ବିକ୍ରି ପର ସେବାକୁ ଗୁରୁତ୍ୱ: ପିଏମ୍‌ଜି ମୋଟର୍ସ ମ୍ୟାନେଜିଂ ପାର୍ଟନର ମନୋରଞ୍ଜନ ଦାସ

ଇଚ୍ଛା ଥିଲା, ସ୍ବପ୍ନ ବି ଥିଲା। ଯାନବାହନ ପ୍ରତି ଦୁର୍ବଳତା ତାଙ୍କୁ ବୈଷୟିକ ବିଦ୍ୟା ଆଡ଼କୁ ଟାଣିନେଇଥିଲା। ଇଞ୍ଜିନିୟରିଂ ସାରି ସର୍ଭିସ ସେଣ୍ଟର ଓ ପରେ ଗାଡ଼ି ଶୋ’ରୁମ୍‌ ଖୋଲିଥିଲେ। ଦୁଇଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଥିବାବେଳେ ଗ୍ରାହକଙ୍କୁ ସର୍ଭିସ୍‌ ଦେବା କେତେ ଚ୍ୟାଲେଞ୍ଜିଂ ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ କହିଛନ୍ତି କଟକର ୟାମାହା ବିକ୍ରେତା ପିଏମ୍‌ଜି ମୋଟର୍ସ ମ୍ୟାନେଜିଂ ପାର୍ଟନର ମନୋରଞ୍ଜନ ଦାସ।

ଇଞ୍ଜିନିୟରିଂ ଡିଗ୍ରୀ ପରେ ଉଚ୍ଚ ବେତନ ଚାକିରି ଛାଡ଼ି ବ୍ୟବସାୟ ଆଡ଼କୁ କାହିଁକି ମୁହାଁଇଲେ?
ଅଟୋମୋବାଇଲ ବୈଷୟିକ ଜ୍ଞାନ ପ୍ରତି ପିଲାବେଳୁ ଆଗ୍ରହ ଥିଲା। ସ୍କୁଲ ଶିକ୍ଷା ପରେ ଅଟୋମୋବାଇଲ ଡିପ୍ଲୋମା ପଢ଼ିଲି। ତା’ପରେ ଶିକ୍ଷା ନବୀଶ ପାଇଁ ଟେଲକୋ (ଟାଟା ମୋଟର୍ସ) ରେ ସୁଯୋଗ ପାଇଲି। ଓଡ଼ିଶାରେ ଅଟୋମୋବାଇଲ ଶିଳ୍ପ ୨୦୦୦ ପୂର୍ବରୁ ଦ୍ରୁତ ଅଭିବୃଦ୍ଧି ଘଟୁଥାଏ। ତାହା ମୋତେ ଅଟୋମୋବାଇଲ ସେବା କେନ୍ଦ୍ର ଆରମ୍ଭ କରିବା ପାଇଁ ପ୍ରେରିତ କଲା। ୨୦୦୧ ମସିହାରେ କେତେଜଣ ଆଗ୍ରହୀ ଯୁବକଙ୍କୁ ନେଇ ନିଜସ୍ବ ୱାର୍କଶପ୍‌ ଖୋଲିବାକୁ ଇଚ୍ଛା ପ୍ରକାଶ କରିଥିଲି।
ଅଟୋମୋବାଇଲ ବ୍ୟବସାୟ ଆରମ୍ଭରୁ ଏଯାଏ ଯାତ୍ରା କିପରି ରହିଛି ?
ବ୍ୟବସାୟରେ ଉତ୍ତମ ବ୍ୟବହାର ଓ ଗ୍ରାହକ ସେବାକୁ ମୂଳମନ୍ତ୍ର କରି ଆଗେଇ ଚାଲିଲୁ। ନାନା ବାଧାବିଘ୍ନକୁ ସାମ୍ନା କରି ବ୍ୟବସାୟ ବଢ଼ାଇଲୁ। ୨୦୦୧ରେ ମଞ୍ଚେଶ୍ୱରରେ ଆରମ୍ଭ ହୋଇଥିବା ଟାଟା କାର୍‌ ସର୍ଭିସର ଆଉ ଏକ ଶାଖା କଟକରେ ଖୋଲିଲୁ। ପରେ ଯନ୍ତ୍ରାଂଶ ପାଇବାରେ ଅସୁବିଧା ଯୋଗୁ ଯନ୍ତ୍ରାଂଶ ବିତରକ ଭାବେ ମଧ୍ୟ୍ୟ କାର୍ଯ୍ୟ କରିଥିଲୁ। ୨୦୧୨ରେ ୟାମାହାର ଆମନ୍ତ୍ରଣ ପାଇବା ପରଠାରୁ ବିକ୍ରେତା ଭାବେ ଅଦ୍ୟାବଧି ୨୭,୦୦୦ ରୁ ଅଧିକ ଗାଡ଼ି ବିକ୍ରି କରିପାରିଛୁ। ବିକ୍ରି ପର ସେବା କ୍ଷେତ୍ରରେ ଅଧିକ ଧ୍ୟାନଦେଇ ଆମେ ସଫଳତାର ପାହାଚ ଅତିକ୍ରମ କରିଚାଲିଛୁ।
ୟାମାହା ପରି ଏକ ଆନ୍ତର୍ଜାତିକ ବ୍ରାଣ୍ଡ ବିକ୍ରେତା ଭାବେ କ’ଣ ସବୁ ଆହ୍ବାନ ରହିଛି?
ୟାମାହା ସ୍ବତନ୍ତ୍ର ବର୍ଗଙ୍କୁ ଆକୃଷ୍ଟ କରେ, ଯେଉଁଥିରେ ଯୁବପିଢ଼ି ଅଧିକ ଅଛନ୍ତି। ଏହାର ସ୍ପୋର୍ଟି ଲୁକ୍‌ ରେସିଙ୍ଗ ବାଇକ୍‌ ହେତୁ ଗ୍ରାହକଙ୍କୁ ରକ୍ଷଣାବେକ୍ଷଣ ଓ ବୈଷୟିକ ଜ୍ଞାନ ବିଷୟରେ ଅଧିକ ଜଣାଇବାକୁ ପଡ଼େ। ୨୦୧୨ ବେଳକୁ ଛୋଟ ସହର ତଥା ଗ୍ରାମାଞ୍ଚଳରେ ସର୍ଭିସିଂ ଓ ଯନ୍ତ୍ରାଂଶ ଉପଲବ୍ଧ ହେଉ ନ ଥିବାରୁ ଗାଡ଼ି ବିକିବା ସହଜ ନ ଥିଲା।
ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେବା କ୍ଷେତ୍ରରେ କ’ଣ କରିବାକୁ ପଡ଼ିଥାଏ?
ଗାଡ଼ି ବିକିବା ସହ ପରବର୍ତ୍ତୀ ସେବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ଓରିଜିନାଲ ପାଟର୍‌ସ ଯୋଗାଇବା ସହ ଉତ୍ତମ ବ୍ୟବହାର ଏବଂ କୁଶଳୀ ପ୍ରଶିକ୍ଷିତ ମେକାନିକ୍‌ଙ୍କ ଦ୍ୱାରା ସର୍ଭିସ୍‌ ବିଶେଷ ଭାବରେ ନିର୍ଭର କରେ। ସମୟ ସମୟରେ ଭ୍ରାମ୍ୟମାଣ ସେବା, ଗ୍ରାହକଙ୍କ ଘର ପାଖରେ ସେବା ଆଦି ଦିଆଯାଇଥାଏ। ମହିଳା ଗ୍ରାହକଙ୍କ ପାଇଁ ଘରୁ ଗାଡ଼ି ଆଣି ପୁଣି ପହଞ୍ଚାଇବା ସେବା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅସମୟରେ ରାସ୍ତାରେ ସେବା ଦେବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଥାଉ।
ଅଟୋମୋବାଇଲ ବ୍ୟବସାୟ ପାଇଁ ରାଜ୍ୟରେ ନୀତି କିପରି ଅଛି ?
ଅଟୋମୋବାଇଲ ବ୍ୟବସାୟ ପାଇଁ ନୀତି ଠିକ୍‌ ଅଛି। ପେପରଲେସ୍‌ ପଞ୍ଜୀକରଣ ଅନ୍‌ଲାଇନ୍‌ ସେବା ଯୋଗୁ ସମୟ ଓ ଅର୍ଥ ସଞ୍ଚୟ ହୋଇପାରୁଛି। ଗ୍ରାହକମାନେ ଶୋ’ରୁମ୍‌ରୁ ଏକକାଳୀନ ଗାଡ଼ି ନମ୍ବର, ବୀମାକରଣ ସହିତ କାଗଜପତ୍ର ପାଇପାରୁଛନ୍ତି।
କୋଭିଡ୍‌ ବେଳେ ବ୍ୟବସାୟ ସମ୍ଭାଳିବା ପାଇଁ କି ପଦକ୍ଷେପ ନେଇଥିଲେ ?
କୋଭିଡ୍‌-୧୯ ସମୟରେ ସମସ୍ତ କର୍ମଚାରୀ ଅନେକ ସହଯୋଗ କରିଛନ୍ତି। ଏହି ପ୍ରତିକୂଳ ସ୍ଥିତିରେ ୟାମାହା ସହାୟତା ପ୍ରଦାନ କରିଛି। ଦୀର୍ଘଦିନ ଧରି ଶୋ’ରୁମ୍‌ ବନ୍ଦ ରହିବା ଫଳରେ ଗ୍ରାହକଙ୍କୁ ସେବା ଦେବା କଷ୍ଟକର ଥିଲା। କର୍ମଚାରୀମାନଙ୍କ ଦୃଢ ମନୋବଳ, ନିଷ୍ଠା ସହ ଅନିଷ୍ଟର ଆଶଙ୍କା ଥାଇ ମଧ୍ୟ ୱାର୍କଶପ ଖୋଲା ରଖିଥିଲୁ।
ଆଗାମୀ ଲକ୍ଷ୍ୟ କ’ଣ ରଖିଛନ୍ତି?
ତୈଳଦର ବୃଦ୍ଧି ହୋଇଚାଲିଛି। ଫଳରେ ଇ-ଯାନର ଚାହିଦା ବଢୁଛି। ପିଏମ୍‌ଜି ମୋଟର୍ସ ମଧ୍ୟ ଏକ ଇ-ଯାନର ବିକ୍ରେତା ଭାବେ କାର୍ଯ୍ୟ ଆରମ୍ଭ କରିଛି। ପରେ ବି ଚାରିଚକିଆ ଯାନ ବିକ୍ରି କରିବାର ଯୋଜନା ରଖିଛି। ଏହା ଛଡ଼ା ଇ-ଯାନର ସର୍ଭିସିଂ ସେଣ୍ଟର ଓ ଦ୍ରୁତ ଚାର୍ଜ ଷ୍ଟେଶନ ଖୋଲିବା ଯୋଜନା ରହିଛି।
ବୃତ୍ତିଗତ ଜୀବନ ବାହାରେ ଆପଣଙ୍କ ହବି କ’ଣ?
କ୍ରିକେଟ ଓ ଟେନିସ ପ୍ରତି ପିଲାଦିନୁ ଦୁର୍ବଳତା ରହିଛି। ପହଁରିବାକୁ ବି ବହୁତ ଭଲ ପାଏ। ନୂଆ ନୂଆ ଜାଗା ଭ୍ରମଣ କରିବାକୁ ମୋର ଆଗ୍ରହ ରହିଛି। ସମୟ ମିଳିଲେ ବିଭିନ୍ନ ବାଳାଶ୍ରମ ଯାଇ ପିଲାଙ୍କ ଦୁଃଖସୁଖରେ ସାମିଲ ହେବାକୁ ଭଲ ଲାଗେ।
ଓଡ଼ିଶାକୁ ଏକ ଅର୍ଥନୈତିକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଯୁବବର୍ଗଙ୍କୁ କି ପରାମର୍ଶ ଦେବେ ?
ଓଡ଼ିଶାର ଯୁବସମାଜ ରୋଜଗାର କରି ଉଦ୍ୟୋଗୀ ବନିବା ଆଶା ପୋଷଣ କରନ୍ତୁ। ଅନ୍ୟମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରନ୍ତୁ। ଫଳରେ ରାଜ୍ୟ ବାହାରକୁ ଯାଇ ଖଟୁଥିବା ଶ୍ରମିକମାନଙ୍କୁ ବଞ୍ଚତ୍ବାର ରାହା ଦେଖେଇହବ। ପାଠପଢ଼ା ସହ ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରତି ରୁଚି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri