ଗ୍ରାହକଙ୍କ ସନ୍ତୁଷ୍ଟିକୁ ଗୁରୁତ୍ୱ: ଅଚ୍ୟୁତାନନ୍ଦ ମେହେର

ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ସଫଳତାର ଶ୍ରେୟ ‘ହିରୋ’ ବ୍ରାଣ୍ଡ୍‌ ଏବଂ ଆମ କର୍ମଚାରୀ ଟିମ୍‌କୁ ଯିବ। ଆଗକୁ ମଧ୍ୟ ନିଶ୍ଚିତ ଭାବେ ଆମ ବ୍ୟବସାୟକୁ ବଢ଼ାଇବୁ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୋ’ରୁମ୍‌ ଖୋଲିବା ସହ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରି ରାଜ୍ୟର ଉନ୍ନତିରେ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଥିବା ‘ଅରୁନ୍ଧତୀ ହିରୋ’ ଡାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି।

‘ଅରୁନ୍ଧତୀ ହିରୋ’ର ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା?
ଦୀର୍ଘ ଦିନର ଏହି ସଫଳତାର ରାସ୍ତା ଅତ୍ୟନ୍ତ ରୋମାଞ୍ଚକର ଥିଲା। ଆମ ଅଟୋମୋବାଇଲ୍‌ ବ୍ୟବସାୟର ପରିସର ବଲାଙ୍ଗୀରଠାରୁ ଭବାନୀପାଟଣା ଏବଂ ପରେ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇପାରିବ ବୋଲି କେବେ ଭାବି ନ ଥିଲୁ। କିନ୍ତୁ ରାଜଧାନୀରେ ଏକ ବ୍ରାଞ୍ଚ୍‌ ଖୋଲିପାରିବା ଆମ ପାଇଁ ଗର୍ବର ବିଷୟ। ‘ହିରୋ’ ବ୍ରାଣ୍ଡ୍‌ର ଆମ ଉପରେ ଥିବା ଦୃଢ଼ ବିଶ୍ୱାସ ଯୋଗୁ ଧନ୍ୟବାଦ। ଆମ ସମସ୍ତ ବ୍ରାଞ୍ଚ୍‌ରେ କାର୍ଯ୍ୟରତ ଟିମ୍‌ମାନଙ୍କୁ ମଧ୍ୟ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରୁଛି।
ଆପଣଙ୍କ କମ୍ପାନୀର ବେସିକ୍‌ ୟୁଏସ୍‌ପିଗୁଡ଼ିକ କ’ଣ ଏବଂ ଶୋ’ରୁମ୍‌ରେ କେଉଁ ସବୁ ମଡେଲ୍‌ ଉପଲବ୍ଧ?
କମ୍ପାନୀର ବେସିକ୍‌ ୟୁଏସ୍‌ପି ହେଉଛି ‘ଶୃଙ୍ଖଳା’। ଗ୍ରାହକମାନେ ଆମର ସମସ୍ତ ଶୋ’ରୁମ୍‌ରେ ଭତ୍ତମ ଭିତ୍ତିଭୂମି ସହିତ ଏକ କମ୍ପାନୀ ୟୁନିଫର୍ମରେ ଥିବା ଏକ ପ୍ରଶିକ୍ଷିତ ଭଲ ଟିମ୍‌ ପାଇପାରିବେ। ସେମାନେ ସର୍ବଦା ସେଲ୍ସ, ସର୍ଭିସ୍‌ ଏବଂ ସ୍ପେୟାର ପାଟର୍‌ସ କ୍ଷେତ୍ରରେ ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇଥାଆନ୍ତି। ବର୍ତ୍ତମାନ ବଜାର ଚାହିଦା ଅନୁସାରେ ଆମ ଶୋ’ରୁମ୍‌ରେ ଏକ୍ସଟ୍ରିମ୍‌ ୧୬୦ଆର୍‌, ଏକ୍ସଟ୍ରିମ୍‌ ୨୦୦ଏସ୍‌ ଭଳି ବିଏସ୍‌-୬ ପ୍ରିମିୟମ୍‌ ବାଇକ୍‌ ଉପଲବ୍ଧ। ଏହାଛଡ଼ା ଏକ୍ସପଲ୍ସ, ଗ୍ଲାମର ଭାରିଆଣ୍ଟ୍‌ସ, ପ୍ୟାସନ ପ୍ରୋ, ସ୍ପ୍ଲେଣ୍ଡର୍‌ ପ୍ଲସ୍‌ ଏବଂ ସୁପର ସ୍ପ୍ଲେଣ୍ଡର୍‌ ମୋଟରସାଇକେଲ ମଧ୍ୟ ବିକ୍ରି ପାଇଁ ରହିଛି। ସ୍କୁଟର ଭାରିଆଣ୍ଟ ମଧ୍ୟରେ ଆମର ପ୍ଲେଜର, ମାଏଷ୍ଟ୍ରୋ ଏବଂ ଡେଷ୍ଟିନି ରହିଛି।
ସଫଳତାର ଶ୍ରେୟ କାହାକୁ ଦେବେ?
ହିରୋ ବ୍ରାଣ୍ଡ୍‌ ସମେତ ଆମ କର୍ମଚାରୀ ଟିମ୍‌ ଏବଂ ଗ୍ରାହକଙ୍କୁ ସମସ୍ତ ସଫଳତାର ଶ୍ରେୟ ଦେବି। ଆମ ଏମ୍‌ଡି, ମ୍ୟାନେଜମେଣ୍ଟ ଏବଂ ଗ୍ରାଉଣ୍ଡ୍‌ ଲେବୁଲ୍‌ ଟିମ୍‌ଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁ କମ୍ପାନୀ ଆଜି ଏହି ଉଚ୍ଚ ସ୍ତରରେ ପହଞ୍ଚତ୍ପାରିଛି। ଗାଡ଼ି ବିକ୍ରି ସମୟରେ ଏବଂ ତା’ ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ହେଉଛି ଅଟୋମୋବାଇଲ୍‌ ବ୍ୟବସାୟରେ ସଫଳତାର ଅନ୍ୟତମ ମନ୍ତ୍ର।
ବଜେଟ୍‌ ୨୦୨୨-୨୩ ଉପରେ ଆପଣଙ୍କର ମତ କ’ଣ?
ବଜେଟ୍‌ ୨୦୨୨-୨୩ ଅଟୋ ଇଣ୍ଡଷ୍ଟ୍ରି ପାଇଁ ଭଲ ରହିଛି। ଏଥିରେ ଜାତୀୟ ରାଜପଥଗୁଡ଼ିକର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି। ଭଲ ସଡ଼କ ହେଲେ ଟ୍ରାଭେଲିଂ ଟାଇମ୍‌ ମଧ୍ୟ କମିଯିବ। ବ୍ୟାଟେରି ସ୍ବାପିଂ ପଲିସି ୨-୩ ଚକିଆ ଭେହିକିଲ୍‌ ବଜାର ଉପରେ ପ୍ରଭାବ ପକାଇବ ଏବଂ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ ପ୍ରତି ମଧ୍ୟ ଗ୍ରାହକଙ୍କ ବିଶ୍ୱାସ ବୃଦ୍ଧି କରିବ। ଏଥିଯୋଗୁ ଚାଷୀଙ୍କ କ୍ରୟ କ୍ଷମତା ବଢ଼ିଲେ ଦେଶର ମେରୁଦଣ୍ଡ ବୋଲି କୁହାଯାଉଥିବା ‘ଗ୍ରାମ୍ୟ ଅର୍ଥନୀତି’ ସୁଦୃଢ ହେବ ଏବଂ ରୁରାଲ୍‌ ମାର୍କେଟ୍‌ରେ ଆମର ୨ ଚକିଆ ଯାନ ବିକ୍ରି ବଢ଼ିବ।
ଭବିଷ୍ୟତ ପାଇଁ କ’ଣ ବିଜ୍‌ନେସ ପ୍ଲାନ୍‌ ରହିଛି?
ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଆମେ ସର୍ବଦା ଲକ୍ଷ୍ୟ ରଖିଥାଉ। ଏହି ପରିବର୍ତ୍ତନଶୀଳ ମାର୍କେଟ ବ୍ୟବସ୍ଥାରେ ଆମେ ହଠାତ୍‌ ନିଷ୍ପତ୍ତି ନେଇ ତାହାକୁ ଯଥାସମ୍ଭବ କାର୍ଯ୍ୟରେ ପରିଣତ କରିଥାଉ। ତେଣୁ ଏ ସମ୍ବନ୍ଧରେ ବିଶେଷ କିଛି କହିପାରିବୁ ନାହିଁ। ଏହା ନିଶ୍ଚିତ ଯେ, ଆମେ ଆମ ବ୍ୟବସାୟକୁ ଆଗକୁ ବଢ଼ାଇ ଚାଲିଥିବୁ ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରି ରାଜ୍ୟର ପ୍ରଗତିରେ ସହଯୋଗ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri