ସ୍ବତଃ ତାଲିକା ବ୍ୟବସ୍ଥା ଲାଗୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୬ା୯: ଓଡ଼ିଶା ହାଇକୋର୍ଟରେ ମାମଲାଗୁଡ଼ିକର ସ୍ବତଃ ତାଲିକାଭୁକ୍ତ(ଅଟୋ ଲିଷ୍ଟିଂ) ପଦ୍ଧତି ଆପଣାଇବାକୁ ସୁପ୍ରିମକୋର୍ଟ ସୋମବାର ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲାର ତାଲିକା(ଲିଷ୍ଟିଂ) ବ୍ୟବସ୍ଥାକୁ ତ୍ୱରିତ ଭିତ୍ତିରେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏପରି କି କୌଣସି ଏକ ମାମଲା ରୁଜୁ ହେବା ପରେ ତାହା ଯେପରି ୭ ରୁ ୧୦ଦିନ ମଧ୍ୟରେ ସ୍ବତଃଭାବେ ଉପଯୁକ୍ତ କୋର୍ଟ ନିକଟରେ ତାଲିକାଭୁକ୍ତ ହୋଇପାରିବ ସେନେଇ ଅଟୋ ଲିଷ୍ଟିଂ ବ୍ୟବସ୍ଥାକୁ ଆପଣାଇବାକୁ ଖଣ୍ଡପୀଠ କହିଛନ୍ତି।
ଆବେଦନକାରୀ ସୌରଭ ଶେଖର ବେହେରା ତାଙ୍କ ମାମଲାର ଅଗ୍ରଗତି ସମ୍ପର୍କରେ ପ୍ରତି ସପ୍ତାହରେ ତାଲିକାଭୁକ୍ତ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଉକ୍ତ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଜାଣିବାକୁ ପାଇଥିଲେ ଯେ, ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଛନ୍ତି ଏବଂ ତାହା ଦୀର୍ଘଦିନ ହେବ ବିଚାର ଅପେକ୍ଷାରେ ରହିଥିବାବେଳେ ଶୁଣାଣି ନିମନ୍ତେ ତାଲିକାଭୁକ୍ତ ହେଉ ନ ଥିଲା। ହାଇକୋର୍ଟରେ ଆବେଦନ କରାଯାଉଥିବା ପ୍ରତ୍ୟେକ ଆବେଦନର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଲିକାଭୁକ୍ତ କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀଙ୍କ ଆବେଦନର ଏକ କିତା ନକଲ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟକୁ ପଠାଇବା ସହ ଉକ୍ତ ଆବେଦନକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଶୁଣାଣି କରିବାକୁ ଖଣ୍ଡପୀଠ କହିଛନ୍ତି। ଏଥିସହିତ ମାମଲାକୁ କିପରି ତ୍ୱରିତଭାବେ ତାଲିକାଭୁକ୍ତ କରାଯାଇପାରିବ ସେନେଇ ମୁଖ୍ୟ ବିଚାରପତି ଧ୍ୟାନଦେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

୫୨ ବର୍ଷରେ ଧରିତ୍ରୀ

ପାଳିତ ହୋଇଯାଇଛି ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୨ ତମ ଜନ୍ମ ବାର୍ଷିକୀ ଉତ୍ସବ । ଧରିତ୍ରୀର ପ୍ରତିଷ୍ଠା ଦିବସ ନଭେମ୍ବର ୨୪ରେ ଥିବାବେଳେ ବୁଧବାର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri