Posted inଜାତୀୟ

ଏଏସଆଇର ଗୁରୁତ୍ୱପୂର୍ଣ୍ଣ ସନ୍ଧାନ, ଜଙ୍ଗଲରୁ ୧୦୦୦ ବର୍ଷ ତଳର ୨୬ ମନ୍ଦିର-୧,୫୦୦ ବର୍ଷ ତଳର ଗୁମ୍ଫା ମିଳିଲା…

ଭୋପାଳ, ୨୯।୯ : ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ମଧ୍ୟପ୍ରଦେଶର ଉମରିଆ ଜିଲାର ବାନ୍ଧବଗଡ଼ର ଜଙ୍ଗଲରେ ୨ ରୁ ୫ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ୨୬ ଗୁମ୍ଫା ସହିତ ୨୬ଟି ପ୍ରାଚୀନ ମନ୍ଦିରର ଏକ ଶୃଙ୍ଖଳା ଆବିଷ୍କୃତ ହୋଇଛି। ପ୍ରତ୍ନତାତ୍ତ୍ୱିକ ବିଭାଗର ଖନନରୁ ମନ୍ଦିର ସମ୍ପର୍କରେ ସନ୍ଧାନ ମିଳିଛି। ଯେଉଁଥିରେ ପ୍ରଭୁ ବିଷ୍ଣୁଙ୍କ ଶୋଇଥିବା ଅବସ୍ଥାରେ ପ୍ରତିମା ସହିତ ବରାହଙ୍କ ପ୍ରତିମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି। ଏଏସଆଇର ଏହି ଆବିଷ୍କାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଅଧିକ ତଥ୍ୟ ପାଇଁ ସନ୍ଧାନ ଜାରି ରହିଛି।

ଏଏସଆଇ ଅଧୀକ୍ଷକ ଶିବକାନ୍ତ ବାଜପେୟୀ କହିଛନ୍ତି ଯେ ବାନ୍ଧବଗଡ ଟାଇଗର ରିଜର୍ଭ ୧୧୦୦ ବର୍ଗ କିଲୋମିଟର ଉପରେ ବିସ୍ତାର ହୋଇଛି। ବର୍ତ୍ତମାନ ଗୋଟିଏ ଜୋନ ତାଲାଗରରେ ଏକ ସର୍ଚ୍ଚ ଅପରେଶନ ଚାଲିଛି। ଏଠାରେ ମିଳୁଥିବା ପ୍ରାଚୀନ ପଥର ଗୁମ୍ଫା ମାନବ ଦ୍ୱାରା ନିର୍ମିତ। ବୌଦ୍ଧ ଧର୍ମ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଠାରୁ ମିଳିଛି। ଏଠାରେ କାମ କରିବା ସହଜ ନୁହେଁ କାରଣ ସେଠାରେ ଏକ ଟାଇଗର ରିଜର୍ଭ ଅଛି। ବନ ବିଭାଗର ଅନୁମତି କ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି।

ଏହା କୁହାଯାଉଛି ଯେ ଏହି୨୬ଟି ମନ୍ଦିର ହେଉଛି କାଲାଚୁରୀ ସମୟର। ବୌଦ୍ଧ ମନ୍ଦିର ଗୁଡ଼ିକ ୯ ରୁ ୧୧ତମ ଶତାବ୍ଦୀର । ଦ୍ୱିତୀୟ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଦୁଇଟି ବୌଦ୍ଧ ମଠ, ଦୁଇଟି ସ୍ତୁପ,୨୪ ଟି ବ୍ରାହ୍ମୀ ସ୍କ୍ରିପ୍ଟ, ୪୬ ଟି ମୂର୍ତ୍ତି ଏବଂ ୧୯ ଟି ଜଳ ସଂରଚନା ଦେଖିବାକୁ ମିଳିଛି।

ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏହି ସମସ୍ତ ମନ୍ଦିର ଏବଂ ପ୍ରତିମା ରାଜା ଭୀମସେନ, ମହାରାଜ ପୋତା ଶ୍ରୀ, ମହାରାଜ ଭଟ୍ଟଦେବଙ୍କ ସମୟର। ବାନ୍ଧବଗଡର ପ୍ରାୟ ୧୭୦ ବର୍ଗ କିଲୋମିଟର ଅଞ୍ଚଳ ଏଏସଆଇ ଦଳର ସନ୍ଧାନ ପାଇଁ ଚିହ୍ନଟ ହୋଇଛି। ଏଥିପାଇଁ ପ୍ରଥମେ ୧୯୩୮ରେ ସ୍ବୀକୃତି ମିଳିଥିଲା।

ଏଠାରୁ ୬.୪ ମିଟର ଲମ୍ବ, ୫.୦୩ ମିଟର ଉଚ୍ଚ ଏବଂ ୨.୭୭ ମିଟର ଚଉଡା ଏକ ବରାହ ମୂର୍ତ୍ତି ମିଳିଛି। ଏଠାରେ ଅବସ୍ଥିତ ମନ୍ଦିର ଏବଂ ମଠଗୁଡ଼ିକ ବାନ୍ଧବଗଡ଼ରେ ମତ୍ତମୟୁର ସମ୍ପ୍ରଦାୟର ଅସ୍ତିତ୍ୱକୁ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri