ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରଭାବ

ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଗଭୀର ଅସ୍ଥିରତା ଓ ଅନିଶ୍ଚିତତାର ଏକ ଜଟିଳ ପରିବେଶ ମଧ୍ୟରେ ଗତି କରୁଛି। ବିଶ୍ୱବ୍ୟାପୀ ଚାଲିିଥିବା ବାଣିଜ୍ୟଯୁଦ୍ଧ, ବିଶେଷତଃ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଦ୍ୱନ୍ଦ୍ୱ, ବ୍ରେକ୍ସିଟ୍ସରେ ୟୁରୋପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ଅସ୍ଥିରତା ଏବଂ ନୂଆ ବିଶ୍ୱ ଅର୍ଥନୀତିର ଆକୃତି ଗଠନ ଭାରତ ସହିତ ସମସ୍ତ ବିକାଶଶୀଳ ଦେଶମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଏହି ପ୍ରଭାବର ସର୍ବାଧିକ ପ୍ରଭାବ ପଡ଼ିଛି ମାନବ ସମ୍ପଦ ବିଶେଷକରି କର୍ମଜୀବୀ ଶ୍ରେଣୀ ଉପରେ । ବିଶ୍ୱବ୍ୟାପୀ ବାଣିଜ୍ୟଯୁଦ୍ଧର ପ୍ରଧାନ କାରଣ ହେଉଛି ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଅଧିକ ନିୟନ୍ତ୍ରଣ ଓ ରକ୍ଷାନୀତି। ଯେପରି କି ଆମେରିକା ଚାଇନା ଉପରେ ଅନେକ ରକ୍ଷାଶୁଳ୍କ ଲାଗୁ କରିଛି ଓ ତାହା ପ୍ରତିବଦଳରେ ଚାଇନା ମଧ୍ୟ ଆମେରିକୀୟ ପଦାର୍ଥ ଉପରେ ଅତିରିକ୍ତ ଶୁଳ୍କ ଘୋଷଣା କରିଛି। ଏହି ବ୍ୟବହାର ବିଶ୍ୱ ଅର୍ଥନୀତି ଉପରେ ଚାପ ପକାଇଛି। ଏହି ବିଶ୍ୱ ବାଣିଜ୍ୟଯୁଦ୍ଧର ପ୍ରଭାବ ଭାରତର କର୍ମଜୀବୀଙ୍କ ଉପରେ ପଡ଼ିଛି। ଟେକ୍ସଟାଇଲ ଏବଂ ଗାର୍ମେଣ୍ଟ ଶିଳ୍ପ ଭାରତର ଦ୍ୱିତୀୟ ସବୁଠାରୁ ବଡ଼ କର୍ମ ସୃଷ୍ଟିକାରୀ ଶିଳ୍ପ। ଏଠାରେ ପ୍ରାୟ ୪୫ଲକ୍ଷ କର୍ମଚାରୀ ନିଯୁକ୍ତ ଅଛନ୍ତି, ଯେଉଁଥିରୁ ୭୦% ମହିଳା। ବିଶ୍ୱ ବଜାରରେ ଅସ୍ଥିରତା ଓ ଦେଶଗତ ଅଧିକ ଟ୍ୟାରିଫ ହାର ବୃଦ୍ଧିରୁ ୨୦୨୩ରେ ଏହି ସେକ୍ଟରରେ ପ୍ରାୟ ୮.୫% ନିଯୁକ୍ତି ହ୍ରାସଘଟିଛି। ଭାରତର ଆଇଟି ତଥା ବିପିଓ ସେକ୍ଟର ଆନ୍ତର୍ଜାତିକ ଗ୍ରାହକ ଉପରେ ନିର୍ଭର କରୁଥିବାରୁ, ବିଶ୍ୱ ବ୍ୟବସ୍ଥାରେ ଆସୁଥିବା ପ୍ରଭାବ ଏଠି ମଧ୍ୟ ଦେଖାଯାଉଛି। ଆମେରିକା H୧B ଭିଜା ନୀତି ଓ ‘ଆମେରିକା ପ୍ରଥମ’ ନୀତି ଯୋଗୁ ଭାରତର ସଫ୍ଟୱେର ରପ୍ତାନିଭିତ୍ତିକ କମ୍ପାନୀଗୁଡ଼ିକ ଅନେକ କଠିନ ସ୍ଥିତିରେ ଅଛନ୍ତିି। ଏହି ସେକ୍ଟରରେ ୨୦୨୨-୨୩ ମଧ୍ୟରେ ନୂଆ ନିଯୁକ୍ତି ୫.୨% ହ୍ରାସ ହୋଇଛି। ୨୦୨୩ରେ ଭାରତର ସମ୍ପୂର୍ଣ୍ଣ ରପ୍ତାନୀ ମୂଲ୍ୟ ୬୦୦ ବିଲିଅନ ଡଲାରରୁ ୫୫୫ ବିଲିଅନ ଡଲାରକୁ ଖସିଯାଇଛି (ବାଣିଜ୍ୟ ମନ୍ତ୍ରଣାଳୟ ରିପୋର୍ଟ)। ୟୁରୋପ ଓ ଆମେରିକାକୁ ହେଉଥିବା ରପ୍ତାନୀ ୭.୪% କମିଛି, ଯାହାଠାରୁ ଏହି ଅଞ୍ଚଳରେ ନିର୍ଭର କରୁଥିବା କର୍ମଜୀବୀଙ୍କ ଓଭରଟାଇମ, ବୋନସ ଓ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଚାଇନା ଉପରେ ଆଧାରିତ ଉପାଦାନ ଅଂଶ ଉପରେ ଭାରତର ଅଧିକ ନିର୍ଭରତା ଓ ବିଶ୍ୱ ଭିତରେ ଅଧିକ ଟାରିଫ୍‌ ଓ ନୀତିଗତ ବାଧା ଥିବାରୁ ଏହି ସେକ୍ଟର ମଧ୍ୟ ଅସ୍ଥିରତା ଅନୁଭବ କରୁଛି। ଏହି ସେକ୍ଟରରେ ୨୦୨୩ ମଧ୍ୟରେ କାମ ହରାଇଥିବା କର୍ମଚାରୀ ସଂଖ୍ୟା ପ୍ରାୟ ୨.୧ ଲକ୍ଷ ଥିବା ଅନୁମାନ କରାଯାଉଛି। ଆମେରିକା ଓ ୟୁରୋପର ନୂତନ ନୀତି ଅନୁସାରେ ଭାରତୀୟ ଔଷଧ ଉପରେ ଦାମ୍‌ ନିୟନ୍ତ୍ରଣ ଲାଗୁ ହେବାରୁ ଏହି ଶିଳ୍ପର ଲାଭାଂଶ ଓ ନିଯୁକ୍ତି ଉପରେ ପ୍ରଭାବ ପଡ଼ିଛି। ଏହି ସେକ୍ଟରରେ ୨୦୨୩ ମଧ୍ୟରେ ନିଯୁକ୍ତିରେ ୩.୩% ହ୍ରାସ ହୋଇଛି (ଫିକି ରିପୋର୍ଟ)। ୨୦୨୩ ମଧ୍ୟରେ ଟ୍ରାଡିଶନାଲ ମିଡିଆ ଉପରେ ଆଧାରିତ କାମକୁ ନେଇ ୬% ନିଯୁକ୍ତି କମିଯାଇଛି।
ଭାରତ ସରକାର ଏହି ଅସ୍ଥିର ବିଶ୍ୱ ବଜାର ପରିସ୍ଥିତିରେ ଏକ ସବଳ ସ୍ଥାନ ନେବା ପାଇଁ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ତିଆରି ହେଉଥିବା ଉତ୍ପାଦକୁ ଅଧିକ ପ୍ରୋତ୍ସାହନ ଦେବାକୁ ନୀତି ଅଣାଯାଇଛି। ଏହାଦ୍ୱାରା ଦେଶୀ ଉତ୍ପାଦକର୍ତ୍ତା ଓ କର୍ମଜୀବୀମାନେ ଲାଭାନ୍ବିତ ହେଉଛନ୍ତି। ଉତ୍ପାଦନ ସହିତ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ମୋବାଇଲ, ହାର୍ଡୱେର, ଔଷଧ ଓ ଇଲେକ୍ଟ୍ରୋନିକ୍ସ ଭଳି ଶିଳ୍ପକୁ ଉତ୍ପାଦନ ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ୨୦୨୩ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୨୦ହଜାର ନୂଆ ନିଯୁକ୍ତି ହୋଇଛି। ମୁକ୍ତ ବ୍ୟାପାର ଚୁକ୍ତିରେ ଭାରତ ଅନେକ ଦେଶ ସହ ବାଣିଜ୍ୟ ବୁଝାମଣା କରୁଛି ଯଥା ୟୁଏଇ, ଅଷ୍ଟ୍ରେଲିଆ, ବ୍ରିଟେନ, ଯାହାଦ୍ୱାରା ରପ୍ତାନୀ ବୃଦ୍ଧିପାଇ ନିଜ ଶ୍ରମଶକ୍ତିକୁ ବ୍ୟବହାର କରିବାର ଅବସର ବୃଦ୍ଧିପାଉଛି। ବିଶ୍ୱ ବାଣିଜ୍ୟଯୁଦ୍ଧ ଏକ ନୂଆ ବିଶ୍ୱ ଅର୍ଥନୀତି ଗଠନ କରୁଛି, ଯାହା ମଧ୍ୟରେ ଭାରତର କର୍ମଜୀବୀ ଶ୍ରେଣୀ ଏହି କ୍ଷେତ୍ରରେ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ, ଯଦି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଏ।

ଡ. ଶ୍ରୀନିବାସ ଦାଶ
ବିଭାଗୀୟ ମୁଖ୍ୟ (ପ୍ରବନ୍ଧନ ବିଭାଗ),
ଗଙ୍ଗାଧର ମେହେର
ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ମୋ:୯୮୫୩୧୩୨୯୦୪


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri