‘ଓଡ଼ିଆ ଭାଷା, ସ୍ବାର୍ଥକୁ ଗୁରୁତ୍ୱ ଦିଅ’

ଭୁବନେଶ୍ୱର, ୨ା୧୦(ବ୍ୟୁରୋ): ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ପଡ଼ୋଶୀ। ଫଳରେ କେତେବେଳେ ପାଣି, କେତେବେଳେ ସୀମା ତ ଆଉ କେବେ ଓଡ଼ିଆ ଭାଷାକୁ ନେଇ ଉପୁଜୁଛି ଜଟିଳ ସ୍ଥିତି। କୋରାପୁଟ ଜିଲାର ସୀମାନ୍ତ କୋଟିଆକୁ ନେଇ ଆନ୍ଧ୍ର ସରକାରଙ୍କ ସହ ବିବାଦର ଅବସାନ ଘଟି ନ ଥିବାବେଳେ ଓଡ଼ିଆ ଭାଷାକୁ ନେଇ ଝାଡ଼ଖଣ୍ଡ ସରକାର ନେଇଥିବା ଏକତରଫା ନିଷ୍ପତ୍ତି ଚିନ୍ତା ବଢ଼ାଇଛି। ଓଡ଼ିଆ ଭାଷାର ସୁରକ୍ଷା ଏବଂ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ସବୁଆଡୁ ଦାବି ତୀବ୍ର ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏ ସଂକ୍ରାନ୍ତରେ ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସଙ୍କଟରେ ପଡ଼ିଥିବାବେଳେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ତ୍ୱରିତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲେଖାଯାଇଥିବା ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାପରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ସୁନିଶ୍ଚିତ କରାଯାଇଥିଲା। ୨୦୧୧ ସେପ୍ଟେମ୍ବର ୧ରେ ଝାଡ଼ଖଣ୍ଡ ସରକାର ଅନ୍ୟ ୫ ଆଞ୍ଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେଇଥିଲେ। ରାଞ୍ଚତ୍ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ଏବଂ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍‌ ସିଲେକ୍ସନ କମିଶନରେ ଓଡ଼ିଆକୁ ଇଚ୍ଛାଧୀନ ବିଷୟ ଭାବେ ଗ୍ରହଣ କରାଯାଇଛି। ଝାଡ଼ଖଣ୍ଡ ସୀମାବର୍ତ୍ତୀ ଜିଲାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ତେବେ ଅନେକ ବିବାଦ ଯୋଗୁ ଏହି ସବୁ ସ୍କୁଲ ବନ୍ଦ ହେବାରେ ଲାଗିଛି। ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବାପରେ ଉକ୍ତ ପଦବୀରେ ହିନ୍ଦୀ ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି। ଏସବୁ ସମ୍ବିଧାନର ମେଣ୍ଟେନାନ୍ସ ଆଣ୍ଡ୍‌ ପ୍ରୋମୋଶନ ଅଫ୍‌ ଲିଙ୍ଗ୍ୟୁଷ୍ଟିକ୍‌ ଡାଇଭର୍‌ସିଟି ଓ ରାଇଟ୍ସ ଅଫ୍‌ ଲିଙ୍ଗ୍ୟୁଷ୍ଟିକ୍‌ ମାଇନରିଟି ବିରୋଧରେ ଯାଉଛି। ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି। ଏଥିସହ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସୋରେନ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ଆନ୍ଧ୍ର ସୀମାନ୍ତ ଗ୍ରାମରେ ଓଡ଼ିଆ ଭାଷାକୁ ନେଇ ଲାଗି ରହିଥିବା ସମସ୍ୟା ଉପସ୍ଥାପନ କରି ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୀମା ନିର୍ଦ୍ଧାରଣ ପରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ବିଦ୍ୟାଳୟରେ ଭାଷାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। କେତେକ ସ୍କୁଲରେ ଓଡ଼ିଆ ଏବଂ ଅନ୍ୟ କେତେକ ସ୍ଥାନରେ ତେଲୁଗୁ ଭାଷାଭାଷୀ ଛାତ୍ରୀଛାତ୍ର ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ମାତୃଭାଷାର ଉନ୍ନତି ଆଣିବା ଲାଗି ଆବଶ୍ୟକ ସମସ୍ତ ସହଯୋଗ କରିବା ଜରୁରୀ। ହେଲେ ବିଶାଖାପାଟନମ୍‌ ଏବଂ ଶ୍ରୀକାକୁଲମ ଜିଲାର ଓଡ଼ିଶା ଭାଷା ଶିଖିବାକୁ ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ସହଯୋଗ ମିଳୁନାହିଁ। କିନ୍ତୁ ଓଡ଼ିଶାରେ ତେଲୁଗୁ ଭାଷା ଶିଖିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। ସମ୍ପୃକ୍ତ ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି। ଆନ୍ଧ୍ରପ୍ରଦେଶର ସଂଖ୍ୟାଲଘୁ ଓଡ଼ିଆ ପିଲାଙ୍କ ପାଇଁ ସମାନ ସହଯୋଗ ସମୟର ଆବଶ୍ୟକତା। ସମସ୍ୟାର ତ୍ୱରିତ ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଜଗନମୋହନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri