ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦୁଝର,୨୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ କାର୍ଯ୍ୟକାରୀ ସଭାପତି ଚିନ୍ତାମଣୀ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ସହକାରୀ ଜିଲା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର, ଚିନ୍ତାମଣି ପଣ୍ଡା, ପ୍ରକାଶ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏପରିକି ତୁରନ୍ତ ଏହାର ସମାଧାନ କରିବାକୁ ନିବେଦନ କରିଥିଲେ।

ଜିଲା ଶିକ୍ଷା ଅଧିକାରୀ ବରିହା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ସହ ଶିକ୍ଷକମାନଙ୍କ ସହଯୋଗ କାମନା କରିଥିଲେ। ଜିଲା ସଂଯୋଜକ କ୍ଷୀରୋଦ କୁମାର ରାଉତ ସଭା ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ମଦନ ମୋହନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରେ ଓଷ୍ଟାର କେନ୍ଦୁଝର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ବ୍ଲକ ସଂଯୋଜକ ନଳିନୀ ଚନ୍ଦ୍ର ଘଣା , ବଳରାମ ରାଉତ, ରବି ନାରାୟଣ ସାହୁ, କାଶୀନାଥ ମହାନ୍ତ, ଲମ୍ବୋଦର ମହାନ୍ତ, ଦିଗମ୍ବର ଗିରି, ସୁଶିଲ କୁମାର ନାୟକ, ସପ୍ନେଶ୍ୱର୍‌ ସାହୁ, ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ବିବାହ କରିବେ ଶୋଏବ ମଲ୍ଲିକ! ଏହି ଅଭିନେତ୍ରୀଙ୍କୁ…

ଇସଲାମାବାଦ୍‌,୨୧।୨: ପୂର୍ବତନ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶୋଏବ ମାଲିକ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ମଲିକ ୨୦୨୪ ଆରମ୍ଭରେ ତୃତୀୟ ଥର ପାଇଁ ପାକିସ୍ତାନୀ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

୧୫ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଲର୍ଟ, ଝଡବର୍ଷା ହେବା ନେଇ ଚେତାଇଲା IMD

ନୂଆଦିଲ୍‌ଲୀ,୨୧।୨: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି, ଏବଂ ଏବେ, ଖରା ପାଗ ସତ୍ତ୍ୱେ, ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ…

ବୁଲେଟକୁ ଧକ୍କା ଦେଲା ବାଇକ: ଆଉ ତା’ପରେ…

ଭଞ୍ଜନଗର,୨୧।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ସକାଳେ ଏକ ବୁଲେଟ ଗାଡ଼ି ସହ ବାଇକ ମଧ୍ୟରେ ଧକ୍କା ହୋଇଛି।…

୫ ବର୍ଷ ବିତିଗଲା, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଏମଏସଏମଇ ପାର୍କ

କେସିଙ୍ଗା,୨୧।୨(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କୁର୍ଲୁପଡାଗ୍ରାମସ୍ଥିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟାନ (ଏମଏସଏମଇ) ନିର୍ମାଣ କରିବା ପାଇଁ ୧୨ କୋଟି ଟଙ୍କା…

ଜମିରେ ପଡ଼ିଛି ମୃତଦେହ, ଉପରେ ପଡ଼ିଛି ସାଇକେଲ, ହତ୍ୟା ଅଭିଯୋଗ ଆଣି…

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ନିକଟ ରାସ୍ତାକଡ଼ରୁ ଏକ ମୃତଦେହ ଜବତ ହୋଇଛି। ମୃତକ ଦଣ୍ଡାସିଂହା ଗ୍ରାମର ଶଙ୍କର…

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri