ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ ବାଲିଯାତ୍ରା-୨୦୨୩କୁ ନିରବଚ୍ଛିନ୍ନ ଓ ନିରାପଦ ବିଜୁଳି ଯୋଗାଣକୁ ଗୁରୁୁତ୍ୱ ପ୍ରଦାନ କରିଛି। ଏପରିକି ନିରାପତ୍ତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ସ୍ବରୂପ ୧୧ କେଭି ଅଣ୍ଡରଗ୍ରାଉଣ୍ଡ୍‌ ତାର ବିଛାଇବା, ୧୧କେଭି ଓଭରହେଡ୍‌ ନେଟ୍‌ୱର୍କକୁ ସୁରକ୍ଷିତ କରିବା, ସମଗ୍ର ଏଲ୍‌ଟି ନେଟ୍‌ୱର୍କ ପାଇଁ ଇନ୍‌ସୁଲେଟେଡ୍‌ କେବୁଲ ବ୍ୟବହାର କରିବା, ସବ୍‌ଷ୍ଟେଶନଗୁଡ଼ିକୁ ଆବନ୍ଧ କରିବା ଏବଂ ଦକ୍ଷ ମାନବ ସମ୍ବଳ ସହ ଉପଯୁକ୍ତ ମିଟର ମାଧ୍ୟମରେ ଗ୍ରାହକ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ବାଲିଯାତ୍ରା ସମୟରେ ବିଦ୍ୟୁତ୍‌ ଯୋଗାଣର ସ୍ଥାୟିତ୍ୱରେ ଉନ୍ନତି ଆଣିବା ଲାଗି ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ମୁତୟନ କରାଯାଇଛି। ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରି ଟିପିସିଓଡିଏଲ୍‌ ପକ୍ଷରୁ ଗ୍ରାହକଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରିବା ଲାଗି ୧୬୦୦ରୁ ଅଧିକ ମାନବ ଦିବସ ଉତ୍ସର୍ଗ କରାଯାଇଛି। ୨୦୨୩ ନଭେମ୍ବର ୧୩ ପରଠାରୁ କମ୍ପାନୀ ପକ୍ଷରୁ ୧୦ଟି ଫ୍ୟୁଜ୍‌ କଲ୍‌ ସେଣ୍ଟର (ଏଫ୍‌ସିସି) ଏବଂ ଗ୍ରାହକ ଶିବିର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ନୂତନ ସଂଯୋଗ ବିଷୟରେ ପଚରାଉଚରା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସମାଧାନ କରାଯାଇଛି। ଯେକୌଣସି ବିଜୁଳି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଗ୍ରାହକମାନେ ୦୬୭୧-୨୯୯୦୨୨୭/୧୨୭ କିମ୍ବା ୧୯୧୨/୧୮୦୦-୩୪୫-୭୧୨୨ ନମ୍ବରରେ ଯୋଗାଯୋଗ କରିପାରିବେ। ସେମାନେ କୌଣସି ପ୍ରଶ୍ନ କିମ୍ବା ଅଭିଯୋଗ କରିବା ସମୟରେ କାଉଣ୍ଟର ନମ୍ବର, ଧାଡ଼ି ନମ୍ବର ଏବଂ କ୍ଷେତ୍ର ବିଷୟରେ ସୂଚନା ଦେଇପାରିବେ। ଟିପିସିଓଡିଏଲ୍‌ ଏହାର ଷ୍ଟଲରେ ବିଭିନ୍ନ ଅଫର ଏବଂ ସମାଧାନ,ଯେପରିକି ବିଭିନ୍ନ ଡିଜିଟାଲ ପେମେଣ୍ଟ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତ୍ତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି ଇତିହାସ ଓ ହସ୍ତତନ୍ତ ଉପରେ ଆକର୍ଷଣୀୟ ପ୍ରଦର୍ଶନୀ ସହ ପାରମ୍ପରିକ ରୀତିନୀତି ସହ ବିଭିନ୍ନ ବୟସର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷା ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତା ଏହି ବାଲିଯାତ୍ରାକୁ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଓ ଅତ୍ୟନ୍ତ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବ। ଅଧିକୃତ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଆମେ ଜନସାଧାରଣଙ୍କୁ ଉତ୍ସାହିତ କରୁଛୁ। ଜରୁରିକାଳୀନ ପରିସ୍ଥିତିରେ ଦୟାକରି ବିନା ଦ୍ୱିଧାରେ ଆମର ଦେୟମୁକ୍ତ ହେଲପ୍‌ଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ।
ଅପରପକ୍ଷରେ ବାଲିଯାତ୍ରା ଚାଲିଥିବା ବେଳେ ଏହି ଉତ୍ସବକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍‌ ସମର୍ପିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri