ମଳ ପରିଚାଳନାକୁ ବିଏମ୍‌ସିର ଗୁରୁତ୍ୱ

ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଳ ପରିଚାଳନା ନେଇ ତପତ୍ରତା ପ୍ରକାଶ ପାଇଛି। ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଆନ୍ତଃବିଭାଗୀୟ କର୍ମକର୍ତ୍ତା ଓ ସେସ୍‌ପୁଲ୍‌ ଅପରେଟରମାନଙ୍କୁ ନେଇ ଏମକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଗାରିମା ଯୋଜନା ଅଧୀନରେ ସେସ୍‌ପୁଲ୍‌ ଗାଡି ଚଳାଚଳ ନେଇ ଥିବା ନିୟମ ଖିଲାପ କରାଯାଉଥିବା ବିଏମ୍‌ସିର ନଜରକୁ ଆସିବା ପରେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମଳ ପରିଚାଳନା ବା ଫେକାଲ୍‌ ସ୍ଲଜ୍‌ ମ୍ୟାନେଜ୍‌ମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) ନିୟମ ଅନୁଯାୟୀ ଯେତେବଡ଼ ମଳ ଟାଙ୍କି ହେଉନା କାହିଁକି, ଅଢ଼େଇ ବର୍ଷରୁ ତିନିବର୍ଷ ମଧ୍ୟରେ ଏହାକୁ ଖାଲି କରାଯିବା ଆବଶ୍ୟକ। ମଳ ଟାଙ୍କିକୁ କେବଳ ଯାନ୍ତ୍ରିକ ଉପାୟରେ ସେସପୁଲ୍‌ଏମ୍ପଟିୟର୍‌ରେ ଖାଲି କରାଯିବା ଆବଶ୍ୟକ। ଏଥିପାଇଁ ପୌରସଂସ୍ଥା କିମ୍ବା ପଞ୍ଜିକୃତ ଘରୋଇ ସେବା ପ୍ରଦାନକାରୀଙ୍କ ସହଯୋଗରେ କରିବାକୁ ହେବ। ତେବେ ଏହି କାର୍ଯ୍ୟର ବିଜ୍ଞାନ ସମ୍ମତ ପରିଚାଳନାରେ କୌଣସି ପ୍ରକାରର ସାଲିସ୍‌ କରାଯିବ ନାହଁି ବୋଲି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଟାଙ୍କିରୁ ନିୟମିତ ମଳ ଖାଲି କରାଯିବା, ଏହାକୁ ସେସ୍‌ପୁଲ୍‌ରେ ନେବା, ସେସ୍‌ପୁଲରେ ପରିବହନ ସମୟରେ ଆବଶ୍ୟକ ଯନତ୍ନେବା, ମଳ ଉପଚାର କେନ୍ଦ୍ରରେ ଏହି ସଂଗୃହୀତ ମଳକୁ ପକାଇବା ଆଦି ପ୍ରକ୍ରିୟା କିପରି ସୂଚାରୁରୂପେ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁ ସେସପୁଲ୍‌ ଅପରେଟର୍‌ମାନେ ପଞ୍ଜୀକୃତ ହୋଇ କାର୍ଯ୍ୟ କରୁଛନ୍ତି, ସେମାନେ ଏଫ୍‌ଏସ୍‌ଏସ୍‌ଏମ୍‌ ନିୟମ ୨୦୧୮ ଅନୁସାରେ ନିଜର କର୍ମଚାରୀଙ୍କୁ ତାଲିମ ଦେବାର ବନ୍ଦୋବସ୍ତ କରିବେ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବେ, ନିର୍ଦ୍ଧାରିତ ମଳଉପଚାର କେନ୍ଦ୍ରରେ ମଳ ପହଞ୍ଚାଇବା ଏବଂ ନାଗରିଗଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଗାଡିରେ ଜିପିଏସ୍‌ ମଧ୍ୟ ରହିବ। ଯେଉଁ ଗାଡି ପଞ୍ଜୀକୃତ ହୋଇନାହାନ୍ତି ସେମାନେ ଯଥାଶୀଘ୍ର ଆର୍‌ଟିଓଙ୍କ ସହିତ ଯୋଗାଯୋଗ କରି ନିଜ ଗାଡିଗୁଡିକର ଫିଟ୍‌ନେସ୍‌ ଯାଞ୍ଚ କରାଇବା ସହ ବିଏମ୍‌ସିରେ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ସେସପୁଲ ଅପରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଥାଉ କି, ବର୍ତ୍ତମାନ ବିଏମ୍‌ସି ଅଧୀନରେ ୨୬ଟି ସେସ୍‌ପୁଲ୍‌ ଗାଡି ପଞ୍ଜୀକୃତ ହୋଇଥିବାବେଳେ ଏଥିମଧ୍ୟରେ ବିଏମ୍‌ସିର ୯ଟି ଗାଡି ରହିଛି। ତେବେ ମଳ ପରିଚାଳନା କ୍ଷେତ୍ରରେ କୌଣସି ଅଭିଯୋଗ ଥିଲେ ରାଜଧାନୀବାସୀ ସଫା ଆପ୍‌, ଭୁବନେଶ୍ୱର ଡଟ୍‌ ମି, (https://citizenservices.bhubaneswar.me/citizenservice/cesspool) କିମ୍ବା ୧୪୪୨୦ ଏବଂ ୧୯୨୯ ନମ୍ବର ଫୋନ୍‌ରେ ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି।
ଆୟୋଜିତ ବୈଠକରେ ବିଏମ୍‌ସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା, ଭୁବନେଶ୍ୱର ଆର୍‌ଟିଓ-୧ର ବିକାଶ ଚନ୍ଦ୍ର ଚୌଧୁରୀ, ଭୁବନେଶ୍ୱର ଆରଟିଓ-୨ର ସନତ କୁମାର ଜେନା, ୱାଟକୋ ଜେନେରାଲ ମ୍ୟାନେଜର ଗଣେଶ ଚନ୍ଦ୍ର ଦାସ, ୱାଟକୋ ଡିଭିଜନ-୧ ମ୍ୟାନେଜର ବସନ୍ତ କୁମାର ବେହେରା, ଆସିଷ୍ଟାଣ୍ଟ କମିଶନର ଗଣେଶ ବାବୁ, ସମସ୍ତ ଅପରେଟର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri