ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ନିର୍ମାଣ ଉପକରଣ ଉତ୍ପାଦକ କେସ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲିଡ୍‌ ଜରିଆରେ ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଉଦ୍ୟୋଗ ପ୍ରତି ଯୁବବର୍ଗଙ୍କ ମନରେ ଉତ୍ସାହ ବଢ଼ାଇବାକୁ କମ୍ପାନୀ ଗୁରୁତ୍ୱ ପ୍ରଦାନ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୩ ମାର୍ଚ୍ଚରେ କମ୍ପାନୀ ପ୍ରଥମେ ତା’ର ପ୍ରୋଜେକ୍ଟ ଲିଡ୍‌ ଆରମ୍ଭ କରିଥିଲା। ଏହା ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନର ଏକ ଅଂଶ ଭାବେ କାର୍ଯ୍ୟକାରୀ ହୋଇଥିଲା।

ଏହି ସିଏସ୍‌ଆର୍‌ ପଦକ୍ଷେପଟି ବ୍ୟାପକ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭହେବା ସହ କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବିଶେଷ କରି ଏହି ପ୍ରକଳ୍ପ ନୟାଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲାର ୧୦୪ରୁ ଅଧିକ ଗ୍ରାମରେ ଜାରି ରହିଛି।

ସେହିଭଳି କେସ୍‌ ଇଣ୍ଡିଆ କୃଷି, ଗ୍ରାମୀଣ ଶିଳ୍ପ ଯଥା କୁକୁଡ଼ା, ଦୁଗ୍ଧ, ମହୁମାଛି ଚାଷ ଏବଂ ମତ୍ସ୍ୟଚାଷ ସମେତ ଗ୍ରାମୀଣ ଭିତ୍ତିଭୂମି (ସଡ଼କ ନିର୍ମାଣ ଏବଂ ଜଳସେଚନ) ଭଳି କ୍ଷେତ୍ର ଉପରେ ଧ୍ୟାନଦେଇ ପ୍ରୋଜେକ୍ଟ ଲିଡ୍‌ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରିବାକୁ ଚେଷ୍ଟାକରିଛି। ଏପରିକି ସେମାନଙ୍କୁ ଉଦ୍ୟୋଗୀ କୌଶଳ ନିପୁଣତା ସହ ସହରାଞ୍ଚଳ ସ୍ଥାନାନ୍ତରକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିବା ଓ ସହରାଞ୍ଚଳରୁ ଗ୍ରାମାଞ୍ଚଳ ସ୍ଥାନାନ୍ତର କରିବା ପାଇଁ ପ୍ରୋତ୍ସାହିତ କରିବ।

ଏ ସମ୍ପର୍କରେ କେସ୍‌ ଇଣ୍ଡିଆର ମାର୍କେଟିଂ ଏବଂ ବ୍ୟବସାୟ ବିକାଶ ମୁଖ୍ୟ ପୁନୀତ ବିଦ୍ୟାର୍ଥୀ କହିଛନ୍ତି, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳ ଯୁବକମାନଙ୍କର ଦକ୍ଷତା ବୃଦ୍ଧି ଏବଂ ସୁଯୋଗ ସହ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ କେସ୍‌ ଇଣ୍ଡିଆ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ସଚେତନତା ପଦକ୍ଷେପ କେବଳ ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତକରେ ନାହିଁ ବରଂ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ।

ଅପରପକ୍ଷରେ କୋଣାର୍କ ଇକ୍ୟୁପ୍‌ମେଣ୍ଟ ସେଲ୍ସ ଆଣ୍ଡ ସର୍ଭିସ୍‌ର ପରିଚାଳନା ନିର୍ଦ୍ଦେଶକ ସୌମିକ ଦାସ କହିଛନ୍ତି, ରାଜ୍ୟରେ କେସ୍‌ ଇଣ୍ଡିଆର ଡିଲର ଭାବେ ଆମେ ଏହି ପ୍ରକଳ୍ପର ସଫଳତା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ। ଏପରିକି ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତାକୁ ମଧ୍ୟ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଅଧିକ ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚିବା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗିତା ଏବଂ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା ହିଁ ଆମର ମୂଳଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri