ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ମଳ ପରିଚାଳନା ନେଇ ତପତ୍ରତା ପ୍ରକାଶ ପାଇଛି। ବୁଧବାର ବିଏମ୍ସି କାର୍ଯ୍ୟାଳୟରେ ଆନ୍ତଃବିଭାଗୀୟ କର୍ମକର୍ତ୍ତା ଓ ସେସ୍ପୁଲ୍ ଅପରେଟରମାନଙ୍କୁ ନେଇ ଏମକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଗାରିମା ଯୋଜନା ଅଧୀନରେ ସେସ୍ପୁଲ୍ ଗାଡି ଚଳାଚଳ ନେଇ ଥିବା ନିୟମ ଖିଲାପ କରାଯାଉଥିବା ବିଏମ୍ସିର ନଜରକୁ ଆସିବା ପରେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମଳ ପରିଚାଳନା ବା ଫେକାଲ୍ ସ୍ଲଜ୍ ମ୍ୟାନେଜ୍ମେଣ୍ଟ (ଏଫ୍ଏସ୍ଏସ୍ଏମ୍) ନିୟମ ଅନୁଯାୟୀ ଯେତେବଡ଼ ମଳ ଟାଙ୍କି ହେଉନା କାହିଁକି, ଅଢ଼େଇ ବର୍ଷରୁ ତିନିବର୍ଷ ମଧ୍ୟରେ ଏହାକୁ ଖାଲି କରାଯିବା ଆବଶ୍ୟକ। ମଳ ଟାଙ୍କିକୁ କେବଳ ଯାନ୍ତ୍ରିକ ଉପାୟରେ ସେସପୁଲ୍ଏମ୍ପଟିୟର୍ରେ ଖାଲି କରାଯିବା ଆବଶ୍ୟକ। ଏଥିପାଇଁ ପୌରସଂସ୍ଥା କିମ୍ବା ପଞ୍ଜିକୃତ ଘରୋଇ ସେବା ପ୍ରଦାନକାରୀଙ୍କ ସହଯୋଗରେ କରିବାକୁ ହେବ। ତେବେ ଏହି କାର୍ଯ୍ୟର ବିଜ୍ଞାନ ସମ୍ମତ ପରିଚାଳନାରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହଁି ବୋଲି ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଟାଙ୍କିରୁ ନିୟମିତ ମଳ ଖାଲି କରାଯିବା, ଏହାକୁ ସେସ୍ପୁଲ୍ରେ ନେବା, ସେସ୍ପୁଲରେ ପରିବହନ ସମୟରେ ଆବଶ୍ୟକ ଯନତ୍ନେବା, ମଳ ଉପଚାର କେନ୍ଦ୍ରରେ ଏହି ସଂଗୃହୀତ ମଳକୁ ପକାଇବା ଆଦି ପ୍ରକ୍ରିୟା କିପରି ସୂଚାରୁରୂପେ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁ ସେସପୁଲ୍ ଅପରେଟର୍ମାନେ ପଞ୍ଜୀକୃତ ହୋଇ କାର୍ଯ୍ୟ କରୁଛନ୍ତି, ସେମାନେ ଏଫ୍ଏସ୍ଏସ୍ଏମ୍ ନିୟମ ୨୦୧୮ ଅନୁସାରେ ନିଜର କର୍ମଚାରୀଙ୍କୁ ତାଲିମ ଦେବାର ବନ୍ଦୋବସ୍ତ କରିବେ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବେ, ନିର୍ଦ୍ଧାରିତ ମଳଉପଚାର କେନ୍ଦ୍ରରେ ମଳ ପହଞ୍ଚାଇବା ଏବଂ ନାଗରିଗଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଗାଡିରେ ଜିପିଏସ୍ ମଧ୍ୟ ରହିବ। ଯେଉଁ ଗାଡି ପଞ୍ଜୀକୃତ ହୋଇନାହାନ୍ତି ସେମାନେ ଯଥାଶୀଘ୍ର ଆର୍ଟିଓଙ୍କ ସହିତ ଯୋଗାଯୋଗ କରି ନିଜ ଗାଡିଗୁଡିକର ଫିଟ୍ନେସ୍ ଯାଞ୍ଚ କରାଇବା ସହ ବିଏମ୍ସିରେ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ସେସପୁଲ ଅପରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଥାଉ କି, ବର୍ତ୍ତମାନ ବିଏମ୍ସି ଅଧୀନରେ ୨୬ଟି ସେସ୍ପୁଲ୍ ଗାଡି ପଞ୍ଜୀକୃତ ହୋଇଥିବାବେଳେ ଏଥିମଧ୍ୟରେ ବିଏମ୍ସିର ୯ଟି ଗାଡି ରହିଛି। ତେବେ ମଳ ପରିଚାଳନା କ୍ଷେତ୍ରରେ କୌଣସି ଅଭିଯୋଗ ଥିଲେ ରାଜଧାନୀବାସୀ ସଫା ଆପ୍, ଭୁବନେଶ୍ୱର ଡଟ୍ ମି, (https://citizenservices.bhubaneswar.me/citizenservice/cesspool) କିମ୍ବା ୧୪୪୨୦ ଏବଂ ୧୯୨୯ ନମ୍ବର ଫୋନ୍ରେ ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି।
ଆୟୋଜିତ ବୈଠକରେ ବିଏମ୍ସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା, ଭୁବନେଶ୍ୱର ଆର୍ଟିଓ-୧ର ବିକାଶ ଚନ୍ଦ୍ର ଚୌଧୁରୀ, ଭୁବନେଶ୍ୱର ଆରଟିଓ-୨ର ସନତ କୁମାର ଜେନା, ୱାଟକୋ ଜେନେରାଲ ମ୍ୟାନେଜର ଗଣେଶ ଚନ୍ଦ୍ର ଦାସ, ୱାଟକୋ ଡିଭିଜନ-୧ ମ୍ୟାନେଜର ବସନ୍ତ କୁମାର ବେହେରା, ଆସିଷ୍ଟାଣ୍ଟ କମିଶନର ଗଣେଶ ବାବୁ, ସମସ୍ତ ଅପରେଟର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…
ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…
ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM
ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
Archives

