ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରଭାବ

ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଗଭୀର ଅସ୍ଥିରତା ଓ ଅନିଶ୍ଚିତତାର ଏକ ଜଟିଳ ପରିବେଶ ମଧ୍ୟରେ ଗତି କରୁଛି। ବିଶ୍ୱବ୍ୟାପୀ ଚାଲିିଥିବା ବାଣିଜ୍ୟଯୁଦ୍ଧ, ବିଶେଷତଃ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଦ୍ୱନ୍ଦ୍ୱ, ବ୍ରେକ୍ସିଟ୍ସରେ ୟୁରୋପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ଅସ୍ଥିରତା ଏବଂ ନୂଆ ବିଶ୍ୱ ଅର୍ଥନୀତିର ଆକୃତି ଗଠନ ଭାରତ ସହିତ ସମସ୍ତ ବିକାଶଶୀଳ ଦେଶମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଏହି ପ୍ରଭାବର ସର୍ବାଧିକ ପ୍ରଭାବ ପଡ଼ିଛି ମାନବ ସମ୍ପଦ ବିଶେଷକରି କର୍ମଜୀବୀ ଶ୍ରେଣୀ ଉପରେ । ବିଶ୍ୱବ୍ୟାପୀ ବାଣିଜ୍ୟଯୁଦ୍ଧର ପ୍ରଧାନ କାରଣ ହେଉଛି ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଅଧିକ ନିୟନ୍ତ୍ରଣ ଓ ରକ୍ଷାନୀତି। ଯେପରି କି ଆମେରିକା ଚାଇନା ଉପରେ ଅନେକ ରକ୍ଷାଶୁଳ୍କ ଲାଗୁ କରିଛି ଓ ତାହା ପ୍ରତିବଦଳରେ ଚାଇନା ମଧ୍ୟ ଆମେରିକୀୟ ପଦାର୍ଥ ଉପରେ ଅତିରିକ୍ତ ଶୁଳ୍କ ଘୋଷଣା କରିଛି। ଏହି ବ୍ୟବହାର ବିଶ୍ୱ ଅର୍ଥନୀତି ଉପରେ ଚାପ ପକାଇଛି। ଏହି ବିଶ୍ୱ ବାଣିଜ୍ୟଯୁଦ୍ଧର ପ୍ରଭାବ ଭାରତର କର୍ମଜୀବୀଙ୍କ ଉପରେ ପଡ଼ିଛି। ଟେକ୍ସଟାଇଲ ଏବଂ ଗାର୍ମେଣ୍ଟ ଶିଳ୍ପ ଭାରତର ଦ୍ୱିତୀୟ ସବୁଠାରୁ ବଡ଼ କର୍ମ ସୃଷ୍ଟିକାରୀ ଶିଳ୍ପ। ଏଠାରେ ପ୍ରାୟ ୪୫ଲକ୍ଷ କର୍ମଚାରୀ ନିଯୁକ୍ତ ଅଛନ୍ତି, ଯେଉଁଥିରୁ ୭୦% ମହିଳା। ବିଶ୍ୱ ବଜାରରେ ଅସ୍ଥିରତା ଓ ଦେଶଗତ ଅଧିକ ଟ୍ୟାରିଫ ହାର ବୃଦ୍ଧିରୁ ୨୦୨୩ରେ ଏହି ସେକ୍ଟରରେ ପ୍ରାୟ ୮.୫% ନିଯୁକ୍ତି ହ୍ରାସଘଟିଛି। ଭାରତର ଆଇଟି ତଥା ବିପିଓ ସେକ୍ଟର ଆନ୍ତର୍ଜାତିକ ଗ୍ରାହକ ଉପରେ ନିର୍ଭର କରୁଥିବାରୁ, ବିଶ୍ୱ ବ୍ୟବସ୍ଥାରେ ଆସୁଥିବା ପ୍ରଭାବ ଏଠି ମଧ୍ୟ ଦେଖାଯାଉଛି। ଆମେରିକା H୧B ଭିଜା ନୀତି ଓ ‘ଆମେରିକା ପ୍ରଥମ’ ନୀତି ଯୋଗୁ ଭାରତର ସଫ୍ଟୱେର ରପ୍ତାନିଭିତ୍ତିକ କମ୍ପାନୀଗୁଡ଼ିକ ଅନେକ କଠିନ ସ୍ଥିତିରେ ଅଛନ୍ତିି। ଏହି ସେକ୍ଟରରେ ୨୦୨୨-୨୩ ମଧ୍ୟରେ ନୂଆ ନିଯୁକ୍ତି ୫.୨% ହ୍ରାସ ହୋଇଛି। ୨୦୨୩ରେ ଭାରତର ସମ୍ପୂର୍ଣ୍ଣ ରପ୍ତାନୀ ମୂଲ୍ୟ ୬୦୦ ବିଲିଅନ ଡଲାରରୁ ୫୫୫ ବିଲିଅନ ଡଲାରକୁ ଖସିଯାଇଛି (ବାଣିଜ୍ୟ ମନ୍ତ୍ରଣାଳୟ ରିପୋର୍ଟ)। ୟୁରୋପ ଓ ଆମେରିକାକୁ ହେଉଥିବା ରପ୍ତାନୀ ୭.୪% କମିଛି, ଯାହାଠାରୁ ଏହି ଅଞ୍ଚଳରେ ନିର୍ଭର କରୁଥିବା କର୍ମଜୀବୀଙ୍କ ଓଭରଟାଇମ, ବୋନସ ଓ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଚାଇନା ଉପରେ ଆଧାରିତ ଉପାଦାନ ଅଂଶ ଉପରେ ଭାରତର ଅଧିକ ନିର୍ଭରତା ଓ ବିଶ୍ୱ ଭିତରେ ଅଧିକ ଟାରିଫ୍‌ ଓ ନୀତିଗତ ବାଧା ଥିବାରୁ ଏହି ସେକ୍ଟର ମଧ୍ୟ ଅସ୍ଥିରତା ଅନୁଭବ କରୁଛି। ଏହି ସେକ୍ଟରରେ ୨୦୨୩ ମଧ୍ୟରେ କାମ ହରାଇଥିବା କର୍ମଚାରୀ ସଂଖ୍ୟା ପ୍ରାୟ ୨.୧ ଲକ୍ଷ ଥିବା ଅନୁମାନ କରାଯାଉଛି। ଆମେରିକା ଓ ୟୁରୋପର ନୂତନ ନୀତି ଅନୁସାରେ ଭାରତୀୟ ଔଷଧ ଉପରେ ଦାମ୍‌ ନିୟନ୍ତ୍ରଣ ଲାଗୁ ହେବାରୁ ଏହି ଶିଳ୍ପର ଲାଭାଂଶ ଓ ନିଯୁକ୍ତି ଉପରେ ପ୍ରଭାବ ପଡ଼ିଛି। ଏହି ସେକ୍ଟରରେ ୨୦୨୩ ମଧ୍ୟରେ ନିଯୁକ୍ତିରେ ୩.୩% ହ୍ରାସ ହୋଇଛି (ଫିକି ରିପୋର୍ଟ)। ୨୦୨୩ ମଧ୍ୟରେ ଟ୍ରାଡିଶନାଲ ମିଡିଆ ଉପରେ ଆଧାରିତ କାମକୁ ନେଇ ୬% ନିଯୁକ୍ତି କମିଯାଇଛି।
ଭାରତ ସରକାର ଏହି ଅସ୍ଥିର ବିଶ୍ୱ ବଜାର ପରିସ୍ଥିତିରେ ଏକ ସବଳ ସ୍ଥାନ ନେବା ପାଇଁ ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ତିଆରି ହେଉଥିବା ଉତ୍ପାଦକୁ ଅଧିକ ପ୍ରୋତ୍ସାହନ ଦେବାକୁ ନୀତି ଅଣାଯାଇଛି। ଏହାଦ୍ୱାରା ଦେଶୀ ଉତ୍ପାଦକର୍ତ୍ତା ଓ କର୍ମଜୀବୀମାନେ ଲାଭାନ୍ବିତ ହେଉଛନ୍ତି। ଉତ୍ପାଦନ ସହିତ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ମୋବାଇଲ, ହାର୍ଡୱେର, ଔଷଧ ଓ ଇଲେକ୍ଟ୍ରୋନିକ୍ସ ଭଳି ଶିଳ୍ପକୁ ଉତ୍ପାଦନ ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ୨୦୨୩ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୨୦ହଜାର ନୂଆ ନିଯୁକ୍ତି ହୋଇଛି। ମୁକ୍ତ ବ୍ୟାପାର ଚୁକ୍ତିରେ ଭାରତ ଅନେକ ଦେଶ ସହ ବାଣିଜ୍ୟ ବୁଝାମଣା କରୁଛି ଯଥା ୟୁଏଇ, ଅଷ୍ଟ୍ରେଲିଆ, ବ୍ରିଟେନ, ଯାହାଦ୍ୱାରା ରପ୍ତାନୀ ବୃଦ୍ଧିପାଇ ନିଜ ଶ୍ରମଶକ୍ତିକୁ ବ୍ୟବହାର କରିବାର ଅବସର ବୃଦ୍ଧିପାଉଛି। ବିଶ୍ୱ ବାଣିଜ୍ୟଯୁଦ୍ଧ ଏକ ନୂଆ ବିଶ୍ୱ ଅର୍ଥନୀତି ଗଠନ କରୁଛି, ଯାହା ମଧ୍ୟରେ ଭାରତର କର୍ମଜୀବୀ ଶ୍ରେଣୀ ଏହି କ୍ଷେତ୍ରରେ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ, ଯଦି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଏ।

ଡ. ଶ୍ରୀନିବାସ ଦାଶ
ବିଭାଗୀୟ ମୁଖ୍ୟ (ପ୍ରବନ୍ଧନ ବିଭାଗ),
ଗଙ୍ଗାଧର ମେହେର
ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ମୋ:୯୮୫୩୧୩୨୯୦୪


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri