୋକେ ଡେଙ୍ଗୁରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷାଯାଉଥିବା ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଖାଲଖମା ରାସ୍ତା, ଡ୍ରେନ୍‌ ମରାମତି ସହ ନୂଆକରି ନିର୍ମାଣ ହେଉଥିଲେ ବି ତାହା ୩/୪ ମାସ ମଧ୍ୟରେ ନଷ୍ଟ ହୋଇଯାଉଛି। ବିଭିନ୍ନ ଓ୍ବାର୍ଡର ଡ୍ରେନ ଉପରେ ବେଆଇନଭାବେ ବ୍ୟବସାୟିକ ପ୍ରତିଷ୍ଠାନ, ବାସଗୃହ ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଡ୍ରେନ ଠିକ୍‌ ଭାବେ ସଫେଇ ନ ହେବାରୁ ବର୍ଷାଜଳ ଓ ମଇଳା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୧୨ ନମ୍ବର ଓ୍ବାର୍ଡ ଅଞ୍ଚଳରେ ଅଳିଆ ଗଦା ହୋଇ ରହିଛି। ଦୁର୍ଗନ୍ଧ ହେବାରୁ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରୁନାହାନ୍ତି। ସେହିପରି ୮ନଂ. ଓ୍ବାର୍ଡର ରାସ୍ତା ଖାଲଖମାରେ ଦୀର୍ଘ ବର୍ଷ ଧରି ପଡି ରହିବା ଫଳରେ ଯାତାୟାତ କରିବାରେ ଲୋକେ ହଇରାଣ ହେଉଛନ୍ତି। ୧୨ ନମ୍ବର ଓ୍ବାର୍ଡର ପୂର୍ବତନ କାଉନସିଲ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ସେହିପରି ୮ନଂ. ଓ୍ବାର୍ଡ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଉପୁଜିଥିବା ସମସ୍ୟା ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏକ କଲଭର୍ଟ ନିର୍ମାଣ କରାଯିବା ନେଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଅନ୍ୟପଟେ ସମସ୍ତ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯାଇ ପରିବେଶ ଦୂଷିତ କରୁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଟଣୀ ନଗରପାଳ ଅନନ୍ତ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri